ହେଡଲାଇନସ୍:

ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ''ସଖି'' ୱାନ ଷ୍ଟପ୍ ସେଣ୍ଟର ପକ୍ଷରୁ ହିଂସାମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ମହିଳା ଓ ବାଳିକା ମାନଙ୍କୁ ନେଇ ''ସଖି'' ୱାନ ଷ୍ଟପ୍ ସେଣ୍ଟର ପକ୍ଷରୁ ଏକ ହିଂସାମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ କେନ୍ଦ୍ରରେ ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଯୋଗଦେଇ ସାମ୍ପ୍ରତିକ ସାମାଜିକ ସ୍ଥିତିରେ ମହିଳା ଓ ବାଳିକା ମାନେ ସାମ୍ନା କରୁଥିବା ବିଭିନ୍ନ ନିର୍ଯ୍ୟାତନାକୁ "ସଖୀ" ୱାନ ଷ୍ଟପ କେନ୍ଦ୍ରରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରି ୫ ପ୍ରକାର ସମ୍ବଦ୍ଧୀୟ ସେବା ଯୋଗାଇ ଦେବା କଥା କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ନାୟକ ବିସ୍ତୃତ ଆଲୋଚନା କରିଥିଲେ।
ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ କେ. ସୁନିତା ଯୋଗଦେଇ advika app ଏବଂ ତାର ଇଂଷ୍ଟେଲଲସନ ଉପରେ ବୁଝାଇଥିଲେ ଓ ତା ସଙ୍ଗେ ଆନ୍ତର୍ଜାତୀୟ ସ୍ତରରେ ନାରୀ ନିର୍ଯାତନାର ନିରାକରଣ ପାଇଁ ଆରମ୍ଭ ହେଇଥିବା ୧୬ ଦିନିଆ ଅଭିଯାନର ବିଭିନ୍ନ ଦିଗ ବିଷୟରେ କହିଥିଲେ। ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ ଯୋଗଦେଇ ବାଳିକା ମାନଙ୍କୁ ଭଲ ସ୍ପର୍ଶ ଓ ଖରାପ ସ୍ପର୍ଶ ଓ ବାଲ୍ୟବିବାହ ଆଇନ ଉପରେ ଆଲୋଚନା କରିଥିଲେ।
ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀସୁସ୍ଥ ସମାଜ ଗଠନରେମହିଳା ଓ ବାଳିକା ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଉପସ୍ଥିତ ଛାତ୍ରୀମାନଙ୍କୁ ବୁଝାଇ ଥିଲେ।
ଅନିତା ମିଶ୍ର ''ସଖି'' କେନ୍ଦ୍ରର ଆଇନଗତ ସହାୟତା ଓ ବାଲ୍ୟବିବାହ ବିଷୟରେ ଉପସ୍ଥିତ ଛାତ୍ରୀମାନଙ୍କୁ ବୁଝାଇଥିଲେ।
ଏତଦବ୍ୟତୀତ ମୋହିନୀ ପ୍ରଧାନ ସାଇବର କ୍ରାଇମ ଓ ମହିଳା ଚାଲାଣ ଆଦି ବିଷୟରେ ଚର୍ଚ୍ଚା କରି ଛାତ୍ରୀମାନଙ୍କୁ ସତର୍କ ରହିବା ପାଇଁ କହିଥିଲେ। ସଖି କେନ୍ଦ୍ରର ମଞ୍ଜୁଳା ଚୌଧୁରୀ ଓ ମଧୁସ୍ମିତା ସାହୁ ବର୍ତ୍ତମାନ ସମାଜରେ ଘଟୁଥିବା ବିଭିନ୍ନ ନିର୍ଯ୍ୟାତନାର କିପରି ପ୍ରତିରୋଧ କରିପାରିବେ ତାହା ବୁଝାଇଥିଲେ।
ଶେଷରେ ଶ୍ରୀମତୀ ମିନା କୁମାରୀ ଟହଲ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷା ଅନୁଷ୍ଠାନର ସମସ୍ତ ଅଧ୍ୟାପକ , ଅଧ୍ୟାପିକା , ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

0
0
0
s2sdefault