ବରଗଡ଼ :-ଧାମନଗର ଭୁଲ୍ ର ପୁନରାବୃତ୍ତି ଯେପରି ପଦ୍ମପୁରରେ ନହୁଏ ସେଥିପାଇଁ ସତର୍କ ହୋଇଯାଇଛି ବିଜୁ ଜନତା ଦଳ |ସମ୍ପୂର୍ଣ୍ଣ ଭାବେ ସ୍ଥାନୀୟ ନେତାଙ୍କ ଉପରେ ଛାଡ଼ିଛି ନିର୍ବାଚନ ଦାୟିତ୍ୱ | ଦଳର ଜିଲ୍ଲାର ଅଭିଜ୍ଞ ରାଜନେତା ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରଚାର ମଙ୍ଗ ସମ୍ଭାଳିବାକୁ ଦାୟିତ୍ୱ ଦିଆଯାଇଥିବା ବେଳେ ଷ୍ଟାର ଷ୍ଟ୍ରାଇକର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ସାମଗ୍ରିକ ଭାବେ ନିର୍ବାଚନମଣ୍ଡଳୀର ପରିଚାଳନା ଦାୟିତ୍ୱ ଦିଆଯାଇଛି ।
ଭଟଲି ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଜଣେ ଲୋକପ୍ରିୟ ନେତା ଓ ଜଣେ ବିଚକ୍ଷଣ ନିର୍ବାଚନ ପରିଚାଳକ,ଏ କଥା ଅତୀତରେ ବହୁବାର ପ୍ରମାଣିତ ହୋଇଯାଇଛି । ପୂର୍ବରୁ ବିଜେପୁର ଉପନିର୍ବାଚନ ରେ ଏହା ସ୍ପଷ୍ଟ ହୋଇ ସାରିଛି । ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାରେ ଓ ନିର୍ବାଚନ ପରିଚାଳନା କରିବାରେ ତାଙ୍କର ଯଥେଷ୍ଟ ଅନୁଭବ ରହିଛି ।ଏଥିପାଇଁ ଦଳ ପୁଣିଥରେ ସୁଶାନ୍ତ ସିଂ ଙ୍କୁ ପ୍ରଦାନ କରିଛି ଗୁରୁଦାୟିତ୍ୱ । ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କର ଦେହାନ୍ତ ପରେ ବର୍ତ୍ତମାନ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଆସନ ଜୁ ନିଜ ହାତରେ ବଜାୟ ରଖିବା ପାଇଁ ବିଜୁ ଜନତା ଦଳ ତରଫରୁ ଉଦ୍ୟମ ଜୋରଦାର କରାଯାଇଛି । ନିର୍ବାଚନ କୁ ସଠିକ ଭାବରେ ପରିଚାଳନା କରିବା ପାଇଁ ଦଳ ପକ୍ଷରୁ ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ବିଭିନ୍ନ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।
ଏହି କ୍ରମରେ , ନିର୍ବାଚନ ମଣ୍ଡଳୀ ପରିଚାଳନା ଦାୟିତ୍ବ ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କୁ ପ୍ରଦାନ କରାଯାଇଛି। ପ୍ରଚାର ଦାୟିତ୍ବରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ରହିବେ । ସେହିଭଳି ପଦ୍ମପୁର ବ୍ଳକ ଦାୟିତ୍ୱରେ , ମନ୍ତ୍ରୀ ନିରଞ୍ଜନ ପୂଜାରୀ , ପାଇକମାଳ ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ନବ ଦାସ୍ , ଝାରବନ୍ଧ ବ୍ଲକ ଦାୟିତ୍ୱ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କୁ ପ୍ରଦାନ କରାଯାଇଥିବା ବେଳେ , ବିଭିନ୍ନ ଜୋନ ଗୁଡିକର ଦାଇତ୍ଵ ପଶ୍ଚିମ ଓଡ଼ିଶା ନେତାଙ୍କ ମଧ୍ୟରେ ବଣ୍ଟାଯାଇଛି । ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ଦେବେଶ ଆଚାର୍ଯ୍ୟ, ମନ୍ତ୍ରୀ ରିତା ସାହୁ, ସ୍ନେହାଙ୍ଗିନୀ ଛୁରିଆ , ସାଂସଦ ନିରଞ୍ଜନ ବିଶି , ପଟଣାଗଡ଼ ବିଧାୟକ ସରୋଜ ମେହେର , ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ , ମନ୍ତ୍ରୀ ରୋହିତ ପୂଜାରୀ ପ୍ରମୁଖ ଙ୍କୁ ଜୋନ ଦାଇତ୍ଵ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହି ନେତାଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ନେତାଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଦାୟିତ୍ବ ପ୍ରଦାନ କରାଯିବାର ସମ୍ଭାବନା ରହିଛି । ଖୁବ ଶୀଘ୍ର ଆରମ୍ଭ ହେବ ନାମାଙ୍କନ । ତେଣୁ ଦଳ ତରଫରୁ ପ୍ରସ୍ତୁତି କୁ ଜୋରଦାର କରାଯାଉଥିବା ଜଣା ପଡ଼ିଛି ।
ରାଜ୍ୟ
ପୁଣି ସୁଶାନ୍ତ ଙ୍କୁ ଗୁରୁଦାୟିତ୍ୱ , ଏଥର ପଦ୍ମପୁର ଉପନିର୍ବାଚନ ପରିଚାଳନା
- Hits: 2795











