ହେଡଲାଇନସ୍:

ଘୋଡ଼ଲାଗି ହେଲେ ଶ୍ରୀରଘୁନାଥ ଜିଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଶ୍ରୀରଘୁନାଥଙ୍କ ମାନବୀୟ ଲିଳା ଆଧାରରେ ଆଜି ମାର୍ଗଶୀର ଶୁକ୍ଳ ଷଷ୍ଠୀ ଠାରୁ ଘୋଡ଼ ଲାଗି ଆରମ୍ଭ ହୋଇଥିବା ବେଳେ ଶ୍ରୀପଂଚମୀ ପର୍ଯ୍ୟନ୍ତ ଏହା ଲାଗି କରାଯିବ । ଋତୁଚକ୍ରର ପରିବର୍ତନ ମନୁଷ୍ୟ ଜୀବନ ଚର୍ଯ୍ୟାରେ ମଧ୍ୟ ପରିବର୍ତନ ଆଣିଥାଏ । ପ୍ରଭୁ ଧରାଧାମରେ ଅବତିର୍ଣ୍ଣ ହୋଇ ଯେଉଁ ମାର୍ଗ ଦର୍ଶନ କରି ଯାଇଛନ୍ତି, ପରବର୍ତି ସମୟରେ ତାକୁ ଅନ୍ୟମାନେ ଅନୁକରଣ କରିଥାନ୍ତି । ଶୀତଋତୁର ପ୍ରବେଶରେ ଶରୀରକୁ ଉଷ୍ମତା ପ୍ରଦାନ କରି ଶୀତରୁ ରକ୍ଷା କରିବା ପାଇଁ ପ୍ରଭୁଙ୍କ ଶ୍ରୀମୁଖକୁ ଛାଡି ସର୍ବାଙ୍ଗରେ ଘୋଡ଼ଲାଗି କରାଯାଇଥାଏ । ଓଢଣଷଷ୍ଠୀ ତଥା ପ୍ରାବରଣ ତିଥି ଠାରୁ ମାଘଶୁକ୍ଲ ବରଦା ଚତୁର୍ଥି ୨ମାସ ଧରି ଶ୍ରୀଜିଉମାନେ ଶୀତବସ୍ତ୍ର ପରିଧାନ କରିଥାନ୍ତି । ଏବଂ ଶ୍ରୀପଂଚମୀଠାରୁ ଶ୍ରୀଜିଉ ମାନେ ପୁନଶ୍ଚ ସାଧାରଣବେଶରେ ପୂର୍ଣ୍ଣ ଦର୍ଶନ ଦେବେ । ଆଜିଭୋର ସାଢେ୪ଟାରେ ମଙ୍ଗଳଆଳତି, ସ୍ନାନ, ଅବକାଶ, ପଂଚାମୃତସ୍ନାନ, ଦର୍ପଣୀସ୍ନାନ, ତଡପ ଲାଗି, ମଇଲମ, ଖଟଣ ନୀତି ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଭାଗବତଜିଉ ପୂଜା, ଲ୍ଲଭ ନୀତି ସହିତ କର୍ପୁର ଆଳତୀ, ଖେଚୁଡି ଧୂପ, ମହାଆଳତୀ ଓ ଚାମରସେବା ପରେ ଶ୍ରୀଜିଉଙ୍କ ଘୋଡଲାଗି ନୀତି ଅନୁଷ୍ଠିତ ହୋଇଥିଲା । ମନ୍ଦିର ପରିଚ୍ଛା ହରିହର ଷଡ଼ଙ୍ଗୀ, ପାଳିଆ ପଣ୍ଡା, ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର ଓ କର୍ମକର୍ତ୍ତାଙ୍କ ସହିତ ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଦ୍ଵାରା ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ ।

0
0
0
s2sdefault