ହେଡଲାଇନସ୍:

କେନ୍ଦୁଝର ଆପ୍ ପକ୍ଷରୁ ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୧୪/୪- ଆଜି ଓଡ଼ିଆ ନୂତନ ବର୍ଷ, ମହାବିଷୁବ ପଣାସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ କେନ୍ଦୁଝର ଆମ୍ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତ୍ତିକୁ ମାଲ୍ୟାର୍ପଣ କରାଯାଇ ସମ୍ମାନ ଜଣାଇଯାଇଛି। ଏହି ଅବସରରେ ପାର୍ଟିର ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂ, ଉପସଭାପତି ଜୈନୁଲ ଆବେଦିନ, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ମେଘନାଥ ମାଝି, ଜିଲ୍ଲା କୋଷାଧ୍ୟକ୍ଷ ସନ୍ତୋଷ କୁମାର ବାରିକ, ବରିଷ୍ଠ ନେତା ସୁଧୀର କୁମାର ମହାନ୍ତ, କେନ୍ଦୁଝର ନିର୍ବାଚନ ମଣ୍ଡଳୀ ସଭାପତି ଜୟକୃଷ୍ଣ ନାୟକ, ଜିଲ୍ଲା ଯୁବ ସଭାପତି କମଳ ଲୋଚନ ମହାନ୍ତ, ବରିଷ୍ଠ ସଦସ୍ୟ ଦୀପୁ କୁମାର ମହାନ୍ତ ଓ ଜିଲ୍ଲା ସାଧାରଣ ସମ୍ପାଦକ ଶୁଭଙ୍କର ମହାନ୍ତି ସହିତ ଅନ୍ୟାନ୍ୟ କର୍ମୀମାନେ ଉପସ୍ଥିତ ଥିଲେ। ସମସ୍ତେ ମିଶି ବାବାସାହେବଙ୍କ ଆଦର୍ଶ ଓ ସମାଜ ସେବାରେ ତାଙ୍କ ଅବଦାନକୁ ସ୍ମରଣ କରିବା ସହିତ ତାଙ୍କ ପଥରେ ଚାଲିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ।

0
0
0
s2sdefault