ହେଡଲାଇନସ୍:

ମୈଦାନରେ ଆଉଜଣେ ରାଣୀ, ଆପତ୍ତିଜନକ ନାଚରେ ଯାତ୍ରା ପେଣ୍ଡାଲ କରୁଛନ୍ତି ଛିନଛତ୍ର

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଫୁଙ୍ଗୁଳା ନାଚରେ ଦୁଲୁକୁଥିଲା ମଞ୍ଚ, ରାଗ ସମ୍ଭାଳି ପାରିଲେନି ମହିଳା ଦର୍ଶକ

ଭଦ୍ରକ (ସତ୍ୟବ୍ରତ ନାୟକ): ମୈଦାନରେ ଆଉଜଣେ ରାଣୀ, ଆପତ୍ତିଜନକ ନାଚରେ ଯାତ୍ରା ପେଣ୍ଡାଲ କରୁଛନ୍ତି ଛିନଛତ୍ର | ଫୁଙ୍ଗୁଳା ଦେହରେ ନିଆଁ ଲଗାଉଥିଲେ ରାନୀ! ଉଷ୍ମ ହେଉଥିଲା ନିଶବ୍ଦ ରାତି। ମଞ୍ଚ ତଳେ ମତୁଆଲା ହେଉଥିଲେ ଦର୍ଶକ। କରତାଳି ଓ ହୁଇସିଲ୍‌ରେ କମ୍ପୁଥିଲା ଟେଣ୍ଟ।

ହଠାତ୍‌ ମଞ୍ଚରେ ପଡ଼ିଲା ଚପଲ୍‌। ହଙ୍ଗାମା କଲେ ଜଣେ ମହିଳା। ଅଶ୍ଲୀଳ ନାଚକୁ ବିରୋଧ କରି ଯାତ୍ରା ବନ୍ଦ କରିବା ପାଇଁ ଜିଦ୍‌ ଧରିଥିଲେ। ତେବେ ମଞ୍ଚରେ ହୋଇଥିବା ଅଶ୍ଲୀଳ ନାଚକୁ ବିରୋଧ କରିଛନ୍ତି ଯାତ୍ରା ପାର୍ଟି ମ୍ୟାନେଜର। ସେ କହିଛନ୍ତି, ମଞ୍ଚରେ କୌଣସି ଅଶ୍ଲୀଳ ନୃତ୍ୟ ହୋଇନାହିଁ। କାଳୀପୂଜା ପାଇଁ ଭଦ୍ରକ ଟାଉନ୍‌ ଚରମ୍ପାରେ ଖେଳୁଥିଲା ରାଜନନ୍ଦିନୀ ଯାତ୍ରା ପାର୍ଟି। ନାଟକ ଦେଖିବା ପାଇଁ ଖଚାଖଚ ଭିଡ ହୋଇଥିଲା। ଆଉ ନାଟକ ପୂର୍ବରୁ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ଡ୍ୟାନ୍ସ କରିବା ପାଇଁ ମଞ୍ଚକୁ ଆସିଥିଲେ ରାନୀ ପ୍ରିୟଦର୍ଶିନୀ। ଗୋଟେ ପରେ ଗୋଟେ ଦେଇଥିଲେ ହଟ୍‌ ଆଣ୍ଡ ସେକ୍ସି ଆଇଟମ୍‌ ଡ୍ୟାନ୍ସ।ରାନୀଙ୍କ ହଟ୍‌ ଡ୍ୟାନ୍ସରେ ଦର୍ଶକ ହୋଇଥିଲେ ମତୁଆଲା। ଦର୍ଶକଙ୍କ ଡିମାଣ୍ଡକୁ ଦେଖି ଓଡ଼ିଆ, ସମ୍ୱଲପୁରୀ ଓ ହୀନ୍ଦି ଗୀତ ଟ୍ରାକ୍‌ରେ ରାନୀ ଦେଇଥିଲେ ଗୋଟିଏ ପରେ ଗୋଟିଏ ଆଇଟମ୍‌। ରାନୀଙ୍କ ଡ୍ୟାନ୍ସରେ ଝୁମୁଥିଲେ ଦର୍ଶକ। ଆଇଟମ୍‌ ଡ୍ୟାନ୍ସ ଚାଲିଥିବା ବେଳେ ହଠାତ ଜଣେ ମହିଳା ଦର୍ଶକ ହଙ୍ଗାମା କରିଥିଲେ। ନାଚକୁ ବିରୋଧ କରିଥିଲେ। ଷ୍ଟେଜ ଉପରକୁ ଚପଲ ଫିଙ୍ଗିଥିଲେ।
ପରେ ମହିଳା ଜଣକ ମଞ୍ଚ ଉପରକୁ ଚଢ଼ି ଯାଇଥିଲେ। ଯାତ୍ରା ଆୟୋଜକ କମିଟି ସଦସ୍ୟ ଓ ଯାତ୍ରା ପାର୍ଟିର ସଦସ୍ୟ ବହୁ ବୁଝାସୁଝା କରିବା ପରେ ପୁଣି ଯାତ୍ରା ଆୟୋଜିତ ହୋଇଥିଲା।

ସୂଚନାରୁ ପ୍ରକାଶ, କିଛି ବର୍ଷ ତଳେ ଯାତ୍ରା ମହାକୁମ୍ଭରେ ଅଶ୍ଲୀଳ ନୃତ୍ୟ ପରିବେଷଣ କରିଥିଲେ ରାନୀ ପଣ୍ଡା। ଖାଲି ନାଚି ନଥିଲେ, ଦର୍ଶକଙ୍କ କାନ କାମୁଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସେତେବେଳେ ବହେ ହୋ-ହଲ୍ଲା ହୋଇଥିଲା। ବହୁ ବୁଦ୍ଧିଜୀବୀ ଏହାକୁ ବିରୋଧ କରିଥିଲେ। ଯାତ୍ରା ମଞ୍ଚରେ ଅଶ୍ଲୀଳ ନୃତ୍ୟ ବନ୍ଦ କରିବାକୁ ଦାବି କରିଥିଲେ। ଏପରିକି ମାମଲା ଥାନାକୁ ଯାଇଥିଲା। ବହୁ ପ୍ରତିବାଦ ପରେ ଗୋଟିଏ ଦିନ ପୂର୍ବରୁ ବନ୍ଦ ହୋଇଥିଲା ଯାତ୍ରା। ଆଜି ପର୍ଯ୍ୟନ୍ତ ରାନୀଙ୍କୁ ସେଠାରେ ଯାତ୍ରା ପରିବେଷଣ କରିବାକୁ ଅନୁମତି ଦିଆଯାଉନଥିବା ଅଭିଯୋଗ ହୋଇଥିଲା। ଠିକ୍‌ ସେମିତି ମଞ୍ଚରେ ଲଭ୍‌ଲି ହଟ୍‌ ନୃତ୍ୟ ପରିବେଷଣ କରି ଚର୍ଚ୍ଚା ପରିଧି ଭିତରକୁ ଆସିଥିଲେ। ଗୋଟିଏ ରାତି ପରେ ଆଉ ତାଙ୍କୁ ନୃତ୍ୟ ପରିବେଷଣ କରିବାକୁ ଦିଆଯାଇନଥିଲା।

0
0
0
s2sdefault