ହେଡଲାଇନସ୍:

ବିଶାଳ ଆଶୀର୍ବାଦ ସମାବେଶରେ ବର୍ଷାଙ୍କ ପାଇଁ ଆଶୀର୍ବାଦ ଲୋଡିଲେ ବିଜେଡିର ତୁଙ୍ଗ ନେତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ସଭାରେ ଉପସ୍ଥିତ ସମସ୍ତଙ୍କୁ ମୁଣ୍ଡିଆ ମାରି ଆଶିର୍ବାଦ ଭିକ୍ଷା କଲେ ବର୍ଷା


ପଦ୍ମପୁର ବାସୀ କହିଛନ୍ତି ବିଜେଡି ଏକ ନମ୍ବରରେ ରହିବ :- ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ଦରଦାମ ବୃଦ୍ଧି କାରଣରୁ ଆଜି ମାଆ ମାନେ ରୋଷେଇ କରିବାକୁ ବି ଡରୁଛନ୍ତି ;- ଡ ଅରୁଣ ସାହୁ
ଜଣେ ମାଁ ଯଦି ଚାହିଁବ ତେବେ ସେ ସମାଜର ମଙ୍ଗଳ ପାଇଁ ଲଢ଼ି ପାରିବ :- ମନ୍ତ୍ରୀ ଟୁକୁନି ସାହୁ
ବରଗଡ ପଦ୍ମପୁର ରେଳ ଲାଇନ କୁ ନେଇ ବିଜେପି ମିଛ ପରେ ମିଛ କହି ଚାଲିଛି :- ପ୍ରସନ୍ନ ଆଚାର୍ଯ୍ୟ

ବରଗଡ :-ପଦ୍ମପୁର ଉପନିର୍ବାଚନ କୁ ଆଉ ମାତ୍ର କେଇଦିନ ବାକି । ଇତି ମଧ୍ୟରେ ନିର୍ବାଚନ ପ୍ରଚାର ମଧ୍ୟ ଜୋର ଧରିଛି । ଏହି କ୍ରମରେ ଆଜି ପାଇକମାଲ ଯୋନ 2 ର ମହିଳା କର୍ମକର୍ତ୍ତା ମାନଙ୍କୁ ନେଇ ବିଜୁ ଜନତା ଦଳ ତରଫରୁ ଏକ ବିରାଟ ଆଶୀର୍ବାଦ ସମାବେଶ ର ଆୟୋଜନ ଜରାଯାଇଥିଲା । ବିଜୁ ଜନତା ଦଳର ମହିଳା ସଭାପତି ତଥା ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଉଦ୍ବୋଧନ ଦେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବତାରଣା କରିଥିଲେ | ସେହିଭଳି ବିଗତ ବର୍ଷ ପର୍ଯନ୍ତ କୃଷକ ଭାଇ ମାନଙ୍କୁ ଚାଷ କରିବା ପାଇଁ ରାଜ୍ୟ ସରକାର ବିନା ସୁଧରେ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଦେଉଥିଲେ ହେଲେ ଚଳିତ ବର୍ଷ ଠାରୁ ମୁଖ୍ୟମନ୍ତ୍ରୀ ଙ୍କର ନିର୍ଦେଶ କ୍ରମେ ଚାଷୀ ଭାଇ ମାନଙ୍କୁ ଏକ ଲକ୍ଷ ଟଙ୍କା ର ଋଣ ବିନା ସୁଧରେ ପ୍ରଦାନ କରାଯାଉଛି ପଦ୍ମପୁର ରେ ବିଜୁ ଜନତା ଦଳ ଏକ ନମ୍ବର ରେ ରହିବ ବୋଲି କହିବା ସହ ବିରୋଧୀ ଙ୍କର ଭିତରେ ଦ୍ଵିତୀୟ ସ୍ଥାନ ପାଇଁ ପ୍ରତିଯୋଗିତା ଚାଲିଛି ବୋଲି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।
ସଭାକୁ ଉଦ୍ବୋଧନ ଦେଇ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ କହିଥିଲେ ଯେ , ଚାଷୀ ଠିକ ସମୟରେ ବୀମା ଟଙ୍କା ପୈଠ କରିବା ସତ୍ୱେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଇନ୍ସୁରେନ୍ସ କମ୍ପାନୀ ମାନେ ଚାଷୀକୁ ବୀମା ଟଙ୍କା ପ୍ରଦାନ କରୁନାହାନ୍ତି । ଏହା ସହିତ ଦରଦାମ ବୃଦ୍ଧି ଉପରେ ରୋକ ଲଗାଇବା ଦାଇତ୍ୱ ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ର ସରକାରଙ୍କ । ଆଜି ପାଞ୍ଚ ଶହ ଟଙ୍କା ନେଇ ବଜାରକୁ ଗଲେ ଗୋଟିଏ ବେଗ ରେ ଅଧା ସଉଦା ବି ଆସୁନି । ସବୁ ଜିନିଷ ର ଦରଦାମ ଆକାଶ ଛୁଆଁ ହୋଇଥିବା କାରଣ ରୁ ମହିଳା ମାନେ ଘରେ ରୋଷେଇ କରିବାକୁ ଡରୁଛନ୍ତି । ନବୀନ ବାବୁ ଙ୍କୁ ସମସ୍ତ ଭଲ ପାଆନ୍ତୁ । ଆହୁରି ଦଳ ଅଛନ୍ତି ତା ମଧ୍ୟରୁ ଗୋଟେ ମିଛ କହି କହି ସଫା ହୋଇଗଲା ତ ଆଉ ଗୋଟେ ମିଛ କହି କହି ସଫା ହେବାକୁ ଯାଉଛି ବୋଲି ଡ ଅରୁଣ ସାହୁ କହିବା ସହିତ ବର୍ଷା ସିଂ ବରିହା ଙ୍କୁ ମାଆ ମାନେ ନିଜର ଭୋଟ ମାଧ୍ୟମରେ ଆଶୀର୍ବାଦ କରିବେ ବୋଲି ନିବେଦନ କରିଥିଲେ ।
ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟ ସରକାର ଙ୍କର ମହିଳା ସଶକ୍ତିକରଣ ଉପରେ କହିଥିବା ବେଳେ ବିଜୁ ଜନତା ଦଳର ଉପସଭାପତି ତଥା ପୂର୍ବତନ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ବିଜୁ ବାବୁ ଓ ବିଜୟବାବୁ ଙ୍କର ସମ୍ପର୍କ , କେମିତି ସେ ସମୟରେ ଏତେ ପାଠ ପଢି ଥିବା ସତ୍ୱେ ବିଜୟ ବାବୁ କୋଣସି ଚାକିରୀ ନ କରି ଲୋକଙ୍କ ପାଇଁ ସମର୍ପିତ ହୋଇଥିଲେ ତା ଉପରେ କହିବା ସହିତ ବରଗଡ଼ ନୂଆପଡ଼ା ରେଳ ଲାଇନ କୁ ନେଇ କେନ୍ଦ୍ର ସରକାର ଙ୍କର ମନ୍ତ୍ରୀ ଓ ନେତା ମାନେ କିଭଳି ଭାବରେ ପରସ୍ପର ବିରୋଧୀ ମନ୍ତବ୍ୟ ଦେଇ ପଦ୍ମପୁରବାସୀଙ୍କୁଙ୍କୁ ପ୍ରତାରିତ କରୁଛନ୍ତି ସେ ବାବଦରେ କହିଥିଲେ ।

