ହେଡଲାଇନସ୍:

" ଏପ୍ରିଲ ଶେଷ ସୁଦ୍ଧା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଘରେ ପାଣି ପହଞ୍ଚିବ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀଙ୍କ ନିର୍ଦେଶ

ରାଜଗାଙ୍ଗପୁର ୧୩-୦୪-୨୬. ଏପ୍ରିଲ ଶେଷ ସୁଦ୍ଧା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଘରେ ପାଣି ପହଞ୍ଚିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଦୃଢୋକ୍ତି ପ୍ରକାଶ କରିଛନ୍ତି I ଗତ ଶନିବାର ଦିନ ଜିଲ୍ଲାର ବିଭିନ୍ନ ମେଘା ଜଳ ପ୍ରକଳ୍ପ ସମୀକ୍ଷା କରିଥିଲେ ଓ ଅନେକ ପ୍ରକଳ୍ପ ସ୍ଥାନ ଯାଞ୍ଚ କରିବା ସମୟରେ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ମନ୍ଦିରା ଡ୍ୟାମ ନିକଟରେ ନିର୍ମାଣାଧୀନ ମେଗା ଜଳ ପ୍ରକଳ୍ପ ଯାଞ୍ଚ କରିଥିଲେ । କାର୍ଯ୍ୟର ଗତି ଓ ଗୁଣବତ୍ତା ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏବଂ ଗୁଣାତ୍ମକ ଭାବରେ ସମାପ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ନିରୀକ୍ଷଣ ସମୟରେ ମନ୍ତ୍ରୀ କହିଥିଲେ ଯେ ଏପ୍ରିଲ ଶେଷ ସୁଦ୍ଧା ଜିଲ୍ଲାର ସମସ୍ତ ଗ୍ରାମ ଏବଂ ଘରକୁ ବିଶୁଦ୍ଧ ପାନୀୟ

ଜଳି ଯୋଗାଇବା ଲକ୍ଷ୍ୟ ରଖାଯାଇଛି। ‘ହର ଘର ଜଳ' ଯୋଜନା ଅଧୀନରେ ଏହି ଦିଗରେ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । କୁତ୍ରା ମେରା ଜଳ ପ୍ରକଳ୍ପ ବିଷୟରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ ଏହି ପ୍ରକଳ୍ପ ଦ୍ବାରା ୭୯ଟି ଗ୍ରାମକୁ ପାଣି ଯୋଗାଇ ଦିଆଯିବ। ବରମାନ, ୬୧ଟି ଗାଁରେ ଜଳଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ

ହୋଇସାରିଛି । ଯେତେବେଳେ ୧୮ ଗାଁରେ ପାଣି ପହଞ୍ଚିବା ଆରମ୍ଭ ହୋଇଛି। ଯେଉଁ କିଛି ଅଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି । ଏପରି ଅଞ୍ଚଳରେ ବିକଳ୍ପ ବ୍ୟବସ୍ଥା ଭାବରେ ଡିଜେଲ୍ ଜେନେରେଟର ମାଧ୍ୟମରେ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରି ମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକୁ ଆବଶ୍ୟକୀୟ ପ୍ରାଥମିକତା ଦିଆଯାଇନଥିଲା। ବର୍ତ୍ତମାନର ସରକାର ଦାୟିବ ନେବା ସମୟରେ କେବଳ ୩ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ଥିବା ବେଳେ, ଗତ ଦୁଇ ବର୍ଷ ମଧ୍ୟରେ ୨୬ ଟି ପ୍ରକଳ୍ପ ସମ୍ପୂର୍ଣ ହୋଇଛି ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବାକି କାମ ସମାପ୍ତ କରିବାକୁ ଏବଂ ଲୋକଙ୍କୁ ତୁରନ୍ତ ରିଲିଫ୍ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

0
0
0
s2sdefault