ହେଡଲାଇନସ୍:

ଜେକେ କାଗଜ କଳରେ  ଠିକା ଶ୍ରମିକ ସଂଗଠନ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧର୍ମଘଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରଶାସନର ନିଷ୍ପତିକୁ ଅପେକ୍ଷା : କମ୍ପାନୀ କର୍ତୁପକ୍ଷ

ରାୟଗଡା(ସରୋଜ ସାହୁ) : ରାୟଗଡା ଜିଲ୍ଳା ଜେକେପୁର ସ୍ଥିତ ଜେକେ କାଗଜ କଳରେ ଲାଗି ରହିଥିବା ଶ୍ରମିକ ଅଶାନ୍ତିକୁ ସମାଧାନ ଦିଗରେ ତ୍ରିପାକ୍ଷିକ ଆଲୋଚନା ବିଫଳ ହେବା ପରେ ଶୁକ୍ରବାର ଦିନ ଠାରୁ ଠିକା ଶ୍ରମିକମାନେ ଗେଟ୍ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ କରିଛନ୍ତି ଧର୍ମଘଟ । ହଜାର ହଜାର ଠିକା ଶ୍ରମିକ ସକାଳ ୬ଟାରୁ ଆସି କମ୍ପାନୀ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି । ନିଜର ୧୪ଦଫା ଦାବି ପୂରଣ ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ର୍ଧମଘଟ ଜାରି ରହିବ ବୋଲି ଶ୍ରମିକ ନେତା ତଥା ସିଟୁ-ରାଜ୍ୟ ସାଧାରଣ ସଂପାଦକ ବିଷ୍ଣୁ ମହାନ୍ତ,ଜିଲ୍ଳା ସଭାପତି ହରେନ୍ଦ୍ରନାଥ ଚନ୍ଦନା,ଶ୍ରମିକ ନେତା ସୁନୀଲ କରଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଥିବା ବେଳେ ଧର୍ମଘଟରେ ବସି ରହିଥିବା ଶ୍ରମିକ ସଂଗଠନ କମ୍ପାନୀ ଶ୍ରମିକ ସଂଗଠନର ଏକ ବେଆଇନ ସଂଗଠନ ହୋଇଥିବା ସ୍ଥଳେ ଏ ନେଇ ଏକ ସିଭିଲ ସୁଟ୍ କେସ ଅଦାଲତରେ ବିଚାରଧୀନ ରହିଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ଡକାଯାଇଥିବା ସମସ୍ତ ତ୍ରିପାକ୍ଷିକ ବୈଠକରେ କୈାଣସି ଦାବିକୁ କମ୍ପାନୀ ପୂରଣ କରିବା ପାଇଁ ମନା କରିଦେଇଥିବା ସ୍ଥଳେ ଅଦାଲତର ରାଏ ପରେ ଦାବିଗୁଡିକ ଉପରେ ବିଚାରବିମର୍ଶ କରାଯିବ ବୋଲି ଜେକେ କମ୍ପାନୀର ଲୋକ ସଂପର୍କ ବିଭାଗର ବରିଷ୍ଠ  ପରିଚାଳକ କିରଣ କୁମାର ନାଏକ ପ୍ରକାଶ କରିଛନ୍ତି । ସେହିପରି ଘଟଣାସ୍ଥଳରେ ପରିସ୍ଥିତିକୁ ନଜରରେ ରଖି ଜିଲ୍ଳା ପୋଲିସ ପକ୍ଷରୁ ୩ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରକାଶ ଥାଉ କି ରାୟଗଡା ଜିଲ୍ଳାର ଜେକେପୁର ସ୍ଥିତ ଜେକେ କାଗଜ କଳ କାରଖାନାରେ ଦୀର୍ଘ ୪ମାସ ଧରି ଶ୍ରମିକ ଅଶାନ୍ତି ଚାଲୁ ରହିଛି । ପ୍ରଶାସନ ଓ କମ୍ପାନୀ କର୍ତୁପକ୍ଷଙ୍କ ତରଫରୁ ଶ୍ରମିକ ସଂଗଠନର ବିଭିନ୍ନ ଦାବିକୁ ନେଇ ବିଭିନ୍ନ ସମୟରେ ଆଲୋଚନା ହୋଇଥିଲେ ମଧ୍ୟ ଏଥିରେ କୈାଣସି ନିଷ୍କର୍ସ ବାହାରି ପାରିନାହିଁ । ଶ୍ରମିକ ସଂଗଠନ ତରଫରୁ ଜେକେ କମ୍ପାନୀରେ କାମ କରୁଥିବା ୪ହଜାର ଠିକା ଶ୍ରମିକମାନଙ୍କୁ କମ୍ପାନୀ କର୍ତୁପକ୍ଷ ଓ ଠିକାଦାରମାନେ ଶୋଷଣ,ନିର୍ଯ୍ୟାତନା,ଚାକିରିରୀ ବାହାର କରିବା,ଟ୍ରେଡ ୟୁନିୟନ କରାଇ ନ ଦେବା ଏବଂ ଶ୍ରମିକଙ୍କ ଅଗୋଚରରେ ଉପଯୁକ୍ତ ଦରମା ନ ଦେଇ ସର୍ବନିମ୍ନ ମଜୁରୀ ଦେଇ ୨.