ଉଦ୍ବୋଧନ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଙ୍କର କନ୍ୟା ଦୀପାଳି ଦାସ , ଦରଦାମ ବୃଦ୍ଧି ଉପରେ କେନ୍ଦ୍ର ଓ ବିଜେପି ଉପରେ ବର୍ଷିବା ସହିତ କେନ୍ଦ୍ର ସରକାର ଙ୍କର ସବୁ ଦ୍ରବ୍ୟ ଉପରେ ମନମୁଖୀ GST ଦ୍ୱାରା ଲୋକେ କେମିତି ହନ୍ତସନ୍ତ ହେଉଛନ୍ତି ଖାସକରି ମହିଳା ମାନଙ୍କୁ ପ୍ରତ୍ୟେକ ଦିନ କେମିତି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ତା ଉପରେ କହିବା ସହିତ କେନ୍ଦ୍ରର ବିଜେପି ସରକାର ଲୋକଙ୍କ ସେବା କରୁନାହିଁ ବରଂ ଲୋକଙ୍କ ଉପରେ ଅତ୍ୟାଚାର କରୁଛି ବୋଲି ଉପସ୍ଥିତ ମହିଳା ମାନଙ୍କୁ କହିଥିଲେ ।
ଏହି ସଭାରେ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହା ପହଁଚି ପ୍ରଥମେ ବିଜୁ ବାବୁ ଓ ବିଜୟ ବାବୁ ଙ୍କ ଫୋଟୋରେ ପୁଷ୍ପ ଅର୍ପଣ କରିବା ସହିତ ଉପସ୍ଥିତ ମହିଳା ମାନଙ୍କୁ ମୁଣ୍ଡିଆ ମାରି ପଦ୍ମପୁର ମାଟିର ବିକାଶ ପାଇଁ , ମୋର ବାପାଙ୍କୁ ଆପଣ ମାନେ ଯେମିତି ଆଶୀର୍ବାଦ କରୁଥିଲେ ମତେ ମଧ୍ୟ ଆପଣ ମାନେ ସେମିତି ଆଶୀର୍ବାଦ କରିବେ ବୋଲି କହି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଏହି ସଭାକୁ, ସାଂସଦ ନିରଞ୍ଜନ ବିଶି , ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦଳି ବିଧାୟକ ମୁକେଶ ପାଳ, ବିଧାୟକ ମହିଧର ରଣା, ବିଧାୟକ ବିକ୍ରମ ପଣ୍ଡା , ଉଚ୍ଚ ସରକାରୀ ଚାକିରୀ ଛାଡି ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଥିବା ଶ୍ରୀ ମହେନ୍ଦ୍ର ବଢ଼େଇ , ପୂର୍ବତନ ବିଧାୟକ ଯୋଗେଶ ସିଂ ,ଚିମୟ ସାହୁ ,ପର୍ଯବେକ୍ଷକ ବିଷ୍ଣୁ ପ୍ରସାଦ କେଡ଼ିଆ , ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ନିଲକୁମାରି ନାୟକ , ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କର ପ୍ରତିନିଧି ଶ୍ରୀ ବିଜୟ କୁମାର ସ୍ୱାଇଁ ଓ ପାଇକମାଲ ବିଜୁ ଜନତା ଦଳର ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ସଭାକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀ ଙ୍କୁ ବିଜୟୀ କରେଇବା ପାଇଁ ନିବେଦନ କରଥିଲେ ।

0
0
0
s2sdefault