ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ସଂକ୍ଷିପ୍ତ ଭୋଟର ସଚେତନତା ସମ୍ପର୍କରେ ଏକ ବୈଠକ ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ-ତଥା-ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଅଛି। ଜିଲ୍ଲା ସ୍ତରୀୟ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ -୨୦୨୩ ଚଳିତ ବର୍ଷ ନିମନ୍ତେ ତା.୦୯-୧୧-୨୦୨୨ ରିଖ ଠାରୁ ତା.୦୮.୧୨.୨୦୨୨ ରିଖ ପଯ୍ୟନ୍ତ ଚାଲୁ ରହିଛି। ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଭୋଟର ତାଲିକା ନାମ ସଂଯୋଜଗ କରିବେ ଓ ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗୀ କରଣ ବିଷୟରେ ଜିଲ୍ଲାର ସମସ୍ତ ଅଧ୍ୟକ୍ଷ , ଅଧ୍ୟକ୍ଷା ମାନଙ୍କୁ ଜିଲ୍ଲାପାଳ ଅବଗତ କରାଇଥିଲ।
ଚଳିତ ବର୍ଷ ଯୁବବର୍ଗଙ୍କ ପାଇଁ ନୂତନ ଭୋଟର ହେବା ପୂର୍ବରୁ ବର୍ଷକୁ ଥରେ ମାତ୍ର ନାମ ପଞ୍ଜିକରଣ ସୁଯୋଗ ମିଳୁଥିଲା ମାତ୍ର ଏବେ ୪ ଥର ସୁଯୋଗ ମିଳିବ। ଜାନୁୟାରୀ ୧ , ଏପ୍ରିଲ୍ ୧ , ଜୁଲାଇ ୧ ଓ ଅକ୍ଟୋବର ୧ ବେଳକୁ ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନେ ପରବର୍ତ୍ତୀ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମରେ ନିଜର ନାମକୁ ନୂତନ ଫର୍ମ-୬ ଯୋଗକରିବା , ଫର୍ମ-୭ ରେ ନାମକୁ ବାଦ କରିବା , ଫର୍ମ-୮ ରେ ଭୋଟର ତାଲିକାରେ ନିଜର ତଥ୍ୟରୁ ସଂଶୋଧନ ଏବଂ ନିଜର ସ୍ଥାନକୁ ପରିବର୍ତ୍ତନ କରିବା ଓ ଫର୍ମ-୬ (ଖ)ରେ ନିଜର ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସହିତ ସଂଯୋଜଗ କରିପାରିବେ।
ଯୋଗ୍ୟତା ବିବେଚିତ ଭୋଟର ମାନେ ଅନଲାଇନ୍ ମାଧ୍ୟମରେ ଭୋଟର ହେଲ୍ପ ଲାଇନ ଆପ୍ www . nvsp / voterportal.eci.gov.in କିମ୍ବା ଭୋଟର ହେଲ୍ପ ଲାଇନ ଅପ୍ ବ୍ୟବହାର କରନ୍ତୁ କିମ୍ୱା ବୁଥ୍ ସ୍ତରୀୟ ଅଧିକାରୀଙ୍କ ଠାରେ ଗରୁଡ଼ ଅପ୍ ମଧ୍ୟମରେ ପର୍ମ-୬ , ୭ , ୮ ଓ ୬ଖ ରେ ଆବେଦନ କରିପାରିବେ।
ମୁଖ୍ୟ ନିର୍ବାଚନ ଅଧିକାରୀ , ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ନଭେମ୍ବର ମାସ ତା ୧୨ , ୧୩ , ୨୬ , ୨୭ ତାରିଖ ଦିନ ପ୍ରତ୍ୟେକ ବୁଥ୍ ରେ ମଧ୍ୟ ନାମ ପଞ୍ଜିକରଣ କରିପାରିବେ। ଯେଉଁ ଛାତ୍ର ଛାତ୍ରୀ ମାନେ ୧୮ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବେ ସେହି ମାନେ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିପାରିବେ ଓ ଅନଲାଇନ୍ ଅଥବା ସୁଇପ ମୋବାଇଲ୍ ଅପ୍ କିମ୍ବା ନିକଟସ୍ଥ ଭୋଟର ସହାୟତ କେନ୍ଦ୍ରରେ ନାମ ପଞ୍ଜିକରଣ କରିପାରିବେ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ଡେପୁଟି କଲେକ୍ଟର (ନିର୍ବାଚନ ଶାଖା) ଶ୍ରୀ ନଟବର ଗରଡ଼ା , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ , ପାରଳାଖେମୁଣ୍ଡି ପୌର ପରିଷଦ ନିର୍ବାହୀ ଅଧିକାରୀ ଜୁବିଲି ଚରଣ ବେହେରା , ଜିଲ୍ଲା ସୂଚନା ଅଧିକାରୀ (ଏନ୍ଆଇସି) ଟି.ବାଳକୃଷ୍ଣ ମୂର୍ଥି ଓ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ , ଅଧ୍ୟକ୍ଷା ଓ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ସଂକ୍ଷିପ୍ତ ଭୋଟର ସଚେତନତା ପ୍ରସ୍ତୁତି ନେ଼ଇ ବୈଠକ
- Hits: 307