୫ଟନରୁ ୪ଟନରୁ ୪.୭୫କିଲୋକୁ କାର୍ଯ୍ୟଭାର ବଢାଇ ସର୍ବନିମ୍ନ ମଜୁରୀକୁ ନେଇ ମନିଇଚ୍ଛା ଚିକ୍ତିନାମା କରିବା ସହ ଶ୍ରମିକମାନଙ୍କ ଯର୍ଥାଥ ଦାବିକୁ ନ ମାନି ବାରମ୍ବାର ଧମକାଇ,ଡରାଇ କମ୍ପାନୀ କର୍ତୁପକ୍ଷ ଯେଉଁ ଅତ୍ୟାଚାର ଓ ଶୋଷଣ ଚଳାଇଛନ୍ତି ତା ବିରୁଦ୍ଧରେ ଶ୍ରମିକ ପ୍ରତିବାଦ କରିଥିବା ଜଣାଇଥିବା ବେଳେ  ଏ ସଂକ୍ରାନ୍ତରେ ରାୟଗଡା ଜିଲ୍ଳାପାଳ ଓ ଏସ.ପି.ଙ୍କୁ ଅବଗତ କରାଯାଇ ଦୃଢ କାର୍ଯାନୁଷ୍ଠାନ  ପାଇଁ ଶ୍ରମିକମାନେ ଅନୁରୋଧ କରିଥିବା ସୂଚନା ମିଳିଛି । ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଚଳିତ ଅଗଷ୍ଟ ପ୍ରଥମ ସପ୍ତାହରେ ଜେକେ ପେପର ମିଲ ଏମ୍ପେ୍ଳାଇଜ ୟୁନିୟନ ଏବଂ ଜେକେ ପେପର ମିଲ କଂଟ୍ରାକ୍ଟ ଶ୍ରମିକ ସଂଘ ତରଫରୁ ପୂର୍ବ ପ୍ରଦତ ୧୪ଦଫା ଦାବି ଉପରେ ହୋଇଥିବା ତ୍ରିପାକ୍ଷୀକ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ପାଇଁ ନିଷ୍ପତି ହୋଇଥିଲା । କିନ୍ତୁ କମ୍ପାନୀ କର୍ତୁପକ୍ଷ ନିଜ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ନିଷ୍ପତି ନେବା ପାଇଁ କହି ୨୩ତାରିଖରେ ଶେଷ ନିଷ୍ପତି ଜଣାଇବେ ବୋଲି କହିଥିଲେ । ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ୧୪ଦଫା ଦାବି ମଧ୍ୟରେ ପ୍ରମୁଖ ଦାବିଗୁଡିକ ହେଲା ଅଣକୁଶଳୀ ଶ୍ରମିକଙ୍କ ପାଇଁ ଦିନକୁ ୬୯୨ଟଙ୍କା ହିସାବରେ ମାସିକ ୧୮ହଜାର ଟଙ୍କା ଦରମା ପ୍ରଦାନ,ସମାନ କାମକୁ  ସମାନ ଦରମା,ଶ୍ରମିକଙ୍କୁ ଇଏସଆଇ,ଇପିଏଫ ଅର୍ନ୍ତଭୁକ୍ତ କରାଯିବା,ଶ୍ରମିକଙ୍କ ସୁରକ୍ଷା ପାଇଁ ସମସ୍ତ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବା,ଫ୍ୟାକ୍ଟି୍ର ଆକ୍ଟ ଅନୁଯାୟୀ ମହିଳା ଓ ପୁରୁଷ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ କକ୍ଷ,ପରିସ୍ରାଗାର,ୱାସରୁମ,ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା,କାରଖାନା ଆଇନ ଓ ରୁଲକୁ ସଂପୁର୍ଣ୍ଣ ଭାବେ କା୍ର୍ୟ୍ୟକାରୀ କରିବା,ଠିକା ଶ୍ରମିକଙ୍କ ପାଇଁ ୧୫ଲକ୍ଷଟଙ୍କାର ଗ୍ରୁପ୍ ବୀମା,ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଠିକା ଶ୍ରମିକଙ୍କ ପିଲାଙ୍କୁ ସ୍ଥାୟୀ ନିଯୁକ୍ତି,ଶ୍ରମିକଙ୍କୁ ୨୦ପ୍ରତିଶତ ବୋନସ ଏବଂ ଏକ୍ସଗ୍ରାସିଆ ପ୍ରଦାନ କରିବା,ପୁରୁଷ ଶ୍ରମିକଙ୍କୁ ୨ଯୋଡା ୟୁନିଫର୍ମ ଓ ମହିଳାଙ୍କୁ ୨ଟି ଶାଢୀ ପ୍ରଦାନ କରିବା,ସ୍ଥାନୀୟ ବେକାର ଯୁବକଯୁବତୀଙ୍କୁ ଜେକେ ପେପର ମିଲ କର୍ତୁପକ୍ଷ ନିଯୁୁକ୍ତି ଦେବା ସହ ଅନ୍ୟାନ୍ୟ ଦାବିଗୁଡିକର ସମାଧାନ କରିବା ସହ ପିସ୍ ରେଟ ଶ୍ରମିକ ପାଇଁ ସମାନ ସ୍ଳାବ ରେଟ୍,ସମସ୍ତ ଠିକା ଶ୍ରମିକଙ୍କୁ ୧୦ବର୍ଷ ପରେ କରିବା ଭଳି ଦାବିଗୁଡିକ ରହିଛି । 

 

 

 

 

0
0
0
s2sdefault