୧୦୦୦ ରୁ ଉର୍ଦ୍ଧ୍ୱ ଜୁଗାର ସାମିଲ, ୨୧ ଖଣ୍ଡି ଖଇର ଜୁଗାର ମୁଖ୍ୟ ଆକର୍ଷଣ
ମେଲଛାମୁଣ୍ଡା(ମନୋଜ ଭୋଇ) – ମେଲଛାମୁଣ୍ଡା ଥାନା ଅର୍ନ୍ତଗତ କୁଚିପାଲି ଗ୍ରାମର ସାର୍ବଜନୀନ କାଲୀପୁଜା ଅବସରରେ ଶୁକ୍ରବାର ସଂଧ୍ୟାରେ ପ୍ରସିଦ୍ଧ ମାନସିକ ଜୁଗାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୧୦୦୦ ରୁ ଉର୍ଦ୍ଧ୍ୱ ମାନସିକ ଜୁଗାର ଶୋଭାଯାତ୍ରା ସାମିଲ ହୋଇଥିଲା । ସମ୍ବଲପୁର, ବୌଦ୍ଧ, ଟିଟଲାଗଡ, ବରଗଡ, ବଏସନା, ପାଇକମାଲ, ଝରବନ୍ଧ, ବିଜେପୁର ,ଆଗଲପୁର ତଥା ରାଜ୍ୟ ବାହାରୁୁ ଭକ୍ତଙ୍କ ମାନସିକ ଯୁଗାର ଶୋଭା ଯାତ୍ରାରେ ସାମିଲ ହୋଇଥିଲା । ସେହିଭଳି ଗ୍ରାମର ଯୁବ ଗୋଷ୍ଠିଙ୍କ ଉଦ୍ୟମ କ୍ରମେ ଏବଂ ଗ୍ରାମବାସୀଙ୍କ ସହଯୋଗ କ୍ରମେ ୨୧ ଖଣ୍ଡି ଖବରେ ତିଆରି ମନ୍ଦିର ଆକୃତିର ଜୁଗାର ମାଁଙ୍କ ଠାରେ ଭୋଗ ଲାଗିବା ସହ ଶୋଭାଯାତ୍ରାରେ ମୁଖ୍ୟ ଆର୍କଷଣ ପାଲଟିଥିଲା । ଯୁଗାର ମହୋତ୍ସବରେ ଆଦିବାସୀ ନୃତ୍ୟ, ଡେନ୍ସ ପାର୍ଟି, ଘୋଡା ନାଚ, ଘୁଡକା ନାଚ, କଲଙ୍ଗି ନାଚ, ବାଜା ପାର୍ଟି, ଦଣ୍ଡା ନାଚ, ଷ୍ଟେଚୁ, ବେଲୁନ ନାଚ, ଦୁଲଦୁଲି, ଡିଜେ ପ୍ରଭୃତି ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିଥିଲେ । ଯୁଗାର ଶୋଭାଯାତ୍ରା ଦେଖିବା ପାଇଁ ହଜାର ସଂଖ୍ୟାରେ ଜନ ସମାଗମ ହୋଇଥିଲା ।











