ବରଗଡ :-ଆଉ ମାତ୍ର ଦୁଇଦିନ ପରେ ସରିଯିବ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର । ଅଧିକ ରୁ ଅଧିକ ଲୋକଙ୍କ ଆଶୀର୍ବାଦ ପାଇବା ପାଇଁ ଇତି ମଧ୍ୟରେ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ରଣୀ ସିଂ ବାରିହା ତାଙ୍କର ପ୍ରଚାର କୁ କ୍ଷିପ୍ର କରିଛନ୍ତି । ଏହି କ୍ରମରେ ଆଜି ପାଇକମାଲ ବ୍ଲକ ର ଲକ୍ଷମରା ତଥା ଟେମରି ପଞ୍ଚାୟତ ରେ ବର୍ଷା କରିଛନ୍ତି ଜୋରଦାର ପ୍ରଚାର । ଆଜି ପବିତ୍ର ଗୁରୁବାର ହୋଇଥିବା କାରଣରୁ ପ୍ରତେକ ଘରେ ମାଁ ଲକ୍ଷ୍ମୀ ଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ସାଧାରଣତଃ ହିନ୍ଦୁ ଧର୍ମରେ ଝିଅକୁ ଘରର ଲକ୍ଷ୍ମୀ ବୋଲି କୁହାଯାଇଥାଏ । ଲକ୍ଷମରା ଓ ଟେମରି ପଞ୍ଚାୟତ ର ପ୍ରତେକ ଗ୍ରାମରେ ଲୋକ ସ୍ଥାନେ ସ୍ଥାନେ ପବିତ୍ର କଳସ ସ୍ଥାପନ କରି ବର୍ଷା ଙ୍କୁ ବନ୍ଦାପନା କରି ପାଛୋଟି ନେଇଥିଲେ । ବର୍ଷା ଙ୍କୁ ମହିଳା ମାନେ ଜାବୁଡି ଧରି ମନଖୋଲି ଆଦର କରୁଥିଲେ । ବର୍ଷା ମଧ୍ୟ ମାଁ ମାନଙ୍କୁ ଅତି ଆଦରର ସହିତ ଆଲିଙ୍ଗନ କରି ତାଙ୍କର ଆଶୀର୍ବାଦ ଭିକ୍ଷା କରୁଥିଲେ ।
ଆଜିକାର କାର୍ଯ୍ୟକ୍ରମ ମାନଙ୍କରେ ବର୍ଷା ଙ୍କର ସହିତ , ମନ୍ତ୍ରୀ ରିତା ସାହୁ , ଜିଲ୍ଲାପାରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ , ଯୋନ ତିନି ଦାୟିତ୍ୱରେ ଥିବା ପୂର୍ବତନ ମନ୍ତ୍ରୀ ତଥା ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର , ରାଜ୍ୟ ଯୋଜନା ବୋର୍ଡ ର ସଦସ୍ୟ ଶ୍ରୀ ସାଧୁ ନେପାକ , ବିଧାୟକ ଶ୍ରୀ ମହିଧର ରଣା ପ୍ରମୁଖ ଉପସ୍ଥିତ ଥିଲେ ।।