ହେଡଲାଇନସ୍:

ଆଜି ପଦ୍ମପୁର ରେ 14 ଗୋଟି ସ୍କୁଲର 5T ରୂପନ୍ତରିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ଓ ବିଧାୟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ, ଝାରବନ୍ଧ ଓ ପଦ୍ମପୁର ବ୍ଲକ ରେ ତୃତୀୟ ପର୍ଯାୟ ରେ ଆଜି ସମୁଦାୟ 14 ଗୋଟି ସ୍କୁଲର 5T ରୂପନ୍ତରିକରଣ କାର୍ୟ୍ଯ ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହିକ୍ରମ ରେ ଝାରବନ୍ଧ ବ୍ଲକର କୁର୍ଲୁପାଳି ଓ ଭଇସାଦରହା ସ୍କୁଲର ରୂପନ୍ତରିକରଣ କାର୍ଯର ଶୁଭାରମ୍ଭ ମାନ୍ୟବର ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଓ କୁମ୍ଭୀର ତଥା ଚଣ୍ଡୀଭଟା ସ୍କୁଲ କାର୍ଯର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଭିତ୍ତିପ୍ରସ୍ତରସ୍ଥାପନ କରିଥିଲେ । ସେହିଭଳି ପାଇକମାଲ ବ୍ଲକ ଭେଙ୍ଗରାଜପୁର ଓ ବୁକୁରାମୁଣ୍ଡା ସ୍କୁଲରେ ହେବାକୁ ଥିବା 5T ରୂପନ୍ତରିକରଣ କାର୍ଯର ମାନ୍ୟବର ମନ୍ତ୍ରୀ ଶ୍ରୀ ପଦୀପ ଅମାତ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଚରଦାପାଳି ଓ ସରେଇକେଲା ସ୍କୁଲର ରୂପନ୍ତରିକରଣ କାର୍ୟ୍ଯ ପାଇଁ ମନ୍ତ୍ରୀ ତୁକୁନି ସାହୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଏହିକ୍ରମରେ ଭେଉରିଆ ଓ ବରିହାପାଳି ସ୍କୁଲର 5T କାର୍ୟ୍ଯ କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ , ଦହିଗାଁ ଓ ବୁଡେନ ସ୍କୁଲର କାର୍ଯ କୁ ବିଧାୟକ ଶ୍ରୀ ଦେବେଶ ଆଚାର୍ଜ , ଚାରପାଲି ଓ ପୁରେନା ସ୍କୁଲର 5T ରୂପନ୍ତରିକରଣ କାର୍ଯର ଶୁଭାରମ୍ଭ ମାନ୍ୟବର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ , ଙ୍କର କରକମଲ ରେ ହୋଇଥିଲା । ତୃତୀୟ ପର୍ଯାୟ ର ଏହି ସ୍କୁଲର ରୂପନ୍ତରିକରଣ କାର୍ୟ୍ଯ ସମ୍ପୂର୍ଣ୍ଣ ହେବା ପରେ ଏହି ସବୁ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଅତି ସହଜରେ ଉନ୍ନତ ମାନର ସୁସଜ୍ଜିତ ପରିବେଶ ରେ ଅତ୍ୟାଧୁନିକ ଶ୍ରେଣୀ ଗୃହ ରେ ପାଠ ପଢ଼ିବାର ସୁଯୋଗ ଓ ସୁବିଧା ପାଇ ପାରିବେ। ଏଥିପାଇଁ ଗତ କାଲି ଓ ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ସ୍କୁଲ ଗୁଡିକରେ ପାଠ ପଢୁ ଥିବା ଛାତ୍ରଛାତ୍ରୀ ସହିତ ଅଭିଭାବକ , ଶିକ୍ଷକ ଓ ଅଞ୍ଚଳ ବାସୀ ଙ୍କର ମନ ଆନନ୍ଦିତ ଥିବା ଦେଖାଯାଉଛି ।

0
0
0
s2sdefault