ହେଡଲାଇନସ୍:

କଟକ ରେ ଖୋଲିଲା ବାର୍ବିକ୍ୟୁ ନେସନ୍‌ର ଆଉଟ୍‌ଲେଟ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ- ବାର୍ବିକ୍ୟୁ ନେସନ୍‌ର ପ୍ରଥମ ଆଉଟ୍‌ଲେଟ୍ କଟକ ଠାରେ ଉଦ୍‌ଘାଟିତ ହୋଇଯାଇଛି । ୪୨୫୦ ବର୍ଗଫୁଟ୍ ରେ ବିସ୍ତୃତ ଏହି ଆଉଟ୍‌ଲେଟ୍‌ରେ ୧୮୦ଟି ସିଟ୍ ରହିଛି । ଏହି ସ୍ଥାନଟି କର୍ପୋରେଟ୍ ଲଚଂ ଏବଂ ପରିବାର ସହିତ ସମୟ ବିତାଇବାକୁ ସର୍ବୋତ୍କୃଷ୍ଟ ସ୍ଥାନ । ଏହାର ଇନ୍ଟେରିଅର ଭାଇବ୍ରାନ୍ଟ୍ ଏବଂ ଟ୍ରେଣ୍ଡି ରହିଛି । ବାର୍ବିକ୍ୟୁ ନେସନ୍‌ର ଏସିସ୍ଟାନ୍ଟ ରିଜିଓନାଲ ମ୍ୟାନେଜର୍ ତଉସିଫ ଏହମଦ, ପାତ୍ରପଡା ଆଉଟଲେଟ୍‌ର ସା ଆଲାମ୍ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଏହି ଆଉଟ୍‌ଲେଟ୍‌ର ଶୁଭାରମ୍ଭ ହୋଇଥିଲା ।
ଏହି ଅବସରରେ ବାର୍ବିକ୍ୟୁ ନେସନ୍ ହସ୍ପିଟାଲିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଫେଜ୍ ଅଜିମ୍ କହିଛନ୍ତି, କଟକଠାରେ ଏହାର ଆଉଟ୍‌ଲେଟ୍ ଲଚଂ ହେବାରୁ ମୁଁ ବହୁତ ଖୁସି ଅଛି । ଗ୍ରାହକମାନଙ୍କୁ ଏହାର ପରିବେଶ ଅତ୍ୟନ୍ତ ଉତ୍ସାହିତ କରିବ । ଗ୍ରାହକମାନେ ଏଠାରୁ କେବେ ନିରାଶ ହୋଇ ଯିବେ ନାହିଁ । ୬ ବର୍ଷରୁ କମ୍ ଶିଶୁମାନଙ୍କ ପାଇଁ ମାଗଣା ଖାଦ୍ୟର ବ୍ୟବସ୍ଥା ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ରିହାତି ରହିଛି, ସେମାନେ ନିଜ ଆଇ-କାର୍ଡ ଦେଖାଇ ଏହାର ସୁବିଧା ପାଇ ପାରିବେ । ସମଗ୍ର ଭାରତରେ ବାର୍ବିକ୍ୟୁ ନେସନ୍‌ର ୨୦୦ଟି ଆଉଟ୍‌ଲେଟ୍ ଅଛି ।
ବାର୍ବିକ୍ୟୁ ନେସନ ଏହାର ବୁଫେଟ୍‌ରେ ଆମିଷ ଏବଂ ନିରାମିଷ ଖାଦ୍ୟରେ ବିଭିନ୍ନ ପ୍ରକାରର ଖାଦ୍ୟ ଅନ୍ତର୍ଭୁକ୍ତ କରେ । ଯେପରି ଆମିଷ ଷ୍ଟାଟର୍‌ରେ ମେକ୍ସିକାନ୍ ଚିଲି ଗାର୍ଲିକ ଫିସ୍‌, ହଟ୍ ଗାର୍ଲିକ୍ ଚିକେନ୍ ୱିଙ୍ଗସ, ତନ୍ଦୁରି ଟାଙ୍ଗଡି, କଜନ ସିଖ୍ କବାବ, କୋଷ୍ଟାଲ୍ ବାର୍ବିକ୍ୟୁ ପ୍ରନ୍ସ୍ ଏବଂ ଆହୁରି ଅନେକ । ନିରାମିଷ ଖାଦ୍ୟରେ ରହିଛି କୁଟି-ମିର୍ଚକା ପନିର ଟିକା, ଓକ୍ ଟୋଷ୍ଟ ଶିଖ୍ କବାବ, ସବନମକେ ମାଟି ମସ୍ରୁମ, ପୁରି କବାବ, ଏବଂ ହନି ସେସ୍‌ମି ସିନାମନ୍ ପାଇନାପଲ ଏବଂ ଅନ୍ୟାନ୍ୟ । ଆମିଷ ଖାଦ୍ୟରେ ମେନ୍ କୋର୍ଷ ସେସନରେ ରହିଛି ଚିକେନ୍ ଦମ୍ ବିରିୟାନୀ, ରାଜସ୍ଥାନୀ ରେଡ୍ ମିଟ୍‌, ଦମ୍ କା ମୁର୍ଗ ଏବଂ ନିରାମିଷରେ ରହିଛି ପନିର ବଟର ମସାଲା, ମେଥି ମଟର ମଲାଇ, ଡାଲ-ଇ-ଦମ୍‌, ଏବଂ ଭେଜ୍ ଦମ୍ ବିରିୟାନୀ ଇତ୍ୟାଦି ଅନ୍ତର୍ଭୁକ୍ତ । ଲାଇଭ୍ କାଉନ୍ଟରରେ ଆମିଷ ଏବଂ ନିରାମିଷରେ ବିଭିନ୍ନ ପ୍ରକାରର ଅପ୍‌ସନ୍ ରହିଛି ଯେପରି ଚିଲି କ୍ରିସ୍ପି ପୁରି, ପାଲକ ଚାଟ୍‌, ମାର୍ଗରେଟା ପିଜା, କିମା ପାଓ ଏବଂ ଚିକେନ୍ ଶିଖ୍ । ଡେଜର୍ଟ ରେ ରହିଛି ଚକୋଲେଟ୍ ବ୍ରାଉନି, ରେଡ୍ ଭେଲ୍‌ବେଟ୍ ପେଷ୍ଟ୍ରି, ଅଙ୍ଗୁରି ଗୁଲାବ ଜାମୁନ, କେସରି ଫିରନ୍ ଇତ୍ୟାଦି । ଏହା ସହିତ ଗ୍ରାହକ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର କୁଲ୍ଫି ମଧ୍ୟ ରହିଛି ।

0
0
0
s2sdefault