ଅସହାୟ ପରିବାରକୁ ସହାୟ ହେଲା ଭୁବନେଶ୍ୱରର ତ୍ରିଶକ୍ତି ଫାଉଣ୍ଡେସନର ଟାଇଗର ଗ୍ରୁପ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଅଳସୁଧା ପଞ୍ଚାୟତ କୁଳସାହି ଗ୍ରାମର ସ୍ବର୍ଗତ ସୁବାସ ଚନ୍ଦ୍ର ବାରିକଙ୍କ ତିନି ବର୍ଷ ତଳେ ମୃତ୍ୟୁ ପରେ ତାଙ୍କ ପତ୍ନୀ ସସ୍ମିତା ବାରିକ ଓ ଦୁଇ ପୁଅ ଗୋଟିଏ ଝିଅ ଅନାଥ ହୋଇ ବର୍ତ୍ତମାନ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁ ପରେ ଆର୍ଥିକ ଅଭାବ ଯୋଗୁ ଘରଦ୍ୱାର ସମ୍ପୁର୍ଣ୍ଣ ଭାଙ୍ଗିଯିବା ଦ୍ୱାରା ମୁଣ୍ଡ ଗୁଞ୍ଜିବାକୁ ରାହା ନାହିଁ । କୌଣସି ସରକାରୀ ସହାୟତା ଏ ପର୍ଯ୍ୟନ୍ତ ତାଙ୍କ ପାଖରେ ପହଞ୍ଚି ପାରି ନାହିଁ । ଗଣମାଧ୍ୟମରୁ ତାଙ୍କର ଏହି ଦୁଃଖଦୁର୍ଦ୍ଦିନ ଖବର ପାଇ ଭୁବନେଶ୍ୱରର ତ୍ରିଶକ୍ତି ଫାଉଣ୍ଡେସନ (ଟାଇଗର ଗ୍ରୁପ ଅଫ ଓଡିଶା)ର ମୁଖ୍ୟ ଅକ୍ଷୟ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ ସ୍ବର୍ଗତ ସୁବାଷଙ୍କ ଘରେ ପହଞ୍ଚି ତାଙ୍କ ବେସାହାରା ପତ୍ନୀ ଓ ପିଲାମାନଙ୍କୁ ଆର୍ଥିକ ସହାୟତା ସହିତ ସାନ୍ତ୍ବନା ପ୍ରଦାନ କରିଥିଲେ । ଏହିଭଳି ବଦାନ୍ୟତା କାର୍ଯ୍ୟ ନିମନ୍ତେ ତ୍ରିଶକ୍ତି ଫାଉଣ୍ଡେସନର ମୁଖ୍ୟ ଅକ୍ଷୟ ଦାସ ଓ ଏହାର ସଦସ୍ୟ ମହେଶ ସାହୁ , ଅନାଦି ଦାସ , ସନ୍ଦୀପ ବେହେରା ,ଲିପୁ ଦାସ ,ପ୍ରିୟଙ୍କା ସେନାପତି ,ବିଶ୍ୱଜିତ ,ଲତାଓ ରଞ୍ଜିତା ପ୍ରମୁଖଙ୍କୁ ଉକ୍ତ ପରିବାର ଓ ଗ୍ରାମବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଭଳି ଦୁର୍ଦ୍ଦିନରେ ରହିଥିବା ଲୋକମାନଙ୍କୁ ସମସ୍ତେ ସହାୟତାର ହାତ ବଢ଼େଇଲେ ଏହିଭଳି ଅସହାୟ ଲୋକମାନଙ୍କର ଦୁଃଖ କିଛି ପରିମାଣରେ ଲାଘବ ହେବ ଓ ଈଶ୍ୱର ସାହାର୍ଯ୍ୟକାରୀଙ୍କୁ ସହାୟ ହେବେ ବୋଲି ଫାଉଣ୍ଡେସନର ମୁଖ୍ୟ ଅକ୍ଷୟ ଦାସ ପ୍ରକାଶ କରିଛନ୍ତି ।

0
0
0
s2sdefault