-
ପଦଯାତ୍ରା ରେ ସାମିଲ ହେଲେ ହଜାର ହଜାର ମହିଳା ସମେତ ପନ୍ଦର ହଜାର ରୁ ଉର୍ଦ୍ଧ୍ବ ଲୋକ
-
ପାନୀୟ ଜଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇଲେ ଧନ୍ୟବାଦ
ବରଗଡ :- ବରଗଡ଼ ଜିଲ୍ଲାର ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋହେଲା ଠାରେ , ଆଜି ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ଙ୍କର ନିର୍ଦେଶ କ୍ରମେ , ରାଜ୍ୟ ସରକାର ଙ୍କର ଦ୍ୱାରା କରାଯାଉଥିବା ସମସ୍ତ ଜନ କଲ୍ୟାଣକାରୀ ଯୋଜନା ର ସଫଳତା ଓ ଯୋଜନା ବାବଦରେ ସଚେତନତା ସୃଷ୍ଟି କରିବା ନିମନ୍ତେ , ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ମାର୍ଗଦର୍ଶନ ଓ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରାର ଆୟୋଜନ କରାଯାଇଥିଲା । ସୋହେଲା ଅଗ୍ରସେନ ଭବନ ରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ରେ ହଜାର ହଜାର ମହିଳା ଙ୍କର ସମେତ ସୋହେଲା ବ୍ଲକ ର ସମସ୍ତ ଗ୍ରାମ୍ୟ ରୁ ବିଜୁ ଜନତା ଦଳର ପନ୍ଦର ହଜାର ରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ । ସୋହେଲା ଅଗ୍ରସେନ ଭବନରୁ ଆରମ୍ଭ ହୋଇଥିବା ଏହି ବିଶାଳ ପଦଯାତ୍ରା ହଳଦୀପାଳି ପଡ଼ିଆରେ ଶେଷ ହୋଇଥିଲା । ହଲଦୀପାଲି ରେ ଅୟୋଜିତ ସାଧାରଣ ସଭାରେ ମାନ୍ୟବର ବିଧାୟକ ଙ୍କର ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ , ସୋହେଲା , ଆମ୍ବଭନା, ଭଟଲି ପଞ୍ଚାୟତ ସମିତି ଅଧ୍ୟକ୍ଷ , ଜିଲ୍ଲା ପରିଷଦ ସଭ୍ୟ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଜୀବର୍ଧନ ବରିହା , ଶ୍ରୀ ସୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ଜନସାଧାରଣ ଙ୍କୁ ସଂଵୋଧିତ କରି ସରକାର ଙ୍କର ବିଭିନ୍ନ ଯୋଜନା ର ବାବଦରେ ବୁଝାଇବା ସହିତ ଲୋକଙ୍କୁ ସଚେତନ କରିଥିଲେ । ମୁଖ୍ୟତଃ ନେତୃମଣ୍ଡଳୀ ଙ୍କର ଦ୍ୱାରା ଭଟଲି, ଆମ୍ବଭନା ଓ ସୋହେଲା ଠାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଗତ କିଛିଦିନ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଦ୍ୱାରା ଘୋଷଣା କରାଯାଇଥିବା ପାନୀୟ ଜଳ ପ୍ରକଳ୍ପ ପାଇଁ , ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା