ବିଜନେସ୍ ଓ ଲୋକ ଉପକାର କ୍ଷେତ୍ରରେ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି
ନୂଆ ଦିଲ୍ଲୀ : ୟୁ.ଏସ୍.- ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (ୟୁଏସଆଇଏସପିଏଫ୍), ଏକ ବାଇଲାଟେରାଲ୍ ଅଣ-ଲାଭଜନକ ଅନୁଷ୍ଠାନ ଯାହାକି ଭାରତ ଓ ଯୁକ୍ତ ରାଷ୍ଟ୍ର ଆମେରିକା ମଧ୍ୟରେ କୌଶଳଗତ ସମ୍ପର୍କର ନିର୍ମାଣ କରିବାରେ ଧ୍ୟାନ ପ୍ରଦାନ କରୁଛି । ଏହି ଅନୁଷ୍ଠାନ ଶିବ ନାଦାର, ପ୍ରତିଷ୍ଠାତା, ଏଚସିଏଲ୍ ଓ ଶିବ ନାଦାର ଫାଉଣ୍ଡେସନ ଙ୍କୁ ପ୍ରଯୁକ୍ତି ଉଦ୍ୟୋଗ କ୍ଷେତ୍ରରେ ଓ ଲୋକ ଉପକାର କ୍ଷେତ୍ରରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ୟୁଏସଆଇଏସପିଏଫ୍ ଲାଇଫ୍ ଟାଇମ୍ ଆଚିଭମେଂଟ ପୁରସ୍କାରରେ ସମ୍ମାନିତ କରିଛି । ତାଙ୍କର ଏହି ଜନମଙ୍ଗଳକାରୀ ପଦକ୍ଷେପ ମାଧ୍ୟମରେ ଅନେକ ପିଲା ଶିକ୍ଷା ସୁଯୋଗ ପାଇ ପାରିଛନ୍ତି ।
ଶିବ ନାଦାର ହେଉଛି ଏଚସିଏଲ୍ ଓ ଶିବ ନାଦାର ଫାଉଣ୍ଡେସନର ପ୍ରତିଷ୍ଠାତା । ତାଙ୍କର ପରାମର୍ଶ କ୍ରମେ, ଏଚସିଏଲ୍ ଦୀର୍ଘ ୪୫ ବର୍ଷ ଦରି ଆଇଟି କ୍ଷେତ୍ରରେ ହେଉଥବା ପରିବର୍ତନ ସହିତ ନିଜକୁ ବିକଶିତ କରିବା ଜାରି ରଖିଛି ଓ ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ ନିଜକୁ ପ୍ରମାଣିତ କରିପାରିଛି । ଏହା ୧୯୭୬ ଠାରୁ ପ୍ରଯୁକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା ସହିତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ତାଙ୍କର କ୍ୟାରିୟର ମଧ୍ୟରେ ସେ ବୁଝିଛନ୍ତି ଯେ ଏକ ଅନୁଷ୍ଠାନର ସଫଳତା ପାଇଁ ଫଳାଫଳ ଅଭିମୁଖୀ ସହଭାଗୀତା ଓ ନୂତନ ଜ୍ଞାନର ଆବଶ୍ୟକତା ରହିଛି । ଜଣେ ସଫଳ ଉଦ୍ୟୋଗୀ ହେବା ସହିତ, ଶ୍ରୀଯୁକ୍ତ ନାଦାର ଶିବ ନାଦାର ଫାଉଣ୍ଡେସନ ମାଧ୍ୟମରେ ୧.୧ ବିଲିୟନ ୟୁଏସ୍ ଡଲାରର ନିବେଶ କରିଛନ୍ତି ଓ ଏହା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ଅନେକ ପରୋପକାରୀ ପଦକ୍ଷେପ ଗ୍ରହଣ କରାଯାଉଛି । ଶିବ ନାଦାର ଫାଉଣ୍ଡେସନର ପ୍ରଚେଷ୍ଟା ମାଧ୍ୟମରେ ଅନେକ ଦୁର୍ଗମ ଅଂଚଳରୁ ଆସିଥିବା ପିଲାମାନେ ଶିକ୍ଷା ଗ୍ରହଣର ସୁବିଧା ଲାଭ କରିବା ସହିତ ସେମାନଙ୍କର ସ୍ୱପ୍ନକୁ ଭାରତରେ ଓ ଅନ୍ୟ ଦେଶରେ ସାକାର କରୁଛନ୍ତି ।
