ହେଡଲାଇନସ୍:

ସୁରଜକୁଣ୍ଡ ଗୃହମନ୍ତ୍ରୀ ସମ୍ମିଳନୀ : ଓଡ଼ିଶାର ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଯୋଗଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ହରିଆଣାର ସୁରଜକୁଣ୍ଡଠାରେ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଆନୁକୂଲ୍ୟରେ ସମସ୍ତ ରାଜ୍ୟ ଗୃହମନ୍ତ୍ରୀମାନଙ୍କୁ ନେଇ ଚିନ୍ତନ ଶିବିର ଆରମ୍ଭ ହୋଇଛି । ଏହି ସମ୍ମିଳନୀରେ ଓଡ଼ିଶାର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଯୋଗଦାନ କରି ଜାତୀୟ ସଂହତି ଦୃଢ଼ୀଭୂତ କରିବାରେ ଓଡ଼ିଶାର ଅବଦାନ ତଥା ଆଭ୍ୟନ୍ତରୀଣ ନିରାପତ୍ତା ଓ ଆଇନଶୃଙ୍ଖଳା, ପୋଲିସ ବ୍ୟବସ୍ଥା, ବେସାମରିକ ପ୍ରତିରକ୍ଷା ଓ ହୋମ୍‌ଗାର୍ଡ ବ୍ୟବସ୍ଥା ସଂପର୍କରେ ସମସ୍ତ ତଥ୍ୟ ଉପସ୍ଥାପିତ କରିଥିଲେ । ଓଡ଼ିଶା ବାମପନ୍ଥୀ ଉଗ୍ରବାଦୀ ଦମନରେ ବିଶେଷ ସଫଳତା ହାସଲ କରିବା ସହ ମାଓବାଦୀ ହିଂସା କମ୍‌ ଥିବା ପ୍ରକାଶ କରିଥିଲେ । ପୁଲିସ୍‌ ଗୁପ୍ତଚର ବ୍ୟବସ୍ଥା ଓ ନିରାପତ୍ତା ଦୃଢ଼ୀକରଣ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଯୋଗୁଁ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ‘ସ୍ୱାଭିମାନ’ରେ ପରିଣତ ହୋଇଛି । ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା ଜିଲ୍ଲାରେ ଜଏଣ୍ଟ ଟାସ୍କ ପୋର୍ସ ମୁତୟନ ହୋଇଛନ୍ତି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକତା ପ୍ରଦାନ କରାଯାଇଥିବା, ଶ୍ରୀ ବେହେରା କହିଥିଲେ ।
ଅନ୍ୟପକ୍ଷରେ ଅପରାଧ ଦମନ ଉପରେ ଓଡ଼ିଶା ସରକାର ଗୁରୁତ୍ୱାରୋପ କରୁଛନ୍ତି । ଓଡ଼ିଶାରେ ଅଗ୍ନିଶମ ସଂସ୍ଥା ଦେଶରେ ତାହାର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିବାବେଳେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ଅଗ୍ନିନିରାପତ୍ତା ସମ୍ବନ୍ଧରେ ମନ୍ତ୍ରୀ ଶ୍ରୀ ବେହେରା ବିଭିନ୍ନ ତଥ୍ୟ ରଖିଥିଲେ । ସେ ଓଡ଼ିଶାର ପୋଲିସ ଆଧୁନିକୀକରଣ, ସମୁଦ୍ରତଟ ସୁରକ୍ଷା, ଆଭ୍ୟନ୍ତରୀଣ ଆଇନଶୃଙ୍ଖଳାର ସ୍ଥିତି ଓ ମହତ୍ୱ ସମ୍ବନ୍ଧରେ କହିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରଚେଷ୍ଟା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ସମ୍ମିଳନୀରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ ବଂଶଲ, ସ୍ୱତନ୍ତ୍ର ଶାସନ ସଚିବ(ଗୃହ ବିଭାଗ) ଶ୍ରୀମତୀ ସନ୍ତୋଷ ବାଲା ଯୋଗଦେଇଛନ୍ତି ।

0
0
0
s2sdefault