ହେଡଲାଇନସ୍:

ଆସିବେ ମୁଖ୍ୟମନ୍ତ୍ରୀ : ଉତ୍ସାହିତ କର୍ମୀ ଓ ଲୋକେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ମୁଖ୍ୟମନ୍ତ୍ରୀ ଙ୍କର ଅଫିସ ଦ୍ୱାରା ଜାରି କରାଯାଇଥିବା ଚିଠି ନମ୍ବର 5144 / 30/11/2022 ଅନୁସାରେ ଆସନ୍ତା ଦୁଇ ତାରିଖ ଦିନମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କର ଏକ ଦିନିଆ ପଦ୍ମପୁର ଗସ୍ତର କାର୍ଯ୍ୟକ୍ରମ ରହିଛି । ପତ୍ରରେ ଦିଆ ଯାଇଥିବା ସମୟ ଅନୁସାରେ ଆସନ୍ତା ଶୁକ୍ରବାର ସକାଳ 10 ଘଣ୍ଟା ସମୟରେ ନବୀନ ନିବାସ ରୁ ବାହାରି 11 ଘଣ୍ଟା ସମୟରେ ପଦ୍ମପୁର ସଟିଭଟା ଉଡାଯାହାଜ ପଡିଆ ରେ ଅବତରଣ କରିବେ , ସେଠାରୁ ମୁଖ୍ୟମନ୍ତ୍ରୀ 11 ଘଣ୍ଟା 25 ମିନିଟ ରେ ଝାରବନ୍ଧ ବ୍ଲକ ର ଶକ୍ତି କୁ ପହଞ୍ଚି ଶକ୍ତି ଠାରେ ଜନସଭା କୁ ସମ୍ବୋଧିତ କରିବେ । ଶକ୍ତି ରୁ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ପାଇକମାଲ ଏମ ଇ ସ୍କୁଲ ପଡ଼ିଆରେ ପହଂଛି ସେଠାରେ ଜନସାଧାରଣ ଙ୍କୁ ସମ୍ବୋଧିତ କରିବେ ଏହାପରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଯାଇ ପଦ୍ମପୁର ରେ 3 ଘଣ୍ଟା 30 ମିନିଟ ରେ ସାଧାରଣ ସଭାରେ ଯୋଗ ଦେବେ । ପଦ୍ମପୁର ଏହାପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର କୁ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ ଙ୍କର 3 ଗୋଟି ସଭା କୁ ନେଇ ବିଜୁ ଜନତା ଦଳର କର୍ମୀ ଙ୍କର ମଧ୍ୟରେ ପ୍ରଚୁର ଉତ୍ସାହ ଦେଖିବାକୁ ମିଳିଛି ।

0
0
0
s2sdefault