ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହରେ ବିଶ୍ବ ସ୍ତରୀୟ ଆୟୋଡିନ ଅଭାବନୀତ ରୋଗ ନିରାକରଣ ସଚେତନତା ଦିବସ ପାଳିତ ହୋଇଯାଇଛି l ଆୟୋଡିନ ଅଭାବ ହେଲେ ଶରୀରରେ କଣ ସବୁ ରୋଗ ଦେଖାଯାଇଥାଏ ଏବଂ ଏହି ଆଇଓଡିନ କେଉଁଥରୁ ମିଳେ ସେ ବିଷୟରେ ବିଷେଶଜ୍ଞମାନେ ପରାମର୍ଶ ଦେଇଥିଲେ l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଆୟୋଡିନ ଅଭାବନୀତ ରୋଗ ନିରାକରଣ ଦିବସ ପାଳିତ ହୋଇଥିଲା l ସଭାରେ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ନିଜ ଅଭିଭାଷଣରେ ଏହା ଏକ ମାଇକ୍ରୋ ନିଉଟ୍ରିଏଣ୍ଟ ଓ ଶରୀରରେ ଏହାର ଆବଶ୍ୟକତା ରହିଛି l ଏହି ଆବଶ୍ୟକତା ପୂର୍ଣ୍ଣ ନିମନ୍ତେ ଆୟୋଡାଇଜ ଲୁଣ ବ୍ୟବହାର କରିବା ଦ୍ୱାରା ସହଜରେ ମିଳିଥାଏ l ତେଣୁ ଆମେ ସଚେତନତା ବ୍ୟାପକ ଭାବରେ କରିବା ଯେମିତି କି ସମସ୍ତେ ଆୟୋଡାଇଜ ଲୁଣ ବ୍ୟବହାର କରିବେ ଏବଂ ଏହାକୁ ପରୀକ୍ଷା କରିବାର ସହଜ ଉପାୟ ହେଲା ଏଥିରେ ଲେମ୍ବୁ ଚୂପୁଡ଼ିଲେ ବାଇଗଣୀ ରଙ୍ଗ ହୋଇଥାଏ l ଲୁଣ ପ୍ୟାକେଟ ଖୋଲିଲା ପରେ ବନ୍ଦ ରଖିବା ଉଚିତ, ନଚେତ ଏଥିରେ ପବନ ବାଜିଲେ ଆୟୋଡିନ ନଷ୍ଟ ହୋଇଯାଇଥାଏ ଇତ୍ୟାଦି ଆଲୋଚନା କରିଥିଲେ l ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ଶତ୍ରୁଘ୍ନ ଦାଶ ନିଜ ଅଭିଭାଷଣରେ ଏହି ଆୟୋଡିନ ସମୁଦ୍ର ମାଛରେ ପ୍ରଚୁର ପରିମାଣରେ ମିଳେ ଓ ଲୁଣରେ ମିଳେ ବୋଲି ଲୋକମାନେ ଜାଣିବା ଆବଶ୍ୟକ l ସବୁ ଲୁଣ ଆୟୋଡିନ ଯୁକ୍ତ ହେବା ଉଚିତ ସରକାରଙ୍କ ନିୟମ ଅଛି l ଭାରତରେ ପ୍ରତି ବ୍ୟକ୍ତି ଦୈନିକ ହାରାହାରି ୧୦ ଗ୍ରାମ ଲୁଣ ବ୍ୟବହାର କରିଥାନ୍ତି l ଶାରୀରିକ, ମାନସିକ ଓ ଥାଇରଏଡ଼ ହରମୋନ ଉପାଦାନ ପାଇଁ ଆୟୋଡିନର ଆବଶ୍ୟକତା ଥାଏ ଆଜି ଆଲୋଚନା କରିଥିଲେ l ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ନିମାଇଁ ଚରଣ ନାୟକ ଏହି ଆଇଓଡିନର ଅଭାବ ହେଲେ ଶରୀରରେ ବିଭିନ୍ନ ସମସ୍ୟା ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ ଯେ ଏହାର ଅଭାବରେ ଶାରିରୀକ ଓ ମାନସିକ ବିକାଶ ହ୍ରାସ ପାଏ । ପ୍ରଜନନ କ୍ଷମତା ହ୍ରାସ ପାଏ, ଯଦ୍ବାରା ଗର୍ଭପାତ ହୁଏ, କମ ଓଜନର ଶିଶୁ ଓ ମୃତ ଶିଶୁ ଜନ୍ମ ହେବାର ଆଶଙ୍କା ବୃଦ୍ଧି ପାଏ l କ୍ରେଟିନୀଜମ ନାମକ ରୋଗ ଦେଖା ଦିଏ ଯାହାର ଲକ୍ଷଣ ସବୁ ଯଥା :
ମୁକ ବଧିରତା,ବକ୍ର ଦୃଷ୍ଟି, ପ୍ରଖ୍ୟାଘାତ ଗେଡା ହେବା, ଗଳଗଣ୍ଡ ଇତ୍ୟାଦି ରୋଗ ଦେଖାଯାଏ ବୋଲି ଅବଗତ କରାଇଥିଲେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଡ଼ଃ. ରଶ୍ମିରଂଜନ ପଟ୍ଟନାୟକ ନିଜର ବକ୍ତବ୍ୟ ରଖିଥିଲେ ଯେ ଜଳ ବାୟୁ ପରିବର୍ତ୍ତନ, ଜଙ୍ଗଲ ଲୋପ, ବନ୍ୟ, ଜଳ, ମୃତ୍ତିକା ଇତ୍ୟାଦି ଯୋଗୁ ମଧ୍ୟ ଆୟୋଡିନ ଧୀରେ ଧୀରେ ପରିବେଶରେ ଅଭାବ ହୋଇଥାଏ । ଲୁଣରେ ସହଜରେ ଆଇଓଡିନ ମିଳିଥାଏ, ତେଣୁ ହସିଲା ସୂର୍ଯ୍ୟର ଲୋଗୋ ଆଇଓଡାଇଜି ଲୁଣର ବ୍ରାଣ୍ଡ ଦେଖି କିଣନ୍ତୁ ବ୍ୟବହାର ନିଜେ କରନ୍ତୁ ଓ ସମସ୍ତଙ୍କୁ ବ୍ୟବହାର କରିବାକୁ ସଚେତନ କରନ୍ତୁ, ଅବଗତ କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ସଚେତନତା ନିମନ୍ତେ ପୋଷ୍ଟର ଲିପ୍ଲେଟ ଓ ଅନ୍ୟାନ୍ୟ ପ୍ରିଣ୍ଟ ମ୍ୟାଟେରିଆଲ କେଉଁ ସ୍ଥାନରେ ବ୍ୟବହାର କରି ସଚେତନତା କରିବେ ସେ ବିଷୟରେ ଅବଗତ କରାଇଥିଲେ l ଉକ୍ତ ସଭାରେ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ପ୍ରମୋଦ କୁମାର ବାରିକ, ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର, ଏପିଡେମିଓ ଲୋଜିଷ୍ଟ ଡ଼ଃ. ଅଶୋକ କୁମାର ସାହୁ ଫୁଡ ସେଫଟି ଅଫିସର ପାରାଦ୍ୱୀପ ଏବଂ ଜଗତସିଂହପୁର, ଆସିଷ୍ଟାଣ୍ଟ ମ୍ୟାନେଜର ବନିତା ଦାଶ, ମହିମା ଏବଂ ନାରାୟଣୀ ନର୍ସିଂ ସ୍କୁଲର ପ୍ରିନିସିପାଲ ଓ ଛାତ୍ରଛାତ୍ରୀ, ମିଡ଼ିଆ ବନ୍ଧୁମାନେ, ଆଶାକର୍ମୀମାନେ, ଲୁଣ ବିକ୍ରେତାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଶତ୍ରୁଘନ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ବିଶ୍ୱ ସ୍ତରୀୟ ଆୟୋଡିନ ଅଭାବନିତ ରୋଗ ନିରାକରଣ ସଚେତନତା ଦିବସ ପାଳନ
- Hits: 325