ହେଡଲାଇନସ୍:

ଆପଣ ବର୍ଷାଙ୍କୁ ଆଶୀର୍ବାଦ କରିବେ :- ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ମହିଳାମାନଙ୍କ ଆଶୀର୍ବାଦ ସମାବେଶ

  • ବର୍ଷାଙ୍କ ପାଇଁ ପ୍ରଚାର ଆରମ୍ଭ କଲେ ଦଳର ନେତୃମଣ୍ଡଳୀ

ବରଗଡ :-ପଦ୍ମପୁର ଉପନିର୍ବାଚନ ପାଇଁ ବର୍ତ୍ତମାନ ପଦ୍ମପୁର ଅଞ୍ଚଳରେ ମାହୋଲ ସରଗରମ । ନିର୍ବାଚନରେ ବିଜୟକୁ ଶତ ପ୍ରତିଶତ ସୁନିଶ୍ଚିତ କରିବା ପାଇଁ ପ୍ରୟାସ ରତ ସବୁ ଦଳ ଓ ପ୍ରାର୍ଥୀ । ଏ ସବୁ ଭିତରେ ବର୍ତ୍ତମାନ ସୁଦ୍ଧା ବିଜୁ ଜନତା ଦଳର ଦଳୀୟ ପ୍ରାର୍ଥୀ, ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କର ସୁପୁତ୍ରୀ ବର୍ଷା ରାଣୀ ସିଂ ବରିହା ଙ୍କର ପ୍ରଚାର ଖୁବ ଆଗରେ ରହିଛି । ଜଣେ ଉଚ୍ଚ ଶିକ୍ଷିତ ଆଦିବାସୀ ମହିଳା ଙ୍କୁ ବିଧାୟକ ପ୍ରାର୍ଥୀ ଭାବରେ , ଲୋକଙ୍କ ଭିତରେ ବର୍ଷା ଙ୍କର ଆଦର ବଢ଼ିବାରେ ଲାଗିଛି ଖାସକରି ମହିଳା ମାନେ ବର୍ଷା ଙ୍କୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।
ଆଜି ପାଇକମାଲ ଯୋନ 3 ଅନ୍ତର୍ଗତ ବୁକୁରାମୁଣ୍ଡା ଠାରେ ବିଜୁ ମହିଳା ଜନତା ଦଳର ମହିଳା ଆଶୀର୍ବାଦ ସମାବେଶ ଅନୁଷ୍ଠିତ ହୋଇ ଥିଲା । ଏହି ସଭାରେ ଯୋନ ର ସମସ୍ତ ପଞ୍ଚାୟତ ରୁ ପାଞ୍ଚ ହଜାର ରୁ ଉର୍ଦ୍ବ ମହିଳା ଯୋଗ ଦେଇଥିଲେ । ଯୋନ 3 ଦାଇତ୍ୱ ରେ ଥିବା ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କର ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଶୀର୍ବାଦ ସମାବେଶ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାର ଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ , କ୍ୟାବିନେଟ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ , କ୍ୟାବିନେଟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଙ୍କର ସହିତ ବିଧାୟକ ଶ୍ରୀ ଜଗନ୍ନାଥ ନାୟକ , ବିଧାୟକ ଶ୍ରୀ ରଘୁ ରାମ ପୋଡାଲ , ବିଜୁ ମହିଳା ଜନତା ଦଳର ସଭାପତି ତଥା ଅତବିରା ବିଧାୟିକା