ହେଡଲାଇନସ୍:

ମୋର ଜୀବନ ଯେ ଭୟ ନାଇନ , ମୁଇ ଲୋକର ସେବା କର୍ବାର ଲାଗି ଅଛେ :- ବିଧାୟକ ସୁଶାନ୍ତ ସିଂ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ : - ଉପନିର୍ବାଚନ ପାଇଁ ଉଠିଛି ପଡୁଛି ପଦ୍ମପୁର । ଏହାରି ଭିତରେ ଗତକାଲି ଠାରୁ ଫେସବୁକ ରେ ହୋଇଥିବା ଏକ ଆପତ୍ତିଜନକ ଅପରାଧିକ ପୋଷ୍ଟକୁ ନେଇ ଚର୍ଚ୍ଚାର ବଜାର ମଧ୍ୟ ସରଗରମ ରହିଛି । ପିଙ୍କୁ କମ୍ପ ନାମକ ଫେସବୁକ ଇଉଜର ଙ୍କର ଦ୍ରାର ଦୁଇଟି ଅପରାଧୀକ ପୋଷ୍ଟ କରଯାଇଥିଲା । ଗୋଟେ ପୋଷ୍ଟ ରେ ସୁଶାନ୍ତ ସିଂ ଓ ତାଙ୍କ ସାନ ଭାଇ ସୁବ୍ରତ ସିଂ ଙ୍କୁ ପରୋକ୍ଷ ଭାବରେ ହତ୍ୟା ଧମକ ଦିଆ ଯାଉଥିବା ଭଳି ପ୍ରତିତ ହେଉଥିବା ଜଣାପଡୁଛି । ଆଜି ଏହି ଅପରାଧିକ ପୋଷ୍ଟ ଉପରେ ସର୍ବସାଧାରଣଙ୍କ ସମ୍ମୁଖରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆଜି ପଦ୍ମପୁର ବ୍ଲକ ଅନ୍ତର୍ଗତ ଜ୍ଞାନ ପଞ୍ଚାୟତ ର ଧାଁରାମୁଣ୍ଡା ଗ୍ରାମରେ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ସିଂ ବରିହା ଙ୍କର ପାଇଁ ପ୍ରଚାର କରୁଥିବା ସମୟରେ ଶ୍ରୀ ସିଂ କହିଲେ ଯେ , ଯେଉଁ ମାନେ ସୁଶାନ୍ତ ସିଂଙ୍କୁ ମଡର କରିବା ପାଇଁ ପୋଷ୍ଟ କରିଛନ୍ତି ସେମାନେ ଜାଣି ରଖିବା ଦରକାର ଯେ ମୋର ମୋର ଜୀବନକୁ ଡର ନାହିଁ । ମୁଁ ଲୋକଙ୍କ ସେବା କରିବାକୁ ଅଛି , ଲୋକଙ୍କ ସେବା କରି ମୁଁ ମରି ଗଲେ ମଧ୍ୟ ଦୁଃଖିତ ହେବାର କିଛି ନାହିଁ କି ଭୟ କରିବାର ନାହିଁ । ହରିବା ଭୟରେ ଫେର ଥରେ ସେମାନେ ଗାଳି ଗୋଳମାଳ କରି ଏହି ସବୁ କରୁଛନ୍ତି । ଏହାପରେ ସେ ପଟଣାଗଡ଼ ବିଧାୟକ ଶ୍ରୀ ସରୋଜ ମେହେର ଙ୍କର ବିଜୟ ସମ୍ପର୍କରେ କରିବାକୁ ଯାଇ କହିଥିଲେ ଯେ ଜଣେ ସାଧାରଣ ଲୋକ ଜଣେ ମହାରାଜ କୁ ହରେଇ ଦେଲା । ଏବେ ହାରିଥିବା ମହାରାଜ ନିର୍ବାଚନରେ ଲଢ଼ିବା ପାଇଁ ମନା କରିବାରୁ ବର୍ତ୍ତମାନ ରାଜସ୍ଥାନ ର ରାଜ ପରିବାର ରେ ବିବାହ କରିଥିବା ତାଙ୍କ ଝିଅ ବର୍ତମାନ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେହିଭଳି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ର ଓ ସେ ଉତ୍ତର ପ୍ରଦେଶ ର ବାରଣାସୀ ରୁ ନିର୍ବାଚନ ଲଢ଼ିଛନ୍ତି , ସେହିଭଳି ଆଉ କିଛି ଦିନ ଭିତରେ ଏହି ଅଞ୍ଚଳକୁ ପ୍ରଚାର ପାଇଁ ଆସିବାକୁ ଥିବା ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର କିନ୍ତୁ ସେ ମଧ୍ୟ ପ୍ରଦେଶ ରୁ ବର୍ତ୍ତମାନ ରାଜ୍ୟ ସଭା ସାଂସଦ । ଆମର ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ସାତ ଜଣ ବିଧାୟକ ବିଜୁ ଜନତା ଦଳର କିନ୍ତୁ ସାଂସଦ ଆମ ନିର୍ବାଚନ ମଣ୍ଡଳୀର ନୁହଁ ସେ ସମ୍ବଲପୁର ର । କିନ୍ତୁ ବର୍ଷା ରାଣୀ ସିଂ ବରିହା ଙ୍କୁ ଟିକେଟ ଦେଇଥିବାରୁ ତାଙ୍କୁ ବାଧି ଯାଉଛି । ଆଶ୍ଚର୍ୟ୍ଯ ର କଥା । ବର୍ଷା ଙ୍କୁ ଏଠି ରହି ଲୋକଙ୍କ ସେବା କରିବା ପାଇଁ ତାଙ୍କ ସ୍ୱାମୀ ଓ ଶଶୁର ସହମତି ପ୍ରଦାନ କରି ସାରିଛନ୍ତି ଓ ମୁଁ ସବୁବେଳେ ତାଙ୍କୁ ସବୁ କାମରେ ସହଯୋଗ କରିବି ବୋଲି ଶ୍ରୀ ସିଂ କହିଥିଲେ ।

0
0
0
s2sdefault