ହେଡଲାଇନସ୍:

ଶାଶୁ ଘର୍ ଆଗରେ ବୋହୁର ଧାରଣା ପ୍ରସଙ୍ଗ, ସ୍ଥିତି ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଞ୍ଜନଗର, : ଜଗନ୍ନାଥ ପ୍ରସାଦ ବ୍ଲକ ତାରାସିଙ୍ଗି ଥାନା ଅଧିନ କୋକଳବା ଗ୍ରାମରେ ଆଜକୁ ୬ ଦିନ ହେବ ଶାଶୁଙ୍କ ଘର ସମ୍ମୁଖରେ ଦିବ୍ୟାଙ୍ଗ ବୋହୁ ଗୀତାଞ୍ଜଳି ପ୍ରଧାନ ନ୍ୟାୟ ଦାବିରେ ଧାରଣା ରେ ବସିଥିବା ବେଳେ ଗୁରୁବାର ରାଜ୍ୟ ମହିଳା କମିଶନ ଅଧକ୍ଷା ନମିତା ବେହେରା, ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ, ଭଞ୍ଜନଗର ସିଡ଼ିପିଓ,ଜଗନ୍ନାଥ ପ୍ରସାଦ ସିଡିପିଓ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ପରେ ଗୀତାଞ୍ଜଳି ଙ୍କ ପରିବାର ଏବଂ ସ୍ୱାମୀ ଶିବରାମ ପ୍ରଧାନ ଙ୍କ ପରିବାର ଲୋକଙ୍କୁ ତାରାସିଙ୍ଗି ଥାନା ପରିସର କୁ ଡକାଇ ସେଠାରେ ଉଭୟ ପକ୍ଷଙ୍କୁ ନେଇ ଆପୋସ ସମାଧନ ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ୱାମୀ ଶିବରାମ ଗ୍ରାମରେ ଉପସ୍ଥିତ ନଥିବା ରୁ ଘଟଣା ର ସମ୍ପୂର୍ଣ ସମାଧାନ ହୋଇପାରି ନାହିଁ । କିନ୍ତୁ ପୋଲିସ ଉପସ୍ଥିତି ରେ ମହିଳା କମିଶନ ଅଧ୍ୟକ୍ଷl ଏକ ମାସ ମଧ୍ୟରେ ତାଙ୍କ ସ୍ୱାମୀ ଙ୍କୁ ଖୋଜି ଆଣି ପୁନଃ ବୁଝାସୁଝା କରି ଯେପରି ସ୍ୱାମୀ ଓ ସ୍ତ୍ରୀ ଉଭୟ ଙ୍କ ମଧ୍ୟରେ ସମାଧାନ ହୋଇପାରିବ ପୁଣି ଚେଷ୍ଟା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସ୍ୱାମୀ ଙ୍କ ବାରଣ୍ଡା ରେ ଧାରଣା ରେ ବସିଥିବା ସ୍ତ୍ରୀ ଗୀତାଞ୍ଜଳି ଙ୍କ ସୁରକ୍ଷା ଦୁଷ୍ଟିରୁ ତାଙ୍କୁ ଏକ ମାସ ବାପ ଘର କୁ ଚାଲିଯିବା ପାଇଁ ନିର୍ଦେଶ ଦିଆଯାଇଛି । ଗୀତାଞ୍ଜଳି ମଧ୍ୟ ମହିଳା କମିଶନ ଅଧକ୍ଷା ଓ ଥାନା ଅଧିକାରୀଙ୍କ ପ୍ରତିଶୃତି କୁ ସମ୍ମାନ ଜଣାଇ ନିଜ ବାପ ଘର କୁ ଯିବା ପାଇଁ ରାଜି ହୋଇଛନ୍ତି । ଯଦି ଏକ ମାସ ମଧ୍ୟରେ ଗୀତାଞ୍ଜଳି ଙ୍କୁ ନ୍ୟାୟ ନ ମିଳେ ସେ ପୁଣି ଥରେ ସ୍ୱାମୀ ଙ୍କ ବାରଣ୍ଡା ରେ ଧାରଣା ରେ ବସିବା ସହ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି । ପ୍ରକାଶ ଥାଉକି,କୋକଳବା ଗ୍ରାମର ଦିଗାମ୍ବର ପ୍ରଧାନ ଙ୍କ ପୁଅ ଶିବରାମ ପ୍ରଧାନ 2017 ମସିହାରେ ଗାଙ୍ଗପୁର ଥାନା ବାଙ୍କଲିଡି ଗ୍ରାମର ଭାଗିରଥି ପ୍ରଧାନଙ୍କ ଝିଅ ଗୀତାଞ୍ଜଳି ପ୍ରଧାନଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ।କିଛି ବର୍ଷ ବେଶ ହସଖୁସିରେ ବିତିବା ପରେ ପୁତ୍ର ସନ୍ତାନ ଟିଏ ଜନ୍ମ ହେଲା। ପୁଅ ଜନ୍ମ ହେବାର ଏକ ବର୍ଷ ପରେ ଶାଶୁ,ଦେଢ଼ ଶାଶୁ,ସ୍ୱାମୀ ମିଶି ଗୀତାଞ୍ଜଳି ଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଲେ ।ଅଧିକ ଯୌତୁକ ଦାବି କରି ବାପ ଘରକୁ ବିଦା କରିଦେଲେ।ସେବେ ଠାରୁ ନ୍ୟାୟ ପାଇବା ପାଇଁ ସେ ଆଇନ ର ଆଶ୍ରୟ ନେଇ ଥିଲେ । କିନ୍ତୁ କିଛି ସୁଫଳ ମିଳିନଥିଲା। ଶେଷରେ ସ୍ବାମୀଙ୍କ ଦ୍ୱିତୀୟ ବିବାହ ହେବାକୁ ଯାଉଥିବା ଜାଣି ପାରି ବାଧ୍ୟ ହୋଇ ଶାଶୁଘର ବାରଣ୍ଡାରେ ଧାରଣା ଦେଇଥିଲେ।

0
0
0
s2sdefault