ହେଡଲାଇନସ୍:

ଏବେ ବେପାର ମାନ୍ଦା। : କେମିତି ଚଳିବେ, ଚିନ୍ତା ରେକୁମ୍ଭକାରଙ୍କ ପରିବାର

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପ୍ରଦୀପ ଦଲାଇ ଙ୍କ ରିପୋର୍ଟ// ପୂର୍ବଭଳି ଆଉ ମାଟିଦୀପର ଏବେ ବେପାର ନାହିଁ। ଯାହାଫଳରେ କୁମ୍ଭକାରଙ୍କ ପରିବାର ଚିନ୍ତା ରେ ଥିବା ଦେଖିବା କୁ ମିଳିଛି। କେବଳ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ କିଛି କୁମ୍ଭକାର ପରିବାର ମାଟି ଦୀପ ନିର୍ମାଣ କରୁଥିବା ଜଣା ପଡ଼ିଛି । ଚାଇନା ଦୀପ ସହ ଡିଜାଇନ ଦୀପ, ଏଲଇଡି ଲାଇଟ ସହ ମହମବତୀ ଏବେ ଦୀପର ସ୍ଥାନ ନେଇଛି । ଲୋକେ ଦୀପ ପ୍ରତି ମୁହଁ ଫେରାଇ ନେଉଛନ୍ତି । ଗତ କିଛିବର୍ଷ ହେଲା ବଜାରରେ ମାଟି ଦୀପର ଚାହିଦା କମି କମି ଚାଲିଛି ବୋଲି କୁମ୍ଭକାର ମାନେ କହିଛନ୍ତି ।
ଏ ହେଉଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ର ମଥୁରାନଗର ରେ ବସବାସ କରୁଥିବା କିଛି କୁମ୍ଭକାର, ଏହି ସମୟରେ ସେ ଦୀପ ବ୍ୟବସାୟ କରି ବେଶ ଭଲ ରୋଜଗାର କରିଥାନ୍ତି । କିନ୍ତୁ କିଛି ବର୍ଷ ହେଲା ଦୀପର ଚାହିଦା କମିବା ଯୋଗୁଁ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ହୋଇଛି । ବଜାରରେ ଯେବେ ଠାରୁ ଚାଇନା ଦୀପ, ରଙ୍ଗୀନ ଏଲଇଡି ଉପଲବ୍ଧ ହେଲା ସେବେଠାରୁ ବେପାର ବୁଡିଛି । ସହରରେ ଏବେ ସୁନ୍ଦର ଅଟ୍ଟାଳିକା ସହିତ ମାର୍ବଲ ଓ ଟାଇଲସ ଚଟାଣ ଯୋଗୁଁ ଲୋକେ ଦୀପ ବଦଳରେ ମହମବତୀ ନେଇ କାମ ଚଲାଉଛନ୍ତି । ଆଉ କେତକ ତେଲ ଦର ଅଧିକା ଥିବାରୁ ମାଟି ଦୀପ ଜଳିବା କଷ୍ଟ ବୋଲି କୁହନ୍ତି । ତେଣୁ ମାଟିଦୀପ ପ୍ରତି ଲୋକେ ମୁହଁ ଫେରାଇ ନେଲେଣି । କେବଳ ବିଧି ରକ୍ଷା କରିବା ପାଇଁ ତୁଳସୀ ଚଉରା ମୂଳରେ ମାଟି ଦୀପ ଜାଳୁଛନ୍ତି । ତେଣୁ ଦୀପ ତିଆରି କରୁଛୁ ଓ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛୁ । ଲୋକେ ଆଧୁନିକ ଆଡକୁ ଯାଉଥିବା ବେଳେ ପରମ୍ପରାକୁ ଭୁଲି ଯାଉଛନ୍ତି । ଓଡ଼ିଆ ପରମ୍ପରା ଅନୁଯାୟୀ ମାଟି ଦୀପ ଜାଳିବାର ଵିଧି ରହିଛି କିନ୍ତୁ ଆଧୁନିକତା ଭିତରେ ଏସବୁକୁ ଲୋକେ ଏବେ ଭୁଲି ଗଲେଣି ।ଦୀପାବଳି ସମୟରେ ଲକ୍ଷେରୁ ଦେଢ ଲକ୍ଷ ଟଙ୍କା ପୂର୍ବରୁ ଦୀପ ବ୍ୟବସାୟ ହେଉଥିଲା । ଏବେ ୧୦ ହଜାର ଟଙ୍କା ବ୍ୟବସାୟ ହେବା କଷ୍ଟ ହୋଇପଡୁଛି । ବର୍ତ୍ତମାନ ଗାଁ ଗାଁ ବୁଲି ଦୀପ ବିକ୍ରୀ କରିବାକୁ ପଡୁଛି । ଯଦି ସରକାର କିଛି ପ୍ରୋତ୍ସାହନ ଯୋଗାଇ ଦିଅନ୍ତେ ତେବେ କୁମ୍ଭକାର ବୃତ୍ତି ବଞ୍ଚିବା ସହିତ ଦୀପର ଚାହିଦା ବଢନ୍ତା ବୋଲି କିଛି କୁମ୍ଭକାର କହିଛନ୍ତି ।

0
0
0
s2sdefault