ହେଡଲାଇନସ୍:

କଟକ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ ତା ୧୪.୦୪.୨୦୨୬ ରିଖ – ଭାରତୀୟ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୬ତମ ଜୟନ୍ତୀ ଅବସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଦ୍ଵାରା ଉଚ୍ଚ ନ୍ୟାୟାଳୟ ସନ୍ନିକଟ ଆମ୍ବେଦକରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଅର୍ପଣ ପୂର୍ବକ ଜିଲାସ୍ତରୀୟ ଜୟନ୍ତୀ ପାଳିତ ହେଇଯାଇଛି।ଏହି ଅବସରରେ କଟକ ମହାନଗର ନିଗମ ମେୟର, ଶ୍ରୀ ସୁବାସ ଚନ୍ଦ୍ର ସିଂହ, ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ସୁଶ୍ରୀ କିରନଦୀପ କୌର ସାହୋତା,ସଦର ଉପ ଜିଲ୍ଲପାଳ, ଶ୍ରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓ,ପ୍ରମୁଖ ଅତିଥି ଭାବେ ଯୋଗଦେଇ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ବହୁମୂଖୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱ ସହ ସେ ଜଣେ ସମାଜ ସଂସ୍କାରକ ଏଵଂ ଆଇନବିତ୍ ଭାବେ ତାଙ୍କୁ ବର୍ଣନା କରିଥିଲେ।
ଏହି ସମ୍ବିଧାନ ପ୍ରଣେତାଙ୍କ ଅବଦାନକୁ ସମ୍ମାନ ଜଣାଇ ସମାନତା,ନ୍ୟାୟ ଏବଂ ମାନବାଧିକାରରେ ପରିପୂର୍ଣ୍ଣ ସୁସ୍ଥ ସମାଜ ଗଠନ ଦିଗରେ ତାଙ୍କର ଅବଦାନ ସଂପର୍କରେ ଅଧ୍ୟୟନ କରିବାକୁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଉପସ୍ଥିତ ଛାତ୍ର ଓ ଅନୁଷ୍ଠାନର ସଦସ୍ୟ ମାନଙ୍କୁ କହିଥିଲେ। ଏହି ଅବସରରେ ସ୍ଥାନୀୟ କର୍ପୋରେଟର ଶ୍ରୀମତି ଆରତୀ ସାହୁଙ୍କ ସମେତ ବହୁ ସାମାଜିକ କର୍ମୀ, ରାଜନେତା, ଆଇନଜୀବି, ବିଭିନ୍ନ ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହି ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସୂଚନା ଓ ଲୋକସମ୍ପର୍କ କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ କାର୍ଯ୍ୟକ୍ରମ ଆୟୋଜନ ସହ ପରିଚାଲନା କରିଥିବା ବେଳେ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଏହି ଅୟୋଜନର ସମସ୍ତ ସହଯୋଗ କରିଥିଲେ।

0
0
0
s2sdefault