ବରଗଡ :-ବିଗତ କିଛି ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଓ ୫-ଟି ସଚିବ ଙ୍କର ପ୍ରତ୍ୟକ୍ଷ ତତ୍ୱବାଧାନ ରାଜ୍ୟ ରେ ହାଇ ସ୍କୁଲ ଗୁଡିକର ରୂପନ୍ତରିକରଣ ପାଇଁ ଏକ ପ୍ରଶଂସନୀୟ ଉଦ୍ୟମ ଆରମ୍ଭ କରାଯାଇଛି । ଏହି କ୍ରମରେ ପ୍ରଥମରୁ ଦୁଇ ଗୋଟି ପର୍ଯ୍ୟାୟରେ ଅନେକ ବିଦ୍ୟାଳୟ ର ରୂପାନ୍ତରିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟର ରୂପାନ୍ତରିକରଣ କାର୍ଯ୍ୟ ପାଇଁ ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ, ପଦ୍ମପୁର ଓ ଝାରବନ୍ଧ ବ୍ଲକ ର ୨୪ ଗୋଟି ହାଇ ସ୍କୁଲର ୫-ଟି ରୂପାନ୍ତରିକରଣ କାର୍ଯର ଶୁଭାରମ୍ଭ ହୋଇ ଯାଇଛି । ଏହି କ୍ରମରେ ପାଇକମାଲ ବ୍ଲକ ର ବରତୁଣ୍ଡା , ଜାମସେଠ , ଓ ଛୀଂଦେଇକେଲା , ସ୍କୁଲର କାର୍ଯ୍ୟକୁ ରାଜ୍ୟ ସରକାର ଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ , ଛେତେଙ୍ଗା , ଭୁବନେଶ୍ୱରପୁର ଓ ଝିଟିକି ସ୍କୁଲର କାର୍ଯ୍ୟ କୁ କ୍ୟାବିନେଟ ମନ୍ତ୍ରୀ ପ୍ରଦୀପ ଅମାତ , ପାଇକମାଲ ଯମୁନା କନ୍ଧୁଣି ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ ଜର୍ଜଗଡ, କେଚୋଦାଦର ଓ ନୃସିଂହନାଥ ସଂସ୍କୃତ ବିଦ୍ୟାନିକେତନ ର ରୂପାନ୍ତରିକରଣ କାର୍ଯର ଶୁଭାରମ୍ଭ ମନ୍ତ୍ରୀ ରିତା ସାହୁ କରିଥିଲେ । ସେହିଭଳି ଝାରବନ୍ଧ ବ୍ଲକ ର ତୁର୍ଲା ,ଅମଠି ଓ ବିଲସପୁର ସ୍କୁଲ କାର୍ଯ୍ୟର ଶୁଭାରମ୍ଭ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଓ ବିଜାଢୋଲ ତଥା କନ୍ଦାଡଙ୍ଗର ସ୍କୁଲର ର ୫-ଟି ରୂପାନ୍ତରିକରଣ କାର୍ଯର ଭିତ୍ତିପ୍ରସ୍ତର ସ୍ଥାପନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କର କରକମଲ ରେ ହୋଇଥିଲା ।
ସେହିଭଳି ପଦ୍ମପୁର ବ୍ଲକ ଅନ୍ତର୍ଗତ ଫଳସାପାଳି ର ଦୁଇ ଗୋଟି ସ୍କୁଲ ଓ ଜ୍ଞାନ ର ଗୋଟିଏ ସ୍କୁଲ , ମନ୍ତ୍ରୀ ରୋହିତ ପୂଜାରୀ , ନରିକେଲ , ପଦ୍ମପୁର ଓ ଖାଲିଆପାଳି ର ଗୋଟିଏ ଲେଖାଏଁ ସ୍କୁଲର ରୂପନ୍ତରିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ବିଧାୟକ ବରଗଡ଼ ଶ୍ରୀ ଦେବେଶ ଆଚାର୍ଯ୍ୟ ଙ୍କର ଦ୍ୱାରା ସ୍ଥାପନ କରାଯାଇଥିଲା । ଟାଲ , ଡଙ୍ଗାଘାଟ ଓ ମହୁଲପାଲି ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟର ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଘନାମାଲ ଠାରେ ମନ୍ତ୍ରୀ ରୋହିତ ପୂଜାରୀ ଙ୍କର ସହିତ ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଉପସ୍ଥିତ ଥିଲେ ।
ସ୍କୁଲ ରୂପନ୍ତରିକରଣ ପଛରେ ମୁଖ୍ୟମନ୍ତ୍ରୀ ଙ୍କର ଉଦ୍ଦେଶ୍ୟ ବାବଦରେ ମୁଖ୍ୟତଃ ଆଜିକାର ଅତିଥି ମାନଙ୍କର ଅଭିଭାଷଣ ରହିଥିଲା । ଏହା ସହିତ ମୁଖ୍ୟମନ୍ତ୍ରୀ ଙ୍କର ମାର୍ଗଦର୍ଶନ ରେ ଚାଲିଥିବା ଏହି ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ଏକ ବହୁପଯୋଗୀ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥଲେ ମନ୍ତ୍ରୀ ଓ ଅତିଥୀ ମାନେ । ଆଜି ବିଭିନ୍ନ ସ୍କୁଲ ରେ ହୋଇଥିବା ସଭା ଗୁଡିକରେ ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀ , ସରକାରୀ ଅଧିକାରୀ ଓ ସାଧାରଣ ଜନତା ଯୋଗ ଦେଇ ଏହି ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ରେ ଆସିଥିବା ମନ୍ତ୍ରୀ , ବିଧାୟକ ମାନଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ।
ରାଜ୍ୟ
ଗୋଟିଏ ଦିନରେ ୨୪ ଟି ସ୍କୁଲର ୫-ଟି ରୂପାନ୍ତରିକରଣ କାର୍ଯ୍ୟର ଶୁଭାରମ୍ଭ
- Hits: 2660