ଏହି ପୁରସ୍କାର ଗ୍ରହଣ କରିବା ଅବସରରେ, ଶ୍ରୀଯୁକ୍ତ ଶିବ ନାଦାର କହିଛନ୍ତି ଯେ, “୪୭ ବର୍ଷ ପୂର୍ବେ ମୁଁ ଏହି ଯାତ୍ରାକୁ ଆରମ୍ଭ କରିଥିଲି ଯେତେବେଳେ ଏଚସିଏଲ୍ ର ପ୍ରତିଷ୍ଠା କରାଯାଇଥିଲା ଏବଂ ଏହି ପୁରସ୍କାର ଗ୍ରହଣ କରିବାର ସୁଯୋଗ ମିଳିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଆଜି ଏଚସିଏଲ୍ ଟେକ୍ ହେଉଛି ବିଶ୍ୱର ଟପ୍ ଟେକ୍ନୋଲୋଜି କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ ଯାହା ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛି । ଏଚସିଏଲ୍ ର ନିର୍ମାଣ କ୍ଷେତ୍ରରେ ମୋର ଯାତ୍ରା ସମୟରେ, ଆମେ ମଧ୍ୟ ଅନୁଭବ କଲୁ ଯେ ଭବିଷ୍ୟତ ପାଇଁ ଆମର ଲିଡର ଓ ଇନୋଭେଟରଙ୍କର ଆବଶ୍ୟକତା ରହିଛି । ଏହି ବିଶ୍ୱାସର ସହିତ ଓ ମୋର ମାଙ୍କର ପ୍ରୋତ୍ସାହନ ଦ୍ୱାରା, ମୁଁ ମୋର ଲୋକ ଉପକାର କାର୍ଯ୍ୟ ଶିବ ନାଦାର ଫାଉଣ୍ଡେସନ ମାଧ୍ୟମରେ ଆରମ୍ଭ କଲି । ଏହି ଫାଉଣ୍ଡେସନ ଅନ୍ତର୍ଗତ ଥିବା ଶିକ୍ଷା ଅନୁଷ୍ଠାନରେ ଯୁବ ନେତୃତ୍ୱଧାରୀମାନଙ୍କୁ ସୃଷ୍ଟି କରିବାରେ ଧ୍ୟାନ ପ୍ରଦାନ କରୁଛି ଯଦ୍ୱାରା ସେମାନେ ଅନେକ ଲୋକଙ୍କ ଜୀବନରେ ସକାରତ୍ମକ ପ୍ରଭାବ ପକାଇ ପାରିବେ । ମୁଁ ଆଶା କରୁଛି ଏହି ପୁରସ୍କାର ଅନେକ ଯୁବକଙ୍କୁ ଉଦ୍ୟୋଗୀ ହେବା ପାଇଁ ତଥା ସମାଜ ପାଇଁ କିଛି କରିବା ପାଇଁ ପ୍ରେରଣା ଯୋଗାଇବ ।”
ଡା. ମୁକେଶ ଅଘି, ପ୍ରେସିଡେଂଟ ଓ ସିଇଓ, ୟୁଏସଆଇଏସପିଏଫ୍ କହିଛନ୍ତି ଯେ, “ମୁଁ ଶିବ ନାଦାର ଓ ଏଚସିଏଲ୍ ଗ୍ରୁପ୍ ନିକଟରେ ସେମାନଙ୍କର କାର୍ଯ୍ୟ ପ୍ରତି ନିଷ୍ଠା ଓ ପ୍ରତିଶ୍ରୁତିବଦ୍ଧତା ପାଇଁ ବହୁତ କୃତଜ୍ଞ । ଏହା ମାଧ୍ୟମରେ ଉଭୟ ୟୁଏସ୍ ଓ ଭାରତରେ ସମନ୍ୱିତ ଓ ବିକାଶ ଓ ସାମାଜିକ ଉନ୍ନତି ସମ୍ଭବ ହୋଇ ପାରିଛି । ଶିବ ବାସ୍ତବରେ ଜଣେ ଗ୍ଲୋବଲ୍ ଷ୍ଟେଟ୍ସମ୍ୟାନ୍ ଓ ତାଙ୍କର ବଳିଷ୍ଠ ଅବଦାନ ହେତୁ ୟୁଏସ୍ ଓ ଭାରତ ମିଳିତ ଭାବରେ କାମ କରୁଛନ୍ତି । ଏହା ସହିତ ଉଭୟ ଦେଶର ନାଗରିକମାନଙ୍କର ଭବିଷ୍ୟତ ପାଇଁ ତାଙ୍କର କାର୍ଯ୍ୟ ବାସ୍ତବରେ ପ୍ରଶଂସନୀୟ ।”