ହେଡଲାଇନସ୍:

ସଚିବାଳୟ ସେବାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ରାଜ୍ୟ ସଚିବାଳୟ ସେବାସଂଘର ସଭ୍ୟ, ସଭ୍ୟା ବହୁ ସଂଖ୍ୟାରେ ଲୋକସେବା ଭବନ ପରିସରରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ସମ୍ମୁଖ ପଡିଆରେ ଏକ ସାଧାରଣ ସଭାରେ ଯୋଗଦେଇ , ନିକଟ ଅତୀତରେ ସରକାର ତା’ଙ୍କ କ୍ୟାଡ଼ରର ପ୍ରଥମ ଶ୍ରେଣୀ ପାହ୍ୟାରେ ପଦବୀ ସୃଷ୍ଟି କରି ପଦୋନ୍ନତି ପାଇଁ ପ୍ରଶସ୍ତ ସୁଯୋଗ ସୃଷ୍ଟି କରିଥିବାରୁ , ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ ଟି ସଚିବ , ଗୃହ ସଚିବଙ୍କୁ ଧନ୍ୟବାଦ ଜଣାଇବା ସହିତ ସଂଘ ତରଫରୁ କୃତଜ୍ଞତା ଜଣାଇଥିଲେ ।
ଆଜି ମଧ୍ୟାହ୍ନ ଭୋଜନ ବିରତି ସମୟରେ ସଚିବାଳୟ ସେବାସଂଘ ତରଫରୁ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ସମ୍ମୁଖ ପଡିଆରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ସଂଘର ଅନ୍ୟୁନ ଦୁଇ ହଜାର ସଭ୍ୟ ଏ’ ସଭାରେ ଯୋଗଦେଇଥିଲେ । ବିଗତ ବର୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସଚିବାଳୟ ସେବାର ପୁନର୍ବିନ୍ୟାଶ ସହିତ କେତେକ ପଦବୀ ସୃଷ୍ଟିକରି ସେବାବର୍ଗର ସଭ୍ୟଙ୍କ ପାଇଁ ପଦୋନ୍ନତିର ପ୍ରଶସ୍ତ ସୁଯୋଗ ସୃଷ୍ଟି କରିଥିବାରୁ,ଉକ୍ତ ସଭାରେ ତାଙ୍କୁ ଧନ୍ୟବାଦ ଦିଆଯାଇଥିଲା । କ୍ୟାଡ଼ରର ସହକାରୀ ଉପବିଭାଗ ଅଧିକାରୀ ପଦବୀର ଦରମା ହାର କେନ୍ଦ୍ରୀୟ ସଚିବାଳୟ ହାର ସହିତ ସମାନ କରିବାକୁ ବହୁଦିନରୁ ଦାବିହୋଇଆସୁଥିଲେ ମଧ୍ୟ , ସରକାର ତାକୁ ପୂରଣ କରୁନଥିବା ଯୋଗୁଁ ଉପସ୍ଥିତ ସଭ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନେ ଅଭିଯୋଗ କରି କହିଥିଲେ ଯେ ସରକାର ରାଜ୍ୟର ଅନ୍ୟ କେତେକ ସେବା ବର୍ଗର ଦରମା ସମ୍ପର୍କିତ ଦାବି ପୂରଣ କରୁଥିବାବେଳେ , ସଚିବାଳୟ ସେବାର ଏ ଦାବିପ୍ରତି ଗୁରୁତ୍ଵ ଦେଉନଥିବାରୁ, ସଂଘରେ ଦିନକୁ ଦିନ ଅସନ୍ତୋଷର ଦାନା ବାନ୍ଧୁଛି ବୋଲି କହିଥିଲେ । ଏହା ସହିତ ସହକାରୀ ଉପବିଭାଗ ଅଧିକାରୀ ପଦବୀର ଦରମା ହାର କେନ୍ଦ୍ରୀୟ ସଚିବାଳୟ ହାର ସହିତ ସମାନ କରିବା, ସହକାରୀ ଉପବିଭାଗ ଅଧିକାରୀର ଚୟନ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା ସହିତ କରିବା ଓ ଡ଼େସ୍କ ଅଫିସର ପାହ୍ୟାକୁ ପ୍ରଥମ ଶ୍ରେଣୀ ପାହ୍ୟାରେ ବିଲୀନ କରିବାକୁ ଦାବି କରିଥିଲେ । ସଂଘର ଉପସ୍ଥିତ ସଭ୍ୟ ତାଙ୍କର ଏ ଦାବି ମାନ୍ୟବର ମୁଖ୍ୟମନ୍ତ୍ରୀ ସହୃଦୟତାର ସହିତ ତୁରନ୍ତ ବିଚାର କରିବେ ବୋଲି ଆଶା ରଖିଛନ୍ତି ।
ସାଧାରଣ ସଭାର ଅନୁମୋଦନ କ୍ରମେ , ସଂଘର ଏକ ପ୍ରତିନିଧି ମଣ୍ଡଳି ଉପରୋକ୍ତ ତିନି ଦଫା ଦାବି ସମ୍ମିଳିତ ଏକ ସ୍ମାରକପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକସେବା ଭବନ ସ୍ଥିତ ତାଙ୍କ ଦପ୍ତରରେ ପ୍ରଦାନ କରିଥିଲେ। ସଭାକୁ ସଂଘର ସଭାପତି ଶ୍ରୀ ଅଜୟ କୁମାର ସ୍ଵାଇଁ , ସାଧାରଣ ସମ୍ପାଦକ ଶ୍ରୀ ପ୍ରଯତ୍ନ ବରାଳ ପରିଚାଳନା କରିଥିଲେ ।

0
0
0
s2sdefault