ହେଡଲାଇନସ୍:

ପତ୍ରା ଜଙ୍ଗଲରେ ରନ୍ଧା ମଦ ସହ ମହୁଳ ପୋଚ ନଷ୍ଟ କଲା ଅବକାରୀ ବିଭାଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରବନ୍ଧ/ ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ କୁ ଦୃଷ୍ଟି ରେ ରଖି ବେଆଇନ ମଦ ବିକ୍ରି ପ୍ରତି ଅବକାରୀ ବିଭାଗ ବାରମ୍ବାର ଚଢ଼ଉ ଜାରି ରଖିଛି l ଆଜି ପାଇକମାଲ ଅବକାରୀ ଅଫିସ ପକ୍ଷରୁ ଜଗଦଳପୁର ଥାନା ଲଉଡ଼ିଦର୍ହl ବରଡିହି ସୀମାନ୍ତବର୍ତୀ ଚିରାଲ ନାଲା ପତ୍ରା ଜଙ୍ଗଳ ରେ 50 ଲିଟର ମଦ ଜବତ କରିବା ସହ 1200 ଲିଟର ମହୁଳ ପୋଚ ଜବତ କରିଛି l ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନେ ପତ୍ରା ଜଙ୍ଗଳ ଦେଇ ନିକଟସ୍ତ ଛତିଶଗଡ଼ ଅଞ୍ଚଳ କୁ ଦ୍ରୁତ ଗତି ରେ ପଳାଇବାରେ ସକ୍ଷମ ହୋଇଥିଲେ l
ପାଇକମାଲ ଅବକାରୀ ଥାନା ଅଧିକାରୀ ରାଜକୁମାର ବେହେରା, ଏ ଏସ ଆଇ ବିଜୟ ପାଣିଗ୍ରାହୀ,କେନାଲୁ ଭୁଏ,ପ୍ରେମାନନ୍ଦ ବିଶ୍ୱାଳ ପ୍ରମୁଖ ଚଢ଼ଉ ରେ ସାମିଲ ଥିଲେ l
ଶ୍ରୀ ବେହେରା କହିଛନ୍ତି ଉପନିର୍ବାଚନ ସକାଶେ କୌଣସି ଅପ୍ରୀତିକର ଘଟଣା ଯେପରି ନ ହୁଏ ସେଥିପ୍ରତି ଦୃଷ୍ଟି ରଖି ଚଢ଼ଉ ଜାରି ରହିବ l

0
0
0
s2sdefault