ହେଡଲାଇନସ୍:

ସର୍ବୋଦୟ ନେତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ପତିି ଜୟକିରଣ ସମ୍ମାନରେ ଭୂଷିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଭୂଦାନ ଆନ୍ଦୋଳନ ସହ ଜଡ଼ିତ ସର୍ବୋଦୟ ନେତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ପତିଙ୍କୁ ଜୟକିରଣ ସମ୍ମାନ-୨୦୨୨ରେ ଭୂଷିତ କରାଯାଇଛି । ସେହିଭଳି ସ୍ୱନାମଧନ୍ୟ ଓଡ଼ିଶୀ ନୃତ୍ୟଗୁରୁ ଶ୍ରୀ ରତିକାନ୍ତ ମହାପାତ୍ରଙ୍କୁ ଗୁରୁ ଗଂଗାଧର ପ୍ରଧାନ ସମ୍ମାନ-୨୦୨୨ ଏବଂ ମର୍ଦ୍ଦଳ ଗୁରୁ ଓ ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଶ୍ରୀ ସଚ୍ଚିଦାନନ୍ଦ ଦାସଙ୍କୁ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ସମ୍ମାନ-୨୦୨୨ରେ ଜୟକିରଣ ଟ୍ରଷ୍ଟ ପକ୍ଷରୁ ସମ୍ମାନିତ କରାଯାଇଛି । ଜୟକିରଣ ଟ୍ରଷ୍ଟ ସମ୍ମାନ ପ୍ରଦାନ ଉତ୍ସବରେ ଏହି ୩ ଜଣ ପ୍ରଥିତଯଶା ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କରି ନିଜକୁ ଧନ୍ୟ ମନେ କରୁଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମତପ୍ରକାଶ କରିଛନ୍ତି ।
ଜୟକିରଣ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଏକାଦଶ ‘ଜୟକିରଣ ସମ୍ମାନ’ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ନାୟକ ଟ୍ରଷ୍ଟ ସହ ସଂପୃକ୍ତ ସମସ୍ତଙ୍କୁ ଓ ସମ୍ବର୍ଦ୍ଧିତ ହେଉଥିବା ପ୍ରତିଭାବାନ ବ୍ୟକ୍ତିତ୍ୱମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଆନ୍ତରିକ ଅଭିନନ୍ଦନ ଜଣାଇ କହିଲେ ଯେ ୧୧ ବର୍ଷ ତଳେ ପ୍ରତିଷ୍ଠା ପାଇଥିଲା ଜୟକିରଣ ଟ୍ରଷ୍ଟ । ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ବିଧାୟକ ସ୍ୱର୍ଗତ ଜୟକୃଷ୍ଣ ମହାନ୍ତି ଓ ତାଙ୍କ ସହଧର୍ମିଣୀ କିରଣଲେଖା ମହାନ୍ତିଙ୍କ ନାମରେ ଗଠିତ ଏହି ଟ୍ରଷ୍ଟ ସେମାନଙ୍କ ଅମ୍ଳାନ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ସହ ସମାଜ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିପାରିଛି ।
ମନ୍ତ୍ରୀ ଶ୍ରୀ ନାୟକ କହିଲେ ଯେ ଜୟକୃଷ୍ଣ ମହାନ୍ତି ଥିଲେ ଜଣେ ସମର୍ପିତ ବ୍ୟକ୍ତିତ୍ୱ । ୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନରେ ଯୋଗଦେଇ କଟକ ଓ ବ୍ରହ୍ମପୁର ଜେଲରେ କାରାବରଣ କରିଥିଲେ । ୧୯୪୬ ଓ ୧୯୫୨ ମସିହାରେ ଅବିଭକ୍ତ କାକଟପୁର ଓ ପିପିଲି ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହେବା ତାଙ୍କ ଜନପି୍ରୟତାର ନିଦର୍ଶନ ଥିଲା । ରାଜ୍ୟ ଖଦୀ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି, ରାଜ୍ୟ ଭୂଦାନ ଯଜ୍ଞ ସମିତିର ସଭାପତି, ଉତ୍କଳ ନବଜୀବନ ମଣ୍ଡଳର ସମ୍ପାଦକ, ଉତ୍କଳ ସର୍ବୋଦୟ ମଣ୍ଡଳ ସମ୍ପାଦକ, ଗାନ୍ଧୀ ସ୍ମାରକନିଧିର ସଭ୍ୟ, ଚିନ୍ତାମଣି ପାଣିଗ୍ରାହୀ ସ୍ମୃତି