ବରଗଡ :- ଧୀରେ ଧୀରେ ଉପନିର୍ବାଚନ ପାଇଁ ପ୍ରଚାର ଜୋର ଧରିବାରେ ଲାଗିଛି । ତୃଣମୂଳ ସ୍ତରରେ ଲୋକଙ୍କ ସହିତ ସିଧାସଳଖ ସମ୍ପର୍କ ଯୋଡି ପ୍ରଚାର କୁ ତୀବ୍ର କରିବା ପାଇଁ ବିଜୁ ଜନତା ଦଳ ତରଫରୁ ପଞ୍ଚାୟତ ସ୍ତରରେ ଅଫିସ ଖୋଲା ଯାଉଛି । ଏହିକ୍ରମରେ ଆଜି ପାଇକମାଲ ବ୍ଲକ ଯୋନ 3 ର ମାଣ୍ଡିଆଢ଼ିପା ପଞ୍ଚାୟତ ର ବୈଦପାଳି ଗ୍ରାମରେ ଦଳୀୟ ଅଫିସ ର ଉଦ୍ଘାଟନ ହୋଇଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଉପନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଥିବା ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ , ସମ୍ମାନିତ ଅତିଥି ଭାବରେ ଯୋନ 3 ଦାଇତ୍ଵ ରେ ଥିବା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର , କେନ୍ଦୁଝର ପାଟଣା ବିଧାୟକ ଶ୍ରୀ ଜଗନ୍ନାଥ ନାୟକ , ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି ଶ୍ରୀମତୀ ନୀଳ କୁମାରୀ ନାୟକ , ବରିଷ୍ଠ ନେତା ଶ୍ରୀ ଧବଳେଶ୍ବର ସାହୁ , ସଭାପତି ଶ୍ରୀ ଦୀପକ ବୁଡ଼େକ ପ୍ରମୁଖ ଙ୍କର ସମେତ ଶତାଧିକ ମହିଳା ଓ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ମାଆ ମାନଙ୍କୁ ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ଯଥେଷ୍ଟ ସମ୍ମାନ ପ୍ରଦାନ କରିଥାଏ । ମାଆ ମାନେ ଆଗକୁ ଆସିଲେ ଯାଇ ଦେଶର ବିକାଶ ସମ୍ଭବ , ତେଣୁ ଆଜି ଓଡ଼ିଶାର 30 ଜିଲ୍ଲାପାରିଷଡ଼ ଅଧ୍ୟକ୍ଷ ଙ୍କର ମଧ୍ୟରେ 21 ଜଣ ମହିଳା ରହିଛନ୍ତି । ପ୍ରଥମ ଥର ପଦ୍ମପୁର ଅଂଚଳରୁ ଜଣେ ଉଚ୍ଚ ଶିକ୍ଷିତ ମହିଳା ବିଜୁ ଜନତା ଦଳର ବିଧାୟିକା ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ୁଛନ୍ତି । ଅଂଚଳ ବାସୀ ତାଙ୍କୁ ସବୁ ପ୍ରକାର ଆଶୀର୍ବାଦ କରିବେ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂ କହିବା ସହିତ ବର୍ଷା ଙ୍କୁ ଜିତେଇବା ପାଇଁ କଠୋର ପରିଶ୍ରମ କରିବାକୁ ମହିଳା କର୍ମୀ ମାନଙ୍କୁ ନିବେଦନ କରିଥିଲେ । ଏହି ସଭାକୁ ଆଶିଷ ଚକ୍ରବର୍ତ୍ତୀ ପରିଚାଳନା କରିଥିଲେ ।
ରାଜ୍ୟ
ଦଳୀୟ ପ୍ରଚାର ଅଫିସ ଉଦଘାଟନ କଲେ ସୁଶାନ୍ତ ସିଂ
- Hits: 1068