ହେଡଲାଇନସ୍:

ବନବିଭାଗକୁ ମିଳିଲା ସଫଳତା: ଶାଗୁଆନ ଗଣ୍ତି, ପଟ୍ଟା ସହିତ ଗୋଟିଏ କରତ ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବନାଂଚଳ ରଙ୍ଗଣିପାଟଣା ପଞ୍ଚାୟତ ପୋତା ପୋଖରୀ ଅଞ୍ଚଳରୁ ବନବିଭାଗ ବିପୁଳ ପରିମାଣର ଶାଗୁଆନ ଗଣ୍ଡି, ପଟା ସହିତ ଏକ କରତ ଜବତ କରିବାର ସଫଳତା ହାସଲ କରିଛି । ଜବତ କାଠଗଣ୍ଡିର ଆନୁମାନିକ ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । କାଠମାଫିଆ ଜଙ୍ଗଲରୁ କାଠ ଆଣି ଉକ୍ତ ସ୍ଥାନରେ ପଟାକାଟି ବନବିଭାଗ ଆଖିରେ ଧୁଳିଦେଇ ଚୋରା ଚାଲାଣ କରି ଚାଲିଥିଲେ । ବନ ବିଭାଗ କୈାଣସି ସୁତ୍ରରୁ ଘଟଣା ସମ୍ପର୍କରେ ଖବର ପାଇ ଅତର୍କିତ ଭାବେ ସେଠାରେ ଚଢ଼ାଉ କରି ୨ଟି ଗମ୍ଭାଡି ଗଣ୍ଡିକୁ ମିଶାଇ ୨୦ଟି ଶାଗୁଆନ ଗଣ୍ଡି ଓ ୩୫ ଖଣ୍ଡ ପଟା ଜବତ କରିଥିଲେ । ଆଜିର ଏହି ଚଢଉ ସମୟରେ ରବନାଂଚଳ ଅଧିକାରୀ ଆଶିଷ କୁମାର କଅଁର, ଫରେଷ୍ଟର ସନ୍ଧ୍ୟାରାଣୀ ନାୟକ ଓ ଫରେଷ୍ଟ ଗାର୍ଡ଼ ଏବଂ ନୟାଗଡ଼ ଏନଫୋର୍ସମେଣ୍ତ ଟିମ୍ ସାମିଲ୍ ରହିଥିଲେ। ତେବେ ଚଢ଼ାଉ ସମୟରେ ଦୁଇଜଣ କାଠ କଟାଳି ଘଟଣା ସ୍ଥଳରୁ ଚମ୍ପଟମାରିଥିବା ସୂଚନା ମିଳିଛି । ଜବତ କଠା ସବୁକୁ ଓଡ଼ଗାଁ ବନାଂଚଳକୁ ଅଣାଯାଇ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।

0
0
0
s2sdefault