ହେଡଲାଇନସ୍:

ସରକାରୀ I.T.I ପାରାଦ୍ୱୀପଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର /ସୁମନ୍ତ କୁମାର ଦାସ: ପାରାଦ୍ୱୀପ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପରିସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିୟୋଜନ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ୱୀପ କାହ୍ନୁଚରଣ ଧୀରଙ୍କ ଦ୍ଵାର ଉଦଘାଟିତ ହୋଇଯାଇଛି l ଏହି ନିଯୁକ୍ତି ମେଳରେ ୧୧୦୨ ଜଣ ଯୁବକ ଯୁବତୀ ବିଭିନ୍ନ ନିଯୁକ୍ତି ଦାତା ମାନଙ୍କ ପାଖରେ ଆବେଦନା କରିଛନ୍ତି l ଜଗତସିଂହପୁର ଜିଲ୍ଲାର ୮ ଟି ବ୍ଲକରୁ ପିଲାମାନେ ଅଂଶ ଗ୍ରହଣ କରିଥିବା ବେଳେ କେନ୍ଦ୍ରାପଡ଼ା, ଯାଜପୁର ଓ ପୁରୀ ଜିଲ୍ଲାରୁ ପ୍ରାର୍ଥୀ ମାନେ ଯୋଗ ଦେଇଥିଲେ l ଏହି ନିଯୁକ୍ତି ମେଳାରେ ୨୧ ଟି ନିଯୁକ୍ତି ଦାତା ଓ ୧୦ ଟି ତାଲିମ ପ୍ରଶିକ୍ଷଣ ସଂସ୍ଥା ଯୋଗଦେଇ ପ୍ରାର୍ଥୀମାନଙ୍କଠାରୁ ଆବେଦନ ଗ୍ରହଣ କରିଥିଲେ l ଜିଲ୍ଲା ନିୟୋଜନ ଅଧିକାରିଣୀ ଅର୍ପିତା ପ୍ରିୟଦର୍ଶିନୀ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ l ଜାମୁଙ୍ଗା ପଲ୍ଲୀ ଟେକ୍ନିକ ଓ ଆଇଟିଆଇ ଅଧ୍ୟକ୍ଷ ଓ କର୍ମକର୍ତାମାନେ ଯୋଗଦେଇଥିଲେ l

0
0
0
s2sdefault