ହେଡଲାଇନସ୍:

ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଉଦ୍‌ଯାପିତ:

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

‘ସୁରଭି’ ଦ୍ୱାରା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭା ଉନ୍ମୋଚନ ହୋଇପାରିବ -ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ଆଜି ନିଶ୍ଚିନ୍ତକୋଇଲି ବ୍ଲକ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨କୋଲଣପୁର ଗ୍ରାମପଂଚାୟତ କାଶିପୁର ମୁକ୍ତେଶ୍ୱର ଉଚ୍ଚ ବିଦ୍ୟାଳୟ କୁଳିଆ ପରିସରରେ ରଙ୍ଗାରଙ୍ଗ ପରିବେଶରେ ଉଦ୍‌ଯାପିତ ହୋଇଯାଇଛି । ଏହି ଶିଶୁ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉଦଯାପନୀ କାର୍ଯ୍ୟ ଆରମ୍ଭ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ଜେନା ନିଜ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ କି ସୁରଭି କାର୍ଯ୍ୟକ୍ରମ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ନିମନ୍ତେ ଉତମ କାର୍ଯ୍ୟକ୍ରମ , ଯାହାଦ୍ୱାରା ଛାତ୍ର ଛାତ୍ରୀଙ୍କ ଅର୍ନ୍ତନିହିତ ପ୍ରତିଭା ଉନ୍ମୋଚନ ହୋଇପାରିବ , ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଲୁଚିରହିଥିବା ପ୍ରତିଭା ପ୍ରକାଶିତ ହୋଇପାରିବ, ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ, ଶିଶୁର ବିକାଶ ନହେଲେ ଦେଶ ଓ ଜାତିର ବିକାଶ ଅସମ୍ଭବ, ଶିଶୁକୁ ଉତମ ରୂପେ ଗଢିତୋଳିବା ଶିକ୍ଷକ ଓ ଅଭିଭାବକଙ୍କର ଗୁରୁଦାୟିତ୍ୱ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ । ଉଦଯାପନୀ କାର୍ଯ୍ୟକ୍ରମରେ ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷାଧିକାରୀଣୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା ସଭାପତିତ୍ୱ କରିଥିଲେ । ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ଡ଼ଃ.ସନ୍ତୋଷ କୁମାର ରାଉତ, ନିଶ୍ଚିନ୍ତକୋଇଲି ପଂଚାୟତ ସମିତି ଅଧ୍ୟକ୍ଷା ରୋଜୀ ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିିରିଶରଂଜନ ମହାପାତ୍ର, ବିଜ୍ଞାନ ପର୍ଯ୍ୟବେକ୍ଷକ ଅକ୍ଷୟ ନନ୍ଦ,ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ଜିଲ୍ଲାପରିଷଦ ବିପ୍ଳବ କାପ, ଭୂପତିଭୂଷଣ ଷଣ୍ଢ, ଜସ୍ମିତା ସେଠୀ, ପ୍ରଧାନଶିକ୍ଷୟିତ୍ରୀ ପ୍ରତିଭା ମିଶ୍ର, ସରପଂଚ ଗୋପବନ୍ଧୁ ସେଠୀ ପ୍ରମୁଖ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ତେବେ ଦିବା ସମୟ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ, ତହସିଲଦାର ଦିଲ୍ଲିପ ନାୟକ ଙ୍କ ସମେତ ବହୁ ଅତିଥିବୃନ୍ଦ ଉପସ୍ଥିତ ରହିଥିଲେ । ଏହି ସୁରଭି କାର୍ଯ୍ୟକ୍ରମରେ ନିଶ୍ଚିନ୍ତକୋଇଲି ବ୍ଲକ ଅ ଳର ମୋଟ ୨୨ ଗୋଟି କ୍ଲଷ୍ଟରରୁ ୧୭ଟି ଖେଳରେ ଜୁନିୟର ଓ ସିନିୟର ଗ୍ରୁପରୁ ମୋଟ୍ ୩୪ଜଣ ବ୍ଲକ ସ୍ତରରୁ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ବିତର୍କ, ବକ୍ତୃକ୍ତା , ଚିତ୍ରାଙ୍କନ, କୁଇଜ, ସାଂସ୍କୃତିକ କାର୍ଯ୍ୟକ୍ରମ, ହସ୍ତାକ୍ଷର , ଶ୍ରୁତ ଲିଖନ, ମଧ୍ୟାହ୍ନଭୋଜନ ଚିତ୍ରକଳାର ହସ୍ତଶିଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦଯାପନୀ କାର୍ଯ୍ୟ ଶେଷରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ଜେନା କୃତୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପୁରସ୍କାର ବିତରଣ କରିଥିଲେ । ଅପରପକ୍ଷରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସମସ୍ତ ସିଆରସିସି, ବ୍ଲକ ଶିକ୍ଷା ବିଭାଗ କର୍ମଚାରୀ, ଶିକ୍ଷକ , ଶିକ୍ଷୟିତ୍ରୀ ଓ ଅଭିଭାବକ. ସ୍ଥାନୀୟ ଗ୍ରାମବାସୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

0
0
0
s2sdefault