ମାମଲା ଆପୋଷ ସମାଧାନର ସୁବିଧା ନେବାକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଙ୍କ ପକ୍ଷରୁ ସୂଚନା
ଭୁବନେଶ୍ଵର :ଆସନ୍ତା ନଭେମ୍ବର ୧୨ ତାରିଖ ଶନିବାର ଦିନ ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ଥିବା ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରର ଯଥା ଭୁବନେଶ୍ଵର,ଖୋର୍ଦ୍ଧା,ବ।ଣପୁର,ଜଟଣୀ, ଚିଲିକା ଓ ଗ୍ରାମ୍ୟ ନ୍ୟୟାଳୟ ଟାଙ୍ଗୀ ପରିସରରେ ରାଷ୍ଟ୍ରୀୟ ଲୋକଅଦ।ଲତ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧୀକରଣଙ୍କ ସଚିବ ସୌଦାମିନୀ ସିଂ ପ୍ରକାଶ କରିଛନ୍ତି । ଉକ୍ତ ଲୋକ ଅଦାଲତରେ ରଫା ଯୋଗ୍ୟ ଫୌଜଦାରୀ ମାମଲା,ଚେକ ବାଉନ୍ସ ମାମଲା,ବ୍ୟାଙ୍କ ଋଣ ଅନାଦେୟ ମାମଲା,ଗାଡି ମୋଟର ଦୁର୍ଘଟଣା ଜନିତ ମାମଲା,ଶ୍ରମ ବିବାଦମାମଲା,ଜଳ,ବିଦ୍ୟୁତ ଅନାଦେୟ ମାମଲା,ବୈବାହିକ ମାମଲା,ଜମି ଅଧିଗ୍ରହଣ,ଖାଉଟି ଚାକିରି ଏବଂ ଅବସର ସମ୍ବନ୍ଧୀୟ ମାମଲା,ରାଜସ୍ୱ , ଦେୱାନୀ ଓ ଅନ୍ୟାନ୍ୟ ଜନ ଉପଯୋଗୀ ମାମଲାମ।ନ ବିଭାଗୀୟ ଅଦାଲତରେ ଆଗତ କରାଯିବ । ଜନସାଧ।ରଣ ଯଦି ଏହିଭଳି ମାମଲାର ଅପୋଷ ସମାଧାନ ମାଧ୍ୟମରେ ଲୋକ ଅଦାଲତରେ