ମେଲଛାମୁଣ୍ଡା(ମନୋଜ ଭୋଇ)-ପଦ୍ମପୁର ଉପଖଣ୍ଡସ୍ତରୀୟ ଯାଦବ ସାଂସ୍କୃତିକ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପଦ୍ମପୁର ଗୋରୁବଜାର ପ୍ରାଙ୍ଗଣରେ ରବିବାର ଦିନ ଜିଲ୍ଳା ସାମାଜିକ ଆଇନ ପରାମର୍ଶଦାତା ଅମୃତଲାଲ ବନଛୋରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଜିଲ୍ଳା ସଭାପତୀ ରାଜୁ ଘିଭେଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାର୍ଗଦର୍ଶନ ଦେଇଥିବା ବେଳେ ପଦ୍ମପୁର ବ୍ଳକ ସଭାପତୀ କେଶବ ଜାଲ ବୈଠକଟିକୁ ପରିଚାଳନା କରିଥିଲେ । ଝାରବନ୍ଧ ବ୍ଳକ ସଭାପତୀ ଦୃବଚରଣ ହାତୀ, ପଦ୍ମପୁର ଏନଏସି ସଭାପତୀ ଗଙ୍ଗାଧର ଚିରଗୁନ, ବିଜେପୁର ବ୍ଳକ ସଭାପତୀ ଝସକେତନ ବଗର୍ତି, ଜିଲ୍ଳା ୟୁଥ କୋଷାଧ୍ୟକ୍ଷ ଫଗୁନୁ ବାଗ, ଜିଲ୍ଳା କୋଷାଧ୍ୟକ୍ଷ ମୋହନ ବନଛୋର, ବିଜେପୁର ଏନଏସି ସଭାପତୀ ସାହେବ କୁଦେଇ, ଧନମାଲି ହାତୀ, ଚୌବନ ବନଛୋର, ଭାଗବତିଆ ଛଚ୍ଛର, ବାଲକୃଷ୍ଣ ପୋଢ, ଧନପତି ବଗର୍ତି, ଧନେଶ୍ୱର ପୋଢ, ବିପିନ ଅଦାବର, ପଦ୍ମପୁର ବ୍ଳକ ଆଇନ ପରାମର୍ଶଦାତା ମନୋଜ କୁମାର ଭୋଇ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକରେ ସାଙ୍ଗଠାନିକ ଆଲୋଚନା କରିବା ସହ ଉପଖଣ୍ଡସ୍ତରୀୟ କମିଟି ଗଠନ କରାଯାଇଥିଲା ।
ଏଥିରେ ସର୍ବସମ୍ମତୀ କ୍ରମେ କେଶବ ଜାଲଙ୍କୁ ଉପଖଣ୍ଡ ସ୍ତରୀୟ ସଭାପତୀ ଭାବେ ମନୋନୀତ କରାଯାଇଥିଲା । ଏହାସହ ଝାରବନ୍ଧ ବ୍ଳକରୁ ସାଇଧର ପାଣ୍ଡେ ଓ ଦେବାର୍ଚ୍ଚନ ବାଗ, ଗାଇସିଲେଟ ବ୍ଳକରୁ ଚନ୍ଦ୍ରମଣି ଷାଣ୍ଢ ଓ ଫଗୁନୁଚରଣ ବାଗ, ବିଜେପୁର ବ୍ଳକରୁ ଉଦ୍ଧବ ଭୋଇ ଓ ମାଷ୍ଟର ବାଗ, ସୋହେଲା ବ୍ଳକରୁ ଶରତ ବାଗ ଓ ବିଜୟ କାଣ୍ଡ, ପଦ୍ମପୁର ବ୍ଳକରୁ ମନୋଜ କୁମାର ଭୋଇ ଓ ଓମପ୍ରକାଶ ଭୋଇ, ପଦ୍ମପୁର ଏନଏସିରୁ ଓମପ୍ରକାଶ ବାଗ ଓ ଗୋପାଲ ଷାଣ୍ଢ, ବିଜେପୁର ଏନଏସିରୁ ରାଜୁ ଅଦାବର ଓ ଦିବ୍ୟ କିଶୋର ବାଗ ପ୍ରମୁଖ ସକ୍ରିୟ ସଦସ୍ୟଙ୍କୁ ନେଇ ଉପସ୍ତରୀୟ କମିଟି ଗଠିତ ହୋଇଯାଇଛି । ସଭାରେ ସମସ୍ତ ବ୍ଳକ ସ୍ତରୀୟ ପୂର୍ଣ୍ଣଙ୍ଗ କମିଟି ଗଠନ, ଯାଦବ ଭବନ ନିର୍ମାଣ, ଉପଖଣ୍ଡ ସ୍ତରୀୟ ଯାଦବ ମହାସଭା ଆୟୋଜନ, ଯାଦବ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଉନ୍ନତି ଉପରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମ ସବୁକୁ ଯୁଧିଷ୍ଠିର ସାଗରିଆ, ଗଣ ବଗର୍ତି, ଖଗେଶ୍ୱର ବାଗ, ଲକ୍ଷ୍ମଣ ଯୁଆଡି, ନିରାକାର ଜାଲ, ଜଲନ୍ଧର ବାଗ, କୁନୁ ବାଗ, ଜୟ ବାଗ, ଆର୍ତତ୍ରାଣ ପାଣ୍ଡେ, ଅମିତ ଘିଭେଲା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପଦ୍ମପୁର ବ୍ଳକ ସଂପାଦକ ଚିତରଂଜନ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ ।