ପାଇକମାଲ ରେ CHC ସ୍ଥାପନ ନିମନ୍ତେ ଦାବି ଜଣାଇଲେ
ବରଗଡ :-ବରଗଡ ଜିଲ୍ଲା ପାଇକମାଲ ଗ୍ରାମ ଏକ ବ୍ଲକ ମୁଖ୍ୟାଳୟ ସହିତ ପଡୋଶୀ ରାଜ୍ୟ ଓ ଜିଲ୍ଲା କୁ ସିଧାସଳଖ ଭାବରେ ସଂଯୋଗ କରୁଥିବା ମୁଖ୍ୟ ସ୍ଥାନ ଅଟେ । ଏହା ସହିତ ବିଶ୍ବପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ମହାପ୍ରଭୁ ନୃସିଂହନାଥ ଙ୍କର ପ୍ରସିଦ୍ଧ ପୁଣ୍ୟପୀଠ ମଧ୍ୟ ରହିଛି । ପାଇକମାଲ କୁ ପ୍ରତେକ ଦିନ ନିଜର ଅନେକ କାମ ନେଇ ବ୍ଲକ ର ସମସ୍ତ ଗ୍ରାମରୁ ଅନେକ ଲୋକ ଆସିଥାନ୍ତି ଏହା ସହିତ ମହାପ୍ରଭୁ ଙ୍କର ଦର୍ଶନ ଓ ଗନ୍ଧମାର୍ଦ୍ଦନ ରେ ବୁଲିବା ପାଇଁ ଆସିଥାନ୍ତି । ପାଇକମାଲ ଗ୍ରାମର ଜନସଂଖ୍ୟା ପ୍ରାୟ ଦଶ ହଜାର ରୁ ଉର୍ଦ୍ଧ୍ବ ହେବ । ଏହାସହିତ ପାଇକମାଲ ପଞ୍ଚାୟତ ର ଜନସଂଖ୍ୟା ପ୍ରାୟ କୋଡିଏ ହଜାର ପାଖାପାଖି ହେବ । ପାଇକମାଲ ରେ ବ୍ଲକ , ତହସିଲ, ଥାନା ,ସରକାରୀ ବେସରକାରୀ ନ୍ୟାଙ୍କ , ଓ ଅଧିକାଂଶ ସରକାରୀ ଦପ୍ତର ଥିବା ବେଳେ ସ୍ଵସ୍ଥ ସେବା ନାଁରେ ଜଣେ ଡାକ୍ତର ବିଶିଷ୍ଟ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ଯାହାଫଳରେ ଲୋକଙ୍କୁ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ଅସୁବିଧା ଭୋଗ କରିବାକୁ ପଡୁଛି । ନିକଟସ୍ଥ CHC ପାଇକମାଲ ରୁ ପ୍ରାୟ 18 କିଲୋମିଟର ଦୂର ବୁକୁରାମୁଣ୍ଡା ରେ ଅବସ୍ଥିତ , ଗମନାଗମନ ର ଅସୁବିଧା କାରଣରୁ ଉକ୍ତ CHC ରେ ମଧ୍ୟ ଠିକ ଭାବରେ ସ୍ଵାସ୍ଥ୍ୟ ସେବା ମିଳି ପାରୁନାହିଁ । ବାଧ୍ୟ ହୋଇ ଲୋକଙ୍କୁ ପଦ୍ମପୁର କିମ୍ବା ନୂଆପଡା ଯିବାକୁ ପଡୁଛି ଯାହାକି ସମୟ ସାପେକ୍ଷ ଓ ବ୍ୟୟବହୁଳ ହେଉଥିବା କାରଣରୁ ବୋଝ ଉପରେ ନଳିତା ବିଡା ସଦୃଶ । ପାଇକମାଲ PHC କୁ ଏକ ଆଧୁନିକ CHC କରିବାକୁ ଅଂଚଳ ବାସୀ ବହୁଦିନ ଧରି ସରକାର ଙ୍କର ନିକଟରେ ଦାବି କରି ଆସୁଛନ୍ତି ।
ଆଜି ପାଇକମାଲ ନଗରିଜ କମିଟିର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ ଙ୍କର ନେତୃତ୍ବରେ , ସମ୍ପାଦକ ଶ୍ରୀ ନୀଳମଣି ପଣ୍ଡା , ପାଇକମାଲ ପୂର୍ବତନ ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁ , ପେକ୍ସ ର ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନୋଦ କୁମାର କାଳିଆ , ପାଇକମାଲ ବଣିକ ସଙ୍ଘ ର ସମ୍ପାଦକ ଶ୍ରୀ ସୁବ୍ରତ କୁମାର ସାହୁ , ଶ୍ରୀ ବିଜୟ କୁମାର ରାଓ ପ୍ରମୁଖ ରାଜ୍ୟ ସରକାର ଙ୍କର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାଶ ଙ୍କୁ ତାଙ୍କର ଭୁବନେଶ୍ୱର ଅଫିସରେ ରେ ସାକ୍ଷାତ କରି , ପାଇକମାଲ ରେ ହେଉଥିବା ,ସ୍ଵାସ୍ଥ୍ୟ ସମ୍ମନ୍ଧୀୟ ସମସ୍ୟା ଉପରେ ଏକ ଦାବିପତ୍ର ପ୍ରଦାନ କରିବା ସହିତ ମନ୍ତ୍ରୀ ଙ୍କର ସହିତ ବିସ୍ତୃତ ଆଲୋଚନା କରିଥିଲେ । ସବୁ ସମସ୍ୟା ବାବାଦର ଅବଗତ ହେବା ପରେ ମାନ୍ୟବର ମନ୍ତ୍ରୀ ଖୁବ ଶୀଘ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କର ନିକଟରୁ ରିପୋର୍ଟ ଆସିବା ପରେ ଏନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିନିଧି ମାନଙ୍କୁ ଆଶ୍ୱାସନା ଦେଇଥିଲେ । ମନ୍ତ୍ରୀ ଙ୍କର ସହିତ ସିଧାସଳଖ ଆଲୋଚନା ପରେ ପାଇକମାଲ ରେ CHC ସ୍ଥାପନ ହେବାର ଆଶା ଆହୁରି ସୁଦୃଢ଼ ହୋଇଥିବା ନାଗରିକ କମିଟିର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ ଓ ସମ୍ପାଦକ ଶ୍ରୀ ନୀଳମଣି ପଣ୍ଡା କହିଛନ୍ତି ।