ହେଡଲାଇନସ୍:

ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ: ୪୫ଜଣ ସହାୟକ ଉପକରଣ ପାଇବାକୁ ଚିହ୍ନଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁ ପରିସରରେ ମଙ୍ଗଳବାର ଦିନ ଓଡ଼ଗାଁ ବ୍ଳକ ସ୍ତରୀୟ ଭିମଭୋଇ ସାମର୍ଥ୍ୟ ଶିବିର ପରିଚାଳିତ ହୋଇଯାଇଛି । ବିଡ଼ିଓ ସ୍ବାତିଲେଖା ଦାସ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର ଏହି ଶିବିରର ଉଦଘାଟନ କରିଥିଲେ । ଓଡ଼ଗାଁ ବ୍ଳକର ବିଭିନ୍ନ ଗ୍ରାମ ସହିତ ଏନ୍ ଏସି ଅଞ୍ଚଳରୁ ଭିନ୍ନକ୍ଷମ ମାନେ କାର୍ଯ୍ୟକ୍ରମର ସୁଯୋଗ ଲାଭ କରିଥିଲେ । ଅନଲାଇନ ମାଧ୍ୟମରେ ନାମ ପଞ୍ଜିକୃତ କରିଥିବା ୫୦୭ ଜଣ ହିତାଧିକାରୀଙ୍କୁ ଏହି ଶିବିରରେ ଉପସ୍ଥିତ ଡାକ୍ତର ମାନେ ପରୀକ୍ଷା ନିରୀକ୍ଷା କରିଥିଲେ । ଏହି ଶିବିରରେ ଅସ୍ଥିଶଲ୍ୟ ବିଭାଗର ଡ଼ାକ୍ତର ବି ଏସ ରାଓ ୨୭୦ ଜଣ, ଦୃଷ୍ଟି ବାଧିତ ବିଭାଗ ଡାକ୍ତର ପି ପି ସାହୁ ୪୨ ଜଣ, ଶ୍ରବଣ ବାକବଧିତ ବିଭାଗ ଡାକ୍ତର ନାରାୟଣ ସାହୁ ୯୮ ଜଣ ଓ ମାନସିକ ଅନଗ୍ରସର ଓ ଅନ୍ୟାନ୍ୟ ବିଭାଗ ପାଇଁ ଡାକ୍ତର ଶତୃଘ୍ନ ନାୟକ ୯୭ ଜଣଙ୍କ ପରୀକ୍ଷା ନିରୀକ୍ଷା କରିଥିଲେ । ମୋଟ ୪୫ ଜଣଙ୍କୁ ସହାୟତା ଉପକରଣ ପ୍ରଦାନ ନିମନ୍ତେ ଚିହ୍ନଟ କରାଯାଇଥିବା ବେଳେ ୨ଜଣଙ୍କ ମଧ୍ୟରୁ ଜଣକୁ ଏଠାରେ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା। ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ବିନୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରାଜେଶ ନାୟକ ଓ ନିଳମାଧବ ମିଶ୍ର ସହାୟତା କରିଥିଲେ ।

0
0
0
s2sdefault