ନୂଆଦିଲ୍ଲୀ: ଅର୍ଥନୈତିକ ସଂସ୍କାର ପାଇଁ ଏ ଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନିକଟରେ ୠଣୀ ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ମଙ୍ଗଳବାର କହିଛନ୍ତି। ଦେଶର ଗରିବ ଲୋକଙ୍କୁ ଅର୍ଥନୀତିର ସୁଫଳ ଯୋଗାଇଦେବା ଉଦ୍ଦେଶ୍ୟରେ ଭାରତ ପାଇଁ ଉଦାର ଅର୍ଥନୈତିକ ନୀତିର ଆବଶ୍ୟକତା ରହିଛି ବୋଲି ଶ୍ରୀ ଗଡକରୀ ଟିଆଇଓଏଲ୍ ଆୱାର୍ଡ ୨୦୨୨ କାର୍ଯ୍ୟକ୍ରମରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି |
ଶ୍ରୀ ଗଡକରୀ କହିଛନ୍ତି "ଉଦାରବାଦୀ ଅର୍ଥନୀତି କେ କାରଣ ଦେଶ କୋ ନେଇ ଦିସା ମିଲି, ଉସକେ ଲିଏ ମନମୋହନ ସିଂ କା ଦେଶ ଦେଶ ୠଣୀ ହେ i " ଦେଶର ଅର୍ଥମନ୍ତ୍ରୀ ଭାବେ 1991 ରେ ଶ୍ରୀ ସିଂଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅର୍ଥନୈତିକ ସଂସ୍କାର ଭାରତକୁ ଏକ ନୂତନ ଦିଗ ଦେଇଥିଲା | ଭାରତର ଅର୍ଥନୀତି ଏକ ଉଦାରବାଦୀ ଅର୍ଥନୀତିରେ ପରିଣତ ହୋଇଥିଲା ବୋଲି ଶ୍ରୀ ଗଡକରୀ କହିଛନ୍ତି |
ଶ୍ରୀ ଗଡ଼କରୀ ମନେ ପକାଇ ଦେଇଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମନମୋହନ ସିଂଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅର୍ଥନୈତିକ ସଂସ୍କାର କାରଣରୁ ସେ 1990 ଦଶକ ମଧ୍ୟଭାଗରେ ମହାରାଷ୍ଟ୍ରରେ ମନ୍ତ୍ରୀ ଥିବାବେଳେ ମହାରାଷ୍ଟ୍ରରେ ରାସ୍ତା ନିର୍ମାଣ ପାଇଁ ଅର୍ଥ ଯୋଗାଡ କରିପାରିଥିଲେ |
ଶ୍ରୀ ଗଡକରୀ କହିଛନ୍ତି ଯେ ଉଦାର ଅର୍ଥନୈତିକ ନୀତି କୃଷକ ଏବଂ ଗରିବ ଲୋକଙ୍କ ପାଇଁ ସହାୟକ ଅଟେ। ଉଦାର ଅର୍ଥନୈତିକ ନୀତି ଯେ କୌଣସି ଦେଶର ବିକାଶରେ କିପରି ସହାୟକ ହୋଇପାରିବ ତାହାର ଏକ ଉତ୍ତମ ଉଦାହରଣ ଚାଇନା ବୋଲି ଶ୍ରୀ ଗଡ଼କରୀ ପ୍ରକାଶ କରୀଥିଲେ | ସୂଚନାଯୋଗ୍ୟ ଯେ ପୁରସ୍କାର କାର୍ଯ୍ୟକ୍ରମ ଏକ ପୋର୍ଟାଲ୍ 'ଟ୍ୟାକ୍ସ ଇଣ୍ଡିଆନ୍ ଲାଇନ୍' ଦ୍ୱାରା ଆୟୋଜିତ ହୋଇଥିଲା |
ରାଜ୍ୟ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନିକଟରେ ଏ ଦେଶ ୠଣୀ : କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ
- Hits: 605