ହେଡଲାଇନସ୍:

ଜଗତସିଂହପୁର ଡ୍ରାଇଭର ମହାସଂଘ ଦାବିପତ୍ର ଦାଖଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜନସାଧାରଣଙ୍କର ସଦୟ ଅବଗତି ନିମନ୍ତେ ସୂଚିତ କରୁଅଛୁ କି ଆମେ ଓଡିଶା ଡ୍ରାଇଭର ମହାସଂଘରେ ନଂ ୩୪୧/୧୨୦୨୧୦୦୦୪୧/୨୦୨୧/୨୦୨୨ ମାନ୍ୟବର ହାଇକୋର୍ଟଙ୍କ ସ୍ୱୀକୃତିପ୍ରାପ୍ତ ସଂଘ ରୂପେ ସଭା ରାଜ୍ୟରେ ୩୦ ଗୋଟି ଜିଲ୍ଲାରେ ଡ୍ରାଇଭର ଭାଇମାନଙ୍କୁ ନେଇ ସଂଗଠିତ ହୋଇଥିବା ତଥା ଜଗତସିଂହପୁର ଜିଲ୍ଲାର ସଂଘର ସଦସ୍ୟ ଅଟୁ ଏବଂ ବିଗତ ୧ ବର୍ଷ ହେଇଗଲାଣି ବାରମ୍ବାର ସରକାରଙ୍କୁ ଅବଗତି କରାଇଅଛୁ ଯେ ଡ୍ରାଇଭର ସମାଜର କିଛି ସମସ୍ୟାର ସରକାରୀ ସମାଧାନ କରିବା ପାଇଁ ବିଗତ ଅକ୍ଟୋବର ୨୯ ତାରିଖ ଦାବି ପତ୍ର ପ୍ରଦାନ ପରେ ସରକାରୀ ସଚିବ ମାନଙ୍କର ଭରସା ଯୋଗ୍ୟ ପ୍ରତିଶୃତି ଯଥା-ଆଗାମୀ ୩ ମାସ ମଧ୍ୟରେ ଆଲୋଚନା କରି ସମାଧାନ କରାଯିବ, ହେଲେ ୩ ମାସ ବିଗତ ପରେ ୬ ମାସ ଅନ୍ତରରେ ପୁନର୍ବାର ଏପ୍ରିଲରେ ୧୮ ତାରିଖ ଡ୍ରାଇଭର ବିକ୍ଷୋଭ ରାଜଧାନୀରେ ଏକତ୍ରିତ ହେବା ପରେ ପୁନଶ୍ଚ ସରକାରୀ ସଚିବମାନଙ୍କର ହସ୍ତକ୍ଷେପ, ଆଗାମୀ ପ୍ରତିଶୃତି ମହାସଂଘକୁ ନୀରବପୁର୍ଣ୍ଣ ଅପେକ୍ଷାରତ ରଖିବା ପରେ ଦୀର୍ଘ ୧ ବର୍ଷର ସରକାରୀ ମିଛ ପ୍ରତିଶୃତି ଓଡିଶାର ଲକ୍ଷାଧିକ ଡ୍ରାଇଭର ଭାଇଙ୍କ ମନରେ ଅସନ୍ତୋଷର କାୟା ବିସ୍ତାର କରି ଚାଲିଛି l ତେଣୁ ଗତ ଅକ୍ଟୋବର ୧୮ ତାରିଖରେ ରାଜ୍ୟସ୍ତରୀୟ ମହାସଂଘ ନିଷ୍ପତି ଅନୁଯାୟୀ ମାନ୍ୟବର ସରକାରଙ୍କୁ ସମ୍ଭିଧାନିକ ନିୟମାନୁଯାୟୀ ଡ୍ରାଇଭର ସମାଜକୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ସମ୍ବଲପୁର ତଥା ୩୦ ଜିଲ୍ଲାର ଡ୍ରାଇଭର ସମାଜ ନ୍ୟାୟଦାବିର ଦଣ୍ଡବତ ଯାତ୍ରା କରି ମାନ୍ୟବର ସରକାରଙ୍କଠାରୁ ଉତ୍ତର ଆଶାରେ ରାଜଧାନୀ ମୁଖ ହୋଇଛନ୍ତି l ତେଣୁ ମାନ୍ୟବର ସରକାର ଯଥାଶୀଘ୍ର ଡ୍ରାଇଭର ସମାଜକୁ ସଚିବମାନଙ୍କଠାରୁ ଦୁରେଇ ରଖି ସରକାର ମହୋଦୟ ଡ୍ରାଇଭରମାନଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷା ନକଲେ ୩୦ ଜିଲ୍ଲାରେ ଥିବା ଡ୍ରାଇଭର ତଥା ତାଙ୍କ ପରିବାରଙ୍କର ଅସନ୍ତୋଷ ପ୍ରକାଶ ପାଇ ସାରା ରାଜ୍ୟକୁ ପ୍ରଭାବିତ କରିବାର ଆଶଙ୍କା ପ୍ରକାଶ ପାଉଛି ଓ ଭବିଷ୍ୟତରେ ସମସ୍ତ ଡ୍ରାଇଭର ଭାଇମାନେ ଭୁବନେଶ୍ୱର ଠାରେ ତଥା ନିଜ ନିଜର ଜିଲ୍ଲା ତଥା ପଞ୍ଚାୟତସ୍ତରରେ ସରକାରଙ୍କୁ ଅସହଯୋଗ ପାଇଁ ଦାବିପତ୍ର ପ୍ରଦାନ କରାଯାଉଛି l

0
0
0
s2sdefault