-
ଟୁର୍ଣ୍ଣାମେଣ୍ଟ ରେ ପାଞ୍ଚ ଗୋଟି ମହିଳା ଟିମ ସହିତ 36 ଗୋଟି ପୁରୁଷ ଟିମ
-
ମହିଳା ଫାଇନାଲରେ କୁଦୋମେରି ହାଇସ୍କୁଲ ଚମ୍ପିୟାନ
ବରଗଡ଼ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମପଞ୍ଚାୟତ ର ଢେଙ୍କିମୁଣ୍ଡା ଗ୍ରାମରେ ଅନ୍ତରାଜ୍ୟ କବାଡି ଟୁର୍ଣ୍ଣାମେଣ୍ଟ ର ଭବ୍ୟ ଆୟୋଜନ ଚାଲିଛି । ଦିବାରାତ୍ର ପେଟେଣ୍ଟ ରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ କୁ କବିସୂର୍ଯ୍ୟନଗର ମାନ୍ୟବର ବିଧାୟିକା ଲତିକା ପ୍ରଧାନ ଉଦଘାଟନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ ପାଞ୍ଚ ଗୋଟି ମହିଳା ଟିମ ସହିତ 36 ଗୋଟି ପୁରୁଷ ଟିମ ଭାଗ ନେଇ8 । ଖେଳର ପ୍ରଥମ ପର୍ଯ୍ୟାୟରେ ମହିଳା ଟିମ ମାନଙ୍କ ମଧ୍ୟରେ ମେଚ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ବିଧାୟିକା ପ୍ରଧାନ ସମସ୍ତ ଟିମ ମାନଙ୍କୁ ବ୍ୟକ୍ତିଗତ ଭାବରେ ଭେଟି ଉତ୍ସାହିତ କରିଥିଲେ । ନିଜ ଗହଣରେ ଜଣେ ମହିଳା ବିଧାୟିକା ଙ୍କୁ ପାଇଁ ମହିଳା ଖେଳାଳି ମାନଙ୍କର ଉତ୍ସାହ କାହିଁରେ କେତେ । ମହିଳା ଖେଳାଳି ମାନଙ୍କୁ ଉତ୍ସାହିତ କରି ବିଧାୟିକା ଲତିକା ପ୍ରଧାନ କହିଥିଲେ ଯେ ଖେଳ ଓ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଅନେକ ପ୍ରୟାସ କରୁଛନ୍ତି । ଆଜି ଖେଳର ବିକାଶ ପାଇଁ ଓଡିଶା ବିଶ୍ୱ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇ ପାରିଛି । ଖେଳ କେବଳ ଶାରୀରିକ ସୁସ୍ଥତା ପ୍ରଦାନ କରେ ନାହିଁ ବରଂ ଖେଳ ଶାରୀରିକ ସୁସ୍ଥତା ସହିତ ମାନସିକ ଦୃଢତା ମଧ୍ୟ ପ୍ରଦାନ କରିଥାଏ । ଏଣୁ ପ୍ରତେକ ବ୍ୟକ୍ତି ଖାସ କରି ଯୁବ ସମାଜ ଖେଳ ପ୍ରତି ଆକୃଷ୍ଟ ହେବା ନିହାତି ଆବଶ୍ୟକ । ଆଜି ଅନୁଷ୍ଠିତ ହୋଇଥିବା ମହିଳା ମାନଙ୍କ ଫାଇନାଲ୍ରେ ମେଚ ରେ ନୂଆପଡ଼ା ମାହାମାୟା କଲେଜ କୁ ହରାଇ ନୂଆପଡା ଜିଲ୍ଲା ର କୁଦୋମେରି ହାଇ ସ୍କୁଲ ଚମ୍ପିୟାନ ହୋଇଛି । ମୁଖ୍ୟ ଅତିଥି ତଥ ଅୟୋଜକ ମାନେ ସମସ୍ତ ଖେଳାଳି ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ମାଣ୍ଡୋସିଲି ସମେତ ଆଖପାଖ ତଥା ନୂଆପଡା ରୁ ହଜାର ହଜାର ଦର୍ଶକ ଉପସ୍ଥିତ ଅଛନ୍ତି ।