ହେଡଲାଇନସ୍:

ଜନ୍ମଦିନରେ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କୁ ଶ୍ରଦ୍ଧାଞ୍ଜଳୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମନ୍ତ୍ରୀ ନବ ଦାସ ଓ ଡ ଅରୁଣ ସାହୁ ଙ୍କର ଉପସ୍ଥିତିରେ ବିଜେଡି ରେ ଯୋଗ ଦେଲ ଅନ୍ୟ ଦଳର କର୍ମୀ

ବରଗଡ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କର ଆଜି ଜନ୍ମଦିନ । ସ୍ବର୍ଗତ ବିଜୟ ବାବୁ ଙ୍କର ପଦ୍ମପୁର ଅଞ୍ଚଳ ପ୍ରତି ରହିଥିବା ଅବଦାନ ତଥା ବିଜୟ ବାବୂ ଙ୍କର ନିଷ୍କପଟ ବ୍ୟକ୍ତିତ୍ୱ କୁ ମନେ ପକାଇ ଆଜି ପଦ୍ମପୁର ଅଞ୍ଚଳ ତାଙ୍କୁ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳୀ ଜଣାଉଛି । ଆଜି ପାଇକମାଲ ଯୋନ 1 ବିଜେଡି ଅଫିସ ରେ ଦଳ ତରଫରୁ ପାଇକମାଲ ବ୍ଲକ ଉପନିର୍ବାଚନ ପରିଚାଳନା ଦାଇତ୍ୱ ରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ , ପୂର୍ବତନ ମନ୍ତ୍ରୀ ,ବିଶିଷ୍ଟ ଶିକ୍ଷାବିତ ନୟାଗଡ଼ ବିଧାୟକ ଡାକ୍ତର ଅରୁଣ କୁମାର ସାହୁ , କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ , ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା , ତାମଡା ଅଧ୍ୟକ୍ଷ ଶ୍ରୀ ଅବନୀ ସାହୁ , ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରି , ଦଳର ପର୍ଯବେକ୍ଷକ ଶ୍ରୀ ଶୈଳେଶ ଦାନୀ , ମାଲକାନଗିରି ପୂର୍ବତନ ବିଧାୟକ ଶ୍ରୀ ମାନସ ମାଡକାମୀ , ପାଇକମାଲ ପେକ୍ସ ର ସଭାପତି ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କର ପ୍ରତିନିଧି ଶ୍ରୀ ବିଜୟ କୁମାର ସ୍ୱାଇଁ , ପ୍ରମୁଖ ଙ୍କର ସମେତ ଅନେକ ଦଳୀୟ କର୍ମୀ ବିଜୟ ବାବୁ ଙ୍କର ଫୋଟୋ ରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ , ବିଧାୟକ ଡାକ୍ତର ଅରୁଣ କୁମାର ସାହୁ , ବିଧାୟିକା ଲତିକା ପ୍ରଧାନ ଓ ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା ଙ୍କର ଉପସ୍ଥିତିରେ ପାଇକମାଲ ବ୍ଲକ ବରତୁଣ୍ଡା ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ 20 ଜଣ ଯୁବକ ବିଜେପି ଓ କଂଗ୍ରସ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଯୁବକ ମାନେ ଦଳରେ ସାମିଲ ହେବା ଦ୍ୱାରା ଦଳ ବରତୁଣ୍ଡା ଅଂଚଳରେ ଆହୁରି ମଜବୁତ ହେବ ବୋଲ ଡାକ୍ତର ସାହୁ କହିଛନ୍ତି ।

0
0
0
s2sdefault