ରାଜ୍ୟସ୍ତରୀୟ "ସୁରଭି"-୨୦୨୨ ରେ ଗଜପତି ଜିଲ୍ଲାର କୃତିତ୍ୱ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟସ୍ତରୀୟ "ସୁରଭି"-୨୦୨୨ ରେ ଗୁମ୍ମା ବ୍ଲକର ରସିକରାଜପୁର , ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ମମିତା କାର୍ଜୀ ମଧ୍ୟାହ୍ନ ଭୋଜନ ହସ୍ତକଳା ପ୍ରତିଯୋଗିତାରେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଗଜପତି ଜିଲ୍ଲର ଗୌରବ ବଢ଼ାଇଛନ୍ତି।
ଜିଲ୍ଲା ଶିକ୍ଷା ଅଧିକାରୀ , ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ବିଭିନ୍ନ ଅନୁଷ୍ଠାନ ତଥା ଜିଲ୍ଲା ପ୍ରଶାସନ ତରଫରୁ ୱାଇ . ଦିଲେଶ୍ୱର ରାଓ ଓ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଖୁସି ଅବସରରେ ଅଭିନନ୍ଦନ କାର୍ଯ୍ୟକ୍ରମରେ କୃତି ଛାତ୍ରୀ ମମିତା କାର୍ଜୀକୁ ବିଦ୍ୟାଳୟ ତରଫରୁ ସମସ୍ତ ବିଦ୍ୟାର୍ଥୀ , ପ୍ରଧାନଶିକ୍ଷକ , ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଓ କର୍ମଚାରୀ ବୃନ୍ଦ ଭବ୍ୟ ସ୍ୱାଗତ କରି ପୁଷ୍ପଗୁଚ୍ଛ ସହ ଉପଢୌକାନ ପ୍ରଦାନ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା କୁମାରୀ ଦଣ୍ଡିଆ ସମସ୍ତ ଉଚ୍ଚ ଶିକ୍ଷା ପଦାଧିକାରୀ ଏବଂ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault