୨୦୧ ରୁ ଉର୍ଦ୍ଧ୍ୱ ଜୁଗାର ସାମିଲ, ୩୫୧ ତାମ୍ବି ଖଇର ଜୁଗାର ମୁଖ୍ୟ ଆକର୍ଷଣ
ମେଲଛାମୁଣ୍ଡା(ମନୋଜ ଭୋଇ) – ଯୁଗ ପରିବର୍ତନ ସହ ବଳି କୁସଂସ୍କାର ଠାରୁ ଦୁରେଇ ଯିବା ପାଇଁ ଲୋକେ ଅଂଟା ଭିଡିଲେଣି । ମାଁ କେବେ ଭକ୍ତ ଠାରୁ ରକ୍ତ ଚାହାନ୍ତି ନାହିଁ । ସେ ମଙ୍ଗଳମୟ ସଂସାରର ପାଳନକର୍ତା ,ବଳି କେବଳ ଭ୍ରମ ମାନସିକତା । ଏହି ବିଶ୍ୱାଶକୁ ଦୃଢ କରି ରାଜବୋରାସମ୍ବର ବ୍ଳକ ଅଧିନସ୍ଥ ସର୍ଗିବାହାଲ ଗ୍ରାମର କାଲୀପୁଜା ଅବସରରେ ବୁଧବାର ସଂଧ୍ୟାରେ ମାନସିକ ଜୁଗାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଶ୍ୟାମାକାଳି ପୂଜା ୨୫ ବର୍ଷରେ ପଦାର୍ପଣ କରିଥିବାରୁ ମହୋତ୍ସବର ରଜତ ଜୟନ୍ତି ପାଳିତ ହେଉଛି । ଏ ବର୍ଷ ୨୦୧ ରୁ ଉର୍ଦ୍ଧ୍ୱ ଜୁଗାର ଶୋଭାଯାତ୍ରା ସାମିଲ ହୋଇଥିଲା । ସମ୍ବଲପୁର, ବୌଦ୍ଧ, ଛତିଶଗଡ, ଟିଟଲାଗଡ, ବରଗଡ, ବଏସନା, ପାଇକମାଲ, ଝରବନ୍ଧ, ବିଜେପୁର ,ଆଗଲପୁର, ପାଟଣାଗଡ ଆଦି ସ୍ଥାନରୁ ଶ୍ରଦ୍ଧାଳୁ ଭକ୍ତଙ୍କ ମାନସିକ ଯୁଗାର ଶୋଭା ଯାତ୍ରାରେ ସାମିଲ ହୋଇଥିଲା । ସେହିଭଳି ଗ୍ରାମର ତେନ୍ତୁଲିପଡା ଯୁବ ଗୋଷ୍ଠିଙ୍କ ଉଦ୍ୟମ କ୍ରମେ କ୍ରମେ ୩୫୧ ତାମ୍ବି ଖଇରେ ତିଆରି ମନ୍ଦିର ଆକୃତିର ଜୁଗାର ମାଁଙ୍କ ଠାରେ ଭୋଗ ଲାଗିବା ସହ ଶୋଭାଯାତ୍ରାରେ ମୁଖ୍ୟ ଆର୍କଷଣ ପାଲଟିଥିଲା । ଯୁଗାର ମହୋତ୍ସବରେ ମୁଖ୍ୟ ଅତିଥିଭାବେ ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ ଯୋଗ ଦେଇଥିଲେ । ଯୁଗାର ଶୋଭାଯାତ୍ରରେ ଆଦିବାସୀ ନୃତ୍ୟ, ଡେନ୍ସ ପାର୍ଟି, ଘୋଡା ନାଚ, ଘୁଡକା ନାଚ, କଲଙ୍ଗି ନାଚ, ଦୁଲଦୁଲି, ଡିଜେ ପ୍ରଭୃତି ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିଥିଲେ । ପ୍ରକାଶ ଯୋଗ୍ୟ ଯେ ପଣ୍ଡିତ ଫୌଜିଲାଲ ନନ୍ଦ, ପଣ୍ଡିତ ସୁରେନ୍ଦ୍ର ଦାସ, ଜୟପ୍ରକାଶ ନନ୍ଦ, ପଣ୍ଡିତ ଅଜଂନ ଦାସ, ପଣ୍ଡିତ ଗୋବିନ୍ଦ ହୋତା, ପଣ୍ଡିତ ପ୍ରତାପ ନନ୍ଦ, ଝାଙ୍କର ଖଗେଶ୍ୱର ବରିହା, ଝାଙ୍କର କୃଷ୍ଣଚନ୍ଦ୍ର ବରିହା, ପାଚକ ରୋହିତ ପଶାୟତ ଓ ବାବୁଲା ବାରିକ ପ୍ରମୁଖ ପୂଜା କାର୍ଯ୍ୟ ସଂପାଦନ କରୁଥିବା ବେଳେ ନିରଜଂନ ବରିହା ଓ ତାଙ୍କ ପତ୍ନୀ ବନିତା, ଚିତ୍ରସେନ ବେହେରା ତାଙ୍କ ପତ୍ନୀ କ୍ଷିରଧ୍ୱି, ଲିଙ୍ଗରାଜ ମେହେର ଓ ତାଙ୍କ ପତ୍ନୀ ଦମୟନ୍ତି, ତୁଲାରାମ ମେହେର ଓ ତାଙ୍କ ପତ୍ନୀ ପଙ୍କଜିନି, ପ୍ରଶାନ୍ତ ମେହେରା ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ପ୍ରମୁଖ କର୍ତା ଦାୟୀତ୍ୱ ତୁଲାଉଛନ୍ତି । ଜୁଗାର ଶୋଭାଯାତ୍ରାକୁ ପରିଚାଳନା କମିଟି ସଭାପତୀ ଲୋଚନ ବରିହା, ଉପ ସଭାପତୀ ଚିତ୍ରସେନ ବେହେରା, ସଂପାଦକ ରାଜିବ ମେହେର ଓ କୋଷାଧ୍ୟକ୍ଷ ସୁରେନ୍ଦ୍ର ମେହେର, ଛାୟାକାନ୍ତ ମେହେର, ସୁବ୍ରତ ଦାସ, ସଂଜିବ ମେହେର ପ୍ରମୁଖ ସହଯୋଗ କରିଥିଲେ । ଯୁଗାର ଯାତ୍ରାଟିକୁ ଦର୍ଶନ କରିବା ପାଇଁ ହଜାର ସଂଖ୍ୟାରେ ଭକ୍ତ ରୁଣ୍ଡ ହୋଇଥିଲେ ।