ପରର ଧନେ ବିକ୍ରମ ରାଜା :- ମନ୍ତ୍ରୀ ନବ ଦାସ
ନିର୍ବାଚନୀ ସଭାରେ ଭିଡ ଦେଖି ଉତ୍ସାହିତ ନେତା
ବରଗଡ :- ପଦ୍ମପୁର ଉପନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ମାତ୍ର ତିନିଦିନ ବାକି । ସଭାସମିତି , ସାଙ୍ଗକୁ ଘର ଘର ବୁଲି ପ୍ରଚାର ଚଳାଇଛନ୍ତି । ପ୍ରାର୍ଥୀ । ଏହିକ୍ରମରେ ଆଜି ପାଇକମାଲ ଯୋନ ଏକ ଅନ୍ତର୍ଗତ ମାଣ୍ଡୋସିଲି ଠାରେ ବିଜୁ ଜନତା ଦଳ ତରଫରୁ ଏକ ବିରାଟ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା । ନିର୍ବାଚନୀ ସଭାକୁ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡାକ୍ତର ଅରୁଣ କୁମାର ସାହୁ ପରିଚାଳନା କରିଥିଲେ । ଏହି ସଭାରେ ଉଦ୍ବୋଧନ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବକିଶୋର ଦାଶ ଉପସ୍ଥିତ ଜନସାଧାରଣ ଙ୍କୁ ବିଜେପି ସରକାର କରିବା ପୂର୍ବରୁ ଦେଶ ବାସୀଙ୍କୁ ଦେଇଥିବା ପ୍ରତିଶୃତି ବାବଦରେ ମନେ ପକାଇ ପଚାରି ଥିଲେ ଯେ କଣ ସମସ୍ତ ଙ୍କର ଆକାଉଣ୍ଟ କୁ 15 ଲକ୍ଷ ଟଙ୍କା ଆସିଗଲା , କଣ ରୋଷେଇ ଗେସ ର ଦାମ କମ ହୋଇଗଲା , କଣ ଡିଜେଲ ପେଟ୍ରୋଲ ଶସ୍ତା ହୋଇଗଲା ? ବିଜେପି ସରକାର ଆସିବା ପରେ ଦେଶରେ ହୁ ହୁ ହୋଇ ବଢି ଚାଲିଛି ଦରଦାମ । ଦରଦାମ ବୃଦ୍ଧି ସାଙ୍ଗକୁ ଜି ଏସ ଟି ମାଡ଼ ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇ ପଡିଛି । ବିଜେପି କେବଳ ଭାଷଣ ମାରିବା ବ୍ୟତୀତ ଅନ୍ୟକିଛି କରି ନାହିଁ ଏମାନେ ପରର ଧନରେ ବିକ୍ରମ ରାଜା । କିନ୍ତୁ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କର ପ୍ରତେକ ସମସ୍ୟା ଉପରେ ଦୃଷ୍ଟି ଦେଇ ସମାଧାନ କରିବାର ପ୍ରୟାସ କରିଛନ୍ତି ବା କରୁଛନ୍ତି । ରାଜ୍ୟରେ ଆଜି ବିଜୁ ସ୍ୱାସ୍ଥ୍ୟ କାର୍ଡ କାରଣରୁ ବହୁ ଲୋକ ବେସରକାରୀ ଡାକ୍ତରଖାନା ଗୁଡିକରେ ଉଚ୍ଚ ମାନର ସ୍ୱାସ୍ଥ୍ୟ ସୁବିଧା ପାଇ ପାରୁଛନ୍ତି । ପୁରୁଷ ମାନେ ପାଞ୍ଚ ଲକ୍ଷ ଓ ମହିଳା ମାନଙ୍କ ପାଇଁ ଦଶ ଲକ୍ଷ ର ସ୍ୱାସ୍ଥ୍ୟ ସୁବିଧା , ଏହା ରାଜ୍ୟ ସରକାର ଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ସଭାକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ କୃଷି ପ୍ରଧାନ ପଦ୍ମପୁର ଅଂଚଳରେ ଗତ ମରୁଡି ସମୟରେ କେନ୍ଦ୍ର ସରକାର ଙ୍କର ବୀମା କମ୍ପାନୀ ମାନଙ୍କ ଦ୍ୱାରା କିଭଳି ଉଦ୍ଦେଶ୍ୟ ମୂଳକ ଭାବରେ ଚାଷୀ ମାନଙ୍କ ବୀମା ଟଙ୍କା ଅଟକାଇ ରଖାଗଲା ସେ ବାବଦରେ କହିବା ସହିତ ମୁଖ୍ୟମନ୍ତ୍ରୀ ଙ୍କର ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀ ର ମାଁ ମାନଙ୍କ ପାଇଁ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କାର ଋଣ ବ୍ୟବସ୍ଥା ନିଶ୍ଚିତ ଭାବରେ ମାଆ ମନଙ୍କ ଆର୍ଥିକ ସ୍ଥିତି କୁ ଆହୁରି ମଜବୁତ କରିବ ବୋଲି କହିବା ସହିତ ଆସନ୍ତା ପାଞ୍ଚ ତାରିଖ ଦିନ ହେବାକୁ ଥିବା ଉପନିର୍ବାଚନ ରେ ବର୍ଷା ସିଂ ବରିହା ଙ୍କୁ ରେକର୍ଡ ଭୋଟ ବ୍ୟବଧାନ ରେ ବିଜୟୀ କରାଇବା ପାଇଁ ନିବେଦନ କରିଥିଲେ । ଏହି ସଭାରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କର ଷ୍ଟେଜ ଉପରେ ନୃତ୍ୟ ସମସ୍ତ ଙ୍କର ପାଇଁ ଆନନ୍ଦ ଦାୟକ ଥିଲା । ଏହି ସଭାକୁ ଅନ୍ୟ ମାନଙ୍କ ମଧ୍ୟରେ , ମନ୍ତ୍ରୀ ଟୁକୁନି ସାହୁ , ବିଜୁ ଜନତା ଦଳର ଉପସଭାପତି ତଥା ପୂର୍ବତନ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ , ବିଧାୟକ ଶ୍ରୀ ଦେବୀପ୍ରସାଦ ମିଶ୍ର , ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ , ବିଧାୟିକା ଲତିକା ପ୍ରଧାନ , ବିଧାୟକ ଶ୍ରୀ ପ୍ରସାନ୍ତ ବେହେରା , ଉଠା ଜଳସେଚନ ନିଗମ ର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରି , ତାମଡା ଅଧ୍ୟକ୍ଷ ଶ୍ରୀ ଅବନିକାନ୍ତ ସାହୁ , ପ୍ରମୁଖ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାର ଙ୍କର ସମସ୍ତ ଜନହିତକାରୀ ଯୋଜନା ଗୁଡିକ ର ବାବଦରେ ଅବଗତ କରେଇବା ସହିତ ମୁଖ୍ୟମନ୍ତ୍ରୀ ଙ୍କର ନେତୃତ୍ୱରେ ରାଜ୍ୟରେ ହେଉଥିବା ବିକସଧାରା କୁ ଆଗକୁ ବଢ଼ାଇବା ପାଇଁ ବର୍ଷା ସିଂ ବରିହା ଙ୍କୁ ବିଜୟୀ କରାଇବା ପାଇଁ ନିବେଦନ କରିଥିଲେ । ଏହି ସଭାରେ ଯୋନ ଏକ ର ପଞ୍ଚାୟତ ମାନଙ୍କରୁ ପ୍ରାୟ ଆଠ ହଜାର ରୁ ଉର୍ଦ୍ବ ଲୋକଙ୍କ ସମାଗମ ହୋଇଥିଲା । ପ୍ରବଳ ଭିଡକୁ ଦେଖି ନେତା ମାନେ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।।