ରେଢାଖୋଲ :- ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର କଇଥସାହି ନିକଟ ମସଜ୍ଜିତ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ମିନିଟ୍ରକରେ ଗତକାଲି ବିଳମ୍ବିତ ରାତିରେ ଏକ ମାଲ୍ ବୋଝେଇ ମିନିଟ୍ରକରେ ନିଆଁ ଲଗି ଗାଡ଼ିରେ ବୋଝେଇ ହୋଇଥିବା ଲକ୍ଷାଧିକ ଟଙ୍କାର କଂସା ବାସନ , ପିତଳ ଓ ଆଲୁମିନିୟମ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି । ସୂଚନାଯୋଗ୍ୟ ଯେ ରେଢ଼ାଖୋଲ ସହର କଇଥସାହିର ନରସିଂହ ନାଥ ନାୟକ ଏକ ୪୦୭ ମିନିଟ୍ରକରେ ବିଭିନ୍ନ ବଜାର ବୁଲି କଂଶା,ପିତଳ, ଆଲୁମିନିୟମ ଓ ଘର ବ୍ୟବହୃତ ସାମଗ୍ରୀ ବିକ୍ରୀ କରିଥାନ୍ତି ସଂଧ୍ୟା ହେଲେ ଘରକୁ ଫେରି ସବୁଦିନ ପରି ଘରପାଖ ମସ୍ଜିତ ସମ୍ମୁଖରେ ଗାଡ଼ି ଛିଡ଼ା କରିଥାନ୍ତି । ହେଲେ ଗତକାଲି ବିଳମ୍ବିତ ରାତିରେ ଦୂର୍ବୁତ୍ତ ମାନେ ଜାଣିଶୁଣି ନିଆଁ ଲଗାଇ ଫେରାର ମାରିଛନ୍ତି ବୋଲି ଗାଡ଼ି ମାଲିକ ପ୍ରକାଶ କରିଛନ୍ତି । ଗାଡ଼ିରେ ନିଆଁ ଲାଗିଥିବା ଖବର ପାଇ ସାହି ବାସିନ୍ଦା ସମେତ ମାଲିକ ନରସିଂହ ନାଥ ନାୟକ ପହଞ୍ଚି ଜଳୁଥିବା ମାଲ ବୋଝେଇ ଗାଡ଼ିକୁ ପାଣି ଆଣି ଲିଭାଇବାକୁ ଚେଷ୍ଟା କରିଥିଲେ ଏବଂ ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଘଟଣାସ୍ଥଳରେ ରେଢ଼ାଖୋଲ ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।
ରାଜ୍ୟ
ମିନିଟ୍ରକରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କା ସାମଗ୍ରୀ
- Hits: 419