ମନ୍ତ୍ରୀ ରିତା ସାହୁ ଙ୍କର ଗାଡି ଉପରକୁ ଅଣ୍ଡା ମାଡ଼

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ତହସିଲ ଛକ ନିକଟରେ ଆଜି ରାଜ୍ୟ ସରକାର ଙ୍କର ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଙ୍କର ଗାଡି ଉପରକୁ ଭାରତୀୟ ଜନତା ପାର୍ଟି ର କାର୍ଯକର୍ତା ମାନଙ୍କ ଦ୍ୱାରା ଅଣ୍ଡା ମାଡ଼ କରାଯାଇଥିବା ସୂଚନା ରହିଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳେ ମନ୍ତ୍ରୀ ଶ୍ରୀମତୀ ସାହୁ ପାଇକମାଲ ଯମୁନା କନ୍ଧୁଣି ସ୍କୁଲ ରେ ସ୍କୁଲ ରୂପନ୍ତରିକରଣ କାର୍ଯ୍ୟକ୍ରମ ର ଭିତ୍ତିପ୍ରସ୍ତର ସ୍ଥାପନ କରି , ପାଇକମାଲ ତହସିଲ ଅଫିସ ନିକଟସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ହେବାକୁ ଥିବା ରୂପନ୍ତରିକରଣ କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଆସୁଥିବା ସମୟରେ , ପୂର୍ବରୁ ତହସିଲ ଛକ ନିକଟରେ ଛକି ବସିଥିବା ଭାରତୀୟ ଜନତା ପାର୍ଟି ର କିଛି କାର୍ଯକର୍ତା ମାନେ ରାସ୍ତା ଉପରକୁ ଆସି ବିଭିନ୍ନ ସ୍ଲୋଗାନ ମାନ ଦେଇ ମନ୍ତ୍ରୀ ଙ୍କର ଗାଡି ଉପରକୁ କଳା ପତାକା ଫୋପାଡିବା ସହିତ ଅଣ୍ଡା ମାଡ଼ କରିଥିଲେ । ଏହି ସମୟରେ ପାଇକମାଲ ପୋଲିସ ଘଟଣା ସ୍ଥଳକୁ ପହଂଛି ବିଜେପି କର୍ମୀ ମାନଙ୍କ ମଧ୍ୟରୁ କେତେ ଜଣଙ୍କୁ କାବୁ କରି ନେଇଯାଇଥିବା ବେଳେ ଅନ୍ୟ କିଛି ପୋଲିସ ଦେଖି ଦୌଡ଼ି ପଳେଇ ଯାଇଥିଲେ ।  ତେବେ ମନ୍ତ୍ରୀ ଙ୍କର ଗାଡି ଉପରକୁ ହୋଇଥିବା ଅଣ୍ଡା ମାଡ଼ ଏକ ରାଜନୈତିକ ଘଟଣା ହୋଇଥିବା କାରଣରୁ ଏହାକୁ ନେଇ ଲୋକଙ୍କ ଭିତରେ ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି | ଏହି ଘଟଣାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି |

0
0
0
s2sdefault