ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖରଘାଟ ବାଲିଯାତ୍ରା ପଡିଆଠାରେ ଅଷ୍ଟମ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ଓ ନାଉଗାଁ ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ବୋଇତ ବନ୍ଦାଣ କରିବା ସହ ନାଉଗାଁ ମହୋତ୍ସବକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁରୀ ରାଧାବଲ୍ଲଭ ମଠର ମଠାଧିଶ ମହନ୍ତ ମହାରାଜ ରାମକୃଷ୍ଣ ଦାସ ଓ ନାଉଗାଁହାଟ ଗୋଠଦା ମଠର ମଠାଧିଶ ମହନ୍ତ ମହାରାଜ ଚିନ୍ତାମଣି ପର୍ବତ ଗୋସ୍ୱାମୀ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ , ପୁର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ , ସମାଜସେବି ପ୍ରତାପ କୁମାର ମିଶ୍ର , ନାଉଗାଁ ବ୍ଲକ ଅଧ୍ୟକ୍ଷା ତୃଷ୍ନା ଲେଙ୍କା ପ୍ରମୁଖ ଯୋଗଦେଇ ନୌବାଣିଜ୍ୟ କ୍ଷେତ୍ରରେ ନାଉଗାଁର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ତିନିଦିନ ଧରି ହେବାକୁ ଥିବା ଏହି ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଖାଦ୍ୟମେଳାର ମଜା ଲୋକମାନେ ନେବେ । ଏହି ବୋଇତ ବନ୍ଦାଣ ଉତ୍ସବରେ ସ୍ଥାନୀୟ ସ୍କୁଲର କୁନି କୁନି ପିଲାମାନେ ସାଧବ ପୁଅ ଓ ସାଧବ ବୋହୁ ବେଶରେ ସଜ୍ଜିତ ହୋଇ ଡଙ୍ଗାରେ ଯାତ୍ରା କରିଥିଲେ । ଏହା ଲୋକମାନଙ୍କୁ ବେଶ ଉତ୍ସାହିତ କରିଥିଲା । ଏହି କାର୍ଯ୍ୟକ୍ରମ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଜନସାଧାରଣ ସେଠାରେ ଏକତ୍ରିତ ହୋଇଥିଲେ ।
ରାଜ୍ୟ
ଶିଖରଘାଟ ବାଲିଯାତ୍ରା ପଡିଆଠାରେ ଅଷ୍ଟମ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ
- Hits: 414