ସମ୍ମାନରେ ସମ୍ମାନିତ, ଜ୍ଞାନମଣ୍ଡଳ ଫାଉଣ୍ଡେସନ ତରଫରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସମ୍ମାନରେ ଭୂଷିତ, ଆଚାର୍ଯ୍ୟ ହରିହର ଓ ଗୋପବନ୍ଧୁ ଚୌଧୁରୀ ସ୍ମାରକୀ ସମ୍ମାନ ପ୍ରାପ୍ତ ଜୟକୃଷ୍ଣ ମହାନ୍ତି ଥିଲେ ଜଣେ ଭିନ୍ନ ମଣିଷ । ତାଙ୍କ ପନିୀ କିରଣଲେଖା ମହାନ୍ତି ୧୯୪୨ରେ କଟକ ଜେଲରେ କାରାବରଣ, ମାଳତୀ ଦେବୀ ଚୌଧୁରୀଙ୍କ ଦ୍ୱାରା ପ୍ରତିଷ୍ଠିତ ବାଜି ରାଉତ ଛାତ୍ରାବାସର ଦାୟିତ୍ୱ ଗ୍ରହଣ, ପିପିଲି ନିର୍ବାଚନ ମଣ୍ଡଳୀର ବିଧାୟିକା, ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ସଦସ୍ୟା, ମାଳତୀ ଦେବୀ-ନବକୃଷ୍ଣ ଚୌଧୁରୀ ଟ୍ରଷ୍ଟ, କସ୍ତୁରବା ଟ୍ରଷ୍ଟ ଇତ୍ୟାଦି ସାମାଜିକ ଅନୁଷ୍ଠାନ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲେ । ଜୟକୃଷ୍ଣ ମହାନ୍ତି ଓ କିରଣଲେଖା ମହାନ୍ତିଙ୍କ ତ୍ୟାଗପୂତ ଜୀବନାଦର୍ଶ ଦ୍ୱାରା ଅନୁପ୍ରେରିତ ଜୟକିରଣ ଟ୍ରଷ୍ଟ ବହୁବିଧ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ସହ ଜଡ଼ିତ ରହି ଜନସାଧାରଣଙ୍କ ସେବା କରି ଆସିଛି । ଖଦୀ ଓ ଗ୍ରାମ୍ୟ ଶିଳ୍ପର ପ୍ରସାର, ମଦମୁକ୍ତି ଅଭିଯାନ, ଓଡ଼ିଶାର ମହାନ କଳା, ସଂସ୍କୃତି ଓ ପରମ୍ପରାର ଉତ୍କର୍ଷ, ମହିଳା ସଶକ୍ତିକରଣ ଓ ସାମାଜିକ ଉତ୍ତରଦାୟିତ୍ୱର ଅନୁପାଳନ କାର୍ଯ୍ୟ ଜୟକିରଣ ଟ୍ରଷ୍ଟ ନିରବଚ୍ଛିନ୍ନ ଭାବେ ସମାହିତ କରି ଆସିଛି । ଗାନ୍ଧୀ ଦର୍ଶନ ଓ ବିଚାରଧାରାର ପ୍ରଚାର ଓ ପ୍ରସାର ସହ ଜୟକିରଣ ଟ୍ରଷ୍ଟ ତୃଣମୂଳ ସ୍ତରକୁ ଯାଇ ଜନକଲ୍ୟାଣ କାର୍ଯ୍ୟରେ ବ୍ରତୀ ରହୁ ଓ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦିତ କରିଥିବା ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରୁ ବୋଲି ମନ୍ତ୍ରୀ ଶ୍ରୀ ନାୟକ କାମନା କରିଥିଲେ ।
ଜୟକିରଣ ଟ୍ରଷ୍ଟର ସଂପାଦିକା ସୁମିତ୍ରା ଜେନା ସ୍ୱାଗତ ଭାଷଣ ଦେଇଥିଲେ । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା ଶ୍ରୀମତୀ କସ୍ତୁରୀ ମହାପାତ୍ର, ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ମିନତି ବେହେରା, ଭୁବନେଶ୍ୱର ମହାନଗର ନିଗମର ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦାଶ, ଗାନ୍ଧୀ ଚେତନାର ବିଶିଷ୍ଟ ପ୍ରବକ୍ତା ଶ୍ରୀ ପ୍ରହ୍ଲାଦ ସିହ୍ନା ଏହି ସମ୍ମାନ ପ୍ରଦାନ ଉତ୍ସବରେ ଯୋଗଦେଇ ଜୟକୃଷ୍ଣ ମହାନ୍ତି ଓ କିରଣଲେଖା ମହାନ୍ତିଙ୍କ ଜୀବନାଦର୍ଶ ଏବଂ ଟ୍ରଷ୍ଟର ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିଥିଲେ ।
ପ୍ରାରମ୍ଭରୁ ଗୁରୁ ସୁଶାନ୍ତ କୁମାର ପଣ୍ଡା ଓ ସାଥୀ କଳାକାରମାନେ ଦେଶଭକ୍ତି ସଂଗୀତ ପରିବେଷଣ କରିଥିଲେ । ପରେ ଗୁରୁ ପଣ୍ଡିତ କୈଳାଶ ଚନ୍ଦ୍ର ପାତ୍ରଙ୍କ ‘ଦ ଷ୍ଟି୍ରଙ୍ଗ୍‌ସ’ ଉତ୍ସବର ମୁଖ୍ୟ ଆକର୍ଷଣ ରୂପେ ଦର୍ଶକମାନଙ୍କ ମନକୁ ମୋହିନେଇଥିଲା ।

0
0
0
s2sdefault