ଶ୍ରୀମତି ସ୍ନେହାଙ୍ଗିନୀ ଛୁରିଆ , ପୂର୍ବତନ ବିଧାୟକ ଶ୍ରୀ ଚନ୍ଦ୍ର ଶେଖର ମାଝୀ , ରମେଶ ବେହେରା , ଦେବାଶିଷ ମହାନ୍ତି , ଅର୍ପଣ ପ୍ରଧାନ , ଚନ୍ଦ୍ର ଶେଖର ମାଝୀ , ବରଗଡ଼ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ନୀଳ କୁମାରୀ ନାୟକ , କୁମାରୀ ଦୀପାଳି ଦାସ ପ୍ରମୁଖ ମୁଖ୍ୟମନ୍ତ୍ରୀ ଙ୍କର ଦ୍ୱାରା ମହିଳା ମାନଙ୍କ ବିକାଶ ନିମନ୍ତ୍ୱ କରାଯାଉଥିବା କାମ ସବୁକୁ ବିସ୍ତାର ଭାବରେ ବର୍ଣନା କରିବା ସହିତ ବିଜୟ ବାବୁ ଙ୍କର ପଦ୍ମପୁର ପ୍ରତି ରହିଥିବା ଅବଦାନ ବାବଦରେ କହିବା ସହିତ ବିଜୟ ବାବୁ ଙ୍କର ସୁପୁତ୍ରୀ ବର୍ଷା ରାଣୀ ସିଂ ବରିହା ଙ୍କୁ ରେକର୍ଡ ମାର୍ଜିନ ରେ ଭୋଟ ଦେଇ ବିଜୟୀ କରିବା ପାଇଁ ନିବେଦନ କରିଥିଲେ । ଉପସ୍ଥିତ ମାତୃଶକ୍ତି କୁ ସମ୍ମୋଧନ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟଜ କହିଥିଲେ ଯେ ଆଜି ଉପସ୍ଥିତ ସମସ୍ତ ମାଁ ମାନେ ବର୍ଷା ଙ୍କୁ ଆଶୀର୍ବାଦ କରିବେ , ଏହାପରେ ମନ୍ତ୍ରୀ ରାଜ୍ୟ ସରକାର ଅନେକ ଯୋଜନା ବାବାରେ ମାଁ ମାନଙ୍କୁ କହିଥିଲେ | ସେହିଭଳି ନିଜର ଅଭିଭାଷଣ ରେ କ୍ୟାପଟେନ ମିଶ୍ର ନିଜ ମାଁ ଙ୍କର ବାବଦରେ ଏକ ଉଦାହରଣ ଦେଇ କହିଥିଲେ ଯେ ମୋର ମାଁ ମାତ୍ର ଷଷ୍ଠ ଶ୍ରେଣୀ ପର୍ଯନ୍ତ ପାଠ ପଢ଼ିଛନ୍ତି କିନ୍ତୁ ସେ ମତେ ଏକ ପାଇଲଟ ବନେଇଲେ । ମାଁ ମାନେ ଯଦି ଚାହିଁବେ ତେବେ ତାଙ୍କ ଛୁଆ ମାନଙ୍କୁ ଯେ କୋଣସି ପରିସ୍ଥିତି ରେ ବି ଭଲ ଓ ଉଚ୍ଚ ଶିକ୍ଷିତ କରି ପାରିବେ । ଏବେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ମାଁ ମାନଙ୍କୁ ସସକ୍ତି ଓ ସମୃଦ୍ଧ କରିବା ପାଇଁ ଅନେକ ପ୍ରଶଂସନୀୟ ପ୍ରୟାସ କରୁଛନ୍ତି । ଯାହା ଫଳରେ ମାଁ ମାନେ ଆଗକୁ ବଢ଼ିବାରେ ରାସ୍ତା ପ୍ରଶସ୍ତ ହୋଇଛି । ମନ୍ତ୍ରୀ ଟୁକୁନି ସାହୁ ଓ ବିଜୁ ମହିଳା ଜନତା ଦଳର ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଙ୍କର ସମ୍ମୋଧନ ମଧ୍ୟ ଉପସ୍ଥିତ ମାତୃଶକ୍ତି କୁ ବେଶ ପ୍ରଭାବିତ କରିଥିବାର ଦେଖିବାକୁ ମିଳିଛି ।

0
0
0
s2sdefault