- ଟିଆଇଇ ଏବଂ ଷ୍ଟାର୍ଟଅପ୍ ଓଡ଼ିଶା ମିଳିତ ଭାବରେ ଷ୍ଟାର୍ଟ-ଅପ୍ ପରିବ୍ୟବସ୍ଥାକୁ ପ୍ରେରଣା ଯୋଗାଉଛନ୍ତି
- ୨୫ ଷ୍ଟାର୍ଟଅପ୍ ସେମାନଙ୍କର ଉତ୍ପାଦ ଓ ସେବା ପ୍ରଦର୍ଶନ କରିବେ
- ଷ୍ଟାର୍ଟଅପ୍ଗୁଡିକ ପାଇଁ ନେଟୱର୍କିଂ ଓ ମାର୍ଗଦର୍ଶନକାରୀ ଅଧିବେଶନ ଆୟୋଜିତ ହେବ
ଭୁବନେଶ୍ୱର: ରାଜ୍ୟରେ ଔଦ୍ୟୋଗିକି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଟିଆଇଇ ଭୁବନେଶ୍ୱର ଓ ଷ୍ଟାର୍ଟ-ଅପ୍ ଓଡ଼ିଶ।।ର ଏକ ମିଳିତ ପ୍ରୟାସ ହଲ୍ ଅଫ ଫେମ୍ ୨.୦ ଷ୍ଟାର୍ଟଅପ୍ଗୁଡିକୁ ସେଗୁଡିକର ଉତ୍ପାଦ ଓ ସେବା ପ୍ରଦର୍ଶନ ନିମନ୍ତେ ଭୁବନେଶ୍ୱରରେ ୨୦୨୨ ନଭେମ୍ବର ୨୧ ସୋମବାର ଦିନ ସ୍ୱତନ୍ତ୍ର ଭାବରେ ଆୟୋଜିତ ଏକ ପ୍ରଦର୍ଶନୀରେ ଏକ ମଞ୍ଚ ଭାବରେ ଏହାରର ‘ହଲ୍ ଅଫ ଫେମ୍’ର ଦ୍ୱିତୀୟ ସଂସ୍କରଣ ଶୁଭାରମ୍ଭ କରିବ । ଏହି କାର୍ଯ୍ୟକ୍ରମ ଅବସରରେ ଉଦୀୟମାନ ଉଦ୍ୟୋଗୀମାନେ ନେଟୱର୍କ କ୍ଷେତ୍ରରେ ରହିଥିବା ଏକାଧିକ ସୁଯୋଗ ସମ୍ପର୍କରେ ନିରୀକ୍ଷଣ କରିପାରିବେ ଏବଂ ଅତ୍ୟୁଚ୍ଚ ଦୃଷ୍ଟିନିବଦ୍ଧକାରୀ ମାର୍ଗଦର୍ଶନ ତଥା ଅଭିଜ୍ଞ ବୃତ୍ତିଧାରୀଙ୍କ ଦ୍ୱାରା ଜ୍ଞାନଭିତ୍ତିକ ଅଧିବେଶନ ଜରିଆରେ ପାଣ୍ଠି ଯୋଗାଣ ଏବଂ ଇନ୍କ୍ୟୁବେସନ ସମେତ ଷ୍ଟାର୍ଟ-ଅପ୍ ପରିବ୍ୟବସ୍ଥା ସମ୍ପର୍କିତ ଟିକିନିଖି ବିଷୟରେ ଜ୍ଞାନ ଆହରଣ କରିପାରିବେ ।
ଉଦ୍ଘାଟନୀ ଉତ୍ସବରେ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ, ଓଡ଼ିଶା ସରକାର; ଶ୍ରୀ ମନୋଜ ମିଶ୍ର, ସଚିବ, ଆଇଟି ବିଭାଗ, ଓଡ଼ିଶା ସରକାର; ଶ୍ରୀ ଓମ୍କାର ରାୟ, ଏକ୍ଜିକ୍ୟୁଟିଭ ଚେୟାରମ୍ୟାନ, ଷ୍ଟାର୍ଟଅପ୍ ଓଡ଼ିଶା; ଶ୍ରୀ ଦେବାଶିଷ୍ଟ ପଟନାୟକ, ପ୍ରେସିଡେଣ୍ଟ, ଟିଆଇଇ ଭୁବନେଶ୍ୱର ଓ ଶ୍ରୀ ସୁନିଲ ତନେଜା, ଭାଇସ ପ୍ରେସିଡେଣ୍ଟ, ଟିଆଇଇ ଭୁବନେଶ୍ୱର ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗଦେବେ । ସେହିଭଳି ଶ୍ରୀ ମାନସ ପଣ୍ଡା, ଡାଇରେକ୍ଟର, ଏସ୍ଟିପିଆଇ, ଭୁବନେଶ୍ୱର ଏବଂ ଶ୍ରୀ ପ୍ରଶାନ୍ତ ବିଶ୍ୱାଳ, ହେଡ-ସିଏସ୍ଆର ଆଣ୍ଡ କର୍ପୋରେଟ ଆଫେୟାର୍ସ, ଜେଏସଡବ୍ଲ୍ୟୁ ଗ୍ରୁପ୍ ଉଦ୍ଯାପନୀ ଅଧିବେଶନରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।
କାର୍ଯ୍ୟକ୍ରମ ଅବସରରେ ସାମାଜିକ ଉଦ୍ୟୋଗୀ ଡ.ଅଚ୍ୟୁତ ସାମନ୍ତ, ପ୍ରତିଷ୍ଠାତା, କିଟ୍ ଓ କିସ୍, ଷ୍ଟାର୍ଟ-ଅପ୍କୁ ନେଇ ନିଜର ଔଦ୍ୟୋଗିକି ଯାତ୍ରା ଅନୁଭୂତି ସମ୍ପର୍କରେ ପ୍ରକାଶ କରିବେ ଏବଂ ସେ ସମ୍ମୁଖୀନ ହୋଇଥିବା ଚାଲେଞ୍ଜ ଏବଂ ସେଗୁଡିକର କିଭଳି ସମାଧାନ କରିଛନ୍ତି, ସେ ସମ୍ପର୍କରେ ସେମାନଙ୍କୁ ନିଜର ଅଭିଜ୍ଞତା ବର୍ଣ୍ଣନା କରିବେ । ଯଦ୍ଦ୍ୱାରା ଔଦ୍ୟୋଗିକତା କ୍ଷେତ୍ରରେ କ’ଣ ଆଶା କରାଯାଇପାରିବ ଏବଂ ସମସ୍ୟାଗୁଡିକୁ କିଭଳି ସାମ୍ନା କରିବାକୁ ହେବ, ତାହା ସେମାନେ ଜାଣିବାକୁ ପାଇବେ ।
ସମଗ୍ର ଦେଶରୁ ଉଚ୍ଚସ୍ତରୀୟ ନିବେଶକମାନେ ଷ୍ଟାର୍ଟ-ଅପ୍ଗୁଡିକ ସହିତ ଭାବବିନିମୟ କରିବେ ଏବଂ ସେମାନଙ୍କର ଉତ୍ପାଦ ତଥା ସେବା ସମ୍ପର୍କିତ ଆର୍ଥିକ ପରିଚାଳନା ଦିଗ ଉପରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରିବେ । ଏଥିରେ ସାମିଲ ହେବାକୁ ଥିବା କିଛି ନିବେଶକଙ୍କ ମଧ୍ୟରେ ମୁମ୍ବଇ ଆଞ୍ଜେଲସ୍, ଇଣ୍ଡିଆନ ଆଞ୍ଜେଲସ୍, ଲେଟ୍ସ୍ ଭେଞ୍ଚର ଏବଂ ଅନ୍ୟମାନେ ରହିଛନ୍ତି । ଖୋଲା ଅଧିବେଶନ ଷ୍ଟାର୍ଟ-ଅପ୍ଗୁଡିକୁ ନିବେଶକଙ୍କ ସହିତ ଭାବ ବିନିମୟ, ସେମାନଙ୍କ ମନରେ ଥିବା ସନ୍ଦେହ ଦୂର କରିବା, ଔଦ୍ୟୋଗିକତା ସମ୍ପର୍କରେ ସେମାନେ ଚାହୁଁଥିବା ସ୍ପଷ୍ଟିକରଣ ଲୋଡିପାରିବେ ଏବଂ ସେମାନଙ୍କ ନିକଟରୁ ପରାମର୍ଶ ପାଇବାକୁ ସୁଯୋଗ ଯୋଗାଇଦେବ ।