ହେଡଲାଇନସ୍:

କୋସଲି ଡେରା ର ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ )ବଲାଙ୍ଗୀର ଜିଲ୍ଲାର ପ୍ରମୁଖ କୋସଲି ସାହିତ୍ୟ ଅନୁଷ୍ଠାନ କୋଶଲି ଡେରା ପାଟଣାଗଡ଼ ରେ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଶାନ୍ତନୁ କୁମାର ବୁଦ୍ଧିଆ ଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ଲାଲଚନ ବଗର୍ତ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଆସନ୍ତା ଡିସେମ୍ବର ୧୮ ତାରିଖରେ ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ବହୁ ପରିଚିତ କୋସଲି କବି ପ୍ରହଲ୍ଲାଦ ସାହୁ ଅଏଁଳାତୁଙ୍ଗା ଙ୍କ ସହ ସନ୍ତୋଷ କୁମାର ଦାସ, କ୍ଷୀରୋଦ୍ର କୁମାର ସାହୁ, ଶାନ୍ତନୁ କୁମାର ବୁଦ୍ଧିଆ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault