ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ତରଫରୁ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଯେଉଁ ସରକାରୀ କର୍ମଚାରୀ ତଥା ଜିଲ୍ଲା ଓ ଦୌରା ଜଜ୍ ଅଦାଲତ କାର୍ଯ୍ୟାଳୟର କାର୍ଯ୍ୟରତ କର୍ମଚାରୀ ୨୫ ବର୍ଷରୁ ଉର୍ଦ୍ଧ ଧରି କାର୍ଯ୍ୟ କରି ଆସିଛନ୍ତି, ସେହି କର୍ମଚାରୀମାନଙ୍କୁ ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି ।
ଏହି ସମ୍ବର୍ଦ୍ଧନା ଉତ୍ସବରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଜପତି ଜିଲ୍ଲା ଓ ଦୌରା ଜଜ୍ ଅଦାଲତର ୨୫ ବର୍ଷରୁ ଉର୍ଦ୍ଧ ଧରି କାର୍ଯ୍ୟ କରୁଥିବା ୧୨ ଜଣ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ଗଜପତି ଜିଲ୍ଲା ଓ ଦୌରା ଜଜ୍ ବିଚାରପତି ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଏହି ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପାରଳାଖେମୁଣ୍ଡି ବାର୍ ଆସୋସିଏସନ୍ ସେକ୍ରେଟାରୀ ଶ୍ରୀ କୃଷ୍ଣ ମୋହନ ପଟ୍ଟନାୟ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ।
ଜିଲ୍ଲା ଓ ଦୌରା ଜଜ୍ ଅଦାଲତର କର୍ମଚାରୀମାନେ ସମାଜର ତୃଣାମୂଳ ସ୍ତରରୁ ଉନ୍ନତ ସେବା ଜନସାଧରଣଙ୍କୁ ଯୋଗାଇଥିବାରୁ ସମସ୍ତ କର୍ମଚାରୀ ମାନଙ୍କୁ ଉଚ୍ଚ ପ୍ରଶଂସା ପାତ୍ର ବୋଲି ମୁଖ୍ୟ ଅତିଥି କହିଥିଲେ।
ଏହି ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ସିଜେଏମ୍ ଶ୍ରୀ ମାନସ କୁମାର ପଣ୍ଡା , ସିଜେସିଏସଡି ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , ରେଜିଷ୍ଟର ସିଭିଲ କୋର୍ଟ ଶ୍ରୀ ସତ୍ୟବ୍ରତ ରଣା , ଜେସିଏସଡି ଅର୍.ଉଦୟଗିରି ଶ୍ରୀ ପୁନ୍ୟଶ୍ଲୋକ ରଥ , ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ରବିନାରାୟଣ ବେହେରା , ଏସଡ଼ିଜେଏମ ବର୍ଷା ଶର୍ମା , ଜେଏମଏଫସି ମୋହନା ଶ୍ରୀମତୀ ଅନନ୍ୟା ଦାସ , ଜେଏମଏଫସି କାଶୀନଗର ଅଙ୍କିତ ଗୁରୁ , ପାରଳାଖେମୁଣ୍ଡି ବାର୍ ଆସୋସିଏସନ୍ ର ସମସ୍ତ ଆଇନଜୀବୀ ଓ ବିଭାଗୀୟ ସମସ୍ତ କର୍ମଚାରୀ ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ ।
ରାଜ୍ୟ
ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ତରଫରୁ ସମ୍ବର୍ଦ୍ଧନା ଉତ୍ସବ
- Hits: 239