ହେଡଲାଇନସ୍:

ଆପଣ ଙ୍କର ସହିତ ମୋର ବାପାଙ୍କ ସମ୍ପର୍କକୁ ମୁଁ ଆହୁରି ମଜବୁତ କରିବି :- ବର୍ଷା ସିଂ ବରିହା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବର୍ଷା ଙ୍କର ପାଇକମାଲ ଅଞ୍ଚଳରେ ତୋଫାନି ପ୍ରଚାର

ବରଗଡ :- ବରବଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ର ପ୍ରଚାର ଶେଷ ହେବାକୁ ଆଉ ମାତ୍ର ଚାରିଦିନ ବାକି ରହିଲା । ଏହି ଚାରିଦିନ ଭିତରେ ପ୍ରାର୍ଥୀ ମାନେ ଚେଷ୍ଟା କରୁଛନ୍ତି ଅଧିକ ରୁ ଅଧିକ ଲୋକଙ୍କ ସହିତ ମିଶିବା ପାଇଁ । ତେଣୁ ସମୟର ସ୍ୱଳ୍ପତା କୁ ଆଖିଆଗରେ ରଖି ଇତି ମଧ୍ୟରେ ପ୍ରଚାର ଜୋର ଧରିଛି । ଏହିକ୍ରମରେ ଆଜି ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ପାଇକମାଲ ଅଞ୍ଚଳର ଛେତେଙ୍ଗା, ଭୁବନେଶ୍ବରପୁର ମିଠାପାଳି ପଞ୍ଚାୟତ ରେ ନିଜର ପ୍ରଚାର କରିଥିଲେ । ଛେତଗାଁ ଗ୍ରାମପଞ୍ଚାୟତ ବିଜେଡି ପ୍ରାର୍ଥୀନୀ ବର୍ଷା ସିଂ ବରିହା ଙ୍କ ମାରାଥନ ନିର୍ବାଚନ ପ୍ରଚାର ବିଧାୟକ ଶ୍ରୀ ମୁକେଶ ପାଳଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଚାର କାର୍ଯ୍ୟକ୍ରମ ରେ ,ବିଧାୟିକା ଅତାବିରା ତଥା ମହିଳା ବିଜେଡି ସଭାନେତ୍ରୀ ଜୋନ୍ ୨ ର ପର୍ଯ୍ୟବେକ୍ଷକ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ନିର୍ମାଣ ଶ୍ରମିକ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପଞ୍ଚାୟତ ସମିତି ସରପଞ୍ଚ ଭାବନା ସିଂ, ସମିତି ସଭ୍ୟା ଵେଦମତୀ ସର୍ଜଲ, ପଞ୍ଚାୟତ ସଭାପତି ଗିରିଧାରୀ ସର୍ଜଲ, ପଞ୍ଚାୟତ ଯୁବ ବିଜେଡ଼ି ସଭାପତି ରାଜୁ ମହାନନ୍ଦ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପ୍ରୀୟରଞ୍ଜ ମେହେର, ପୁର୍ବତନ ପାଳଲହଡା ବ୍ଲକ ଅଧ୍ୟକ୍ଷ ନବକିଶୋର ନାୟକ, ମହିଳା ବିଜେଡି ବରିଷ୍ଠ ଉପସଭାପତି ସଂଯୁକ୍ତା ପଣ୍ଡା ସରୋଜ ପ୍ରଧାନ, ପୂର୍ବତନ ସରପଂଚ ମଣ୍ଟୁ ଭୋଇ ପ୍ରମୁଖ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତର ବିଜେଡି ନେତା ଶ୍ରୀ ପ୍ରଦୀପ ଭୋଇ, ତ୍ରୀନାଥ ବିଛି, ମୁକ୍ତେଶ୍ଵର ପଟେଲ୍, କିଶୋର ଲୁହାର, ହେମନ୍ତ କପାଳୀ, ଆଶିଷ ଛତର, ମାନସି ଛତର, ଆରତୀ ନାଗ, ଡୋଲେଶ୍ଵର ତାଣ୍ଡି, ହରେକୃଷ୍ଣ ଡୋରା ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ମିଠାପାଳି ଠାରେ ଆୟୋଜିତ ବିରାଟ ସମାବେଶ ରେ ବିଧାୟକ ଶ୍ରୀ ମହିଧର ରଣା , ବିଜୁ ଯୁବ ଜନତା ଦଳର ସଭାପତି ଗୌତମ ସିଂ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଳତାଫ ମହମ୍ମଦ , ସୁଧାଂଶୁ ବାରିକ ପ୍ରମୁଖ ଉପସ୍ଥିତ ରହି ବର୍ଷା ଙ୍କର ପାଇଁ ଭୋଟ ଭିକ୍ଷା କରିଥିଲେ ।

 

 

0
0
0
s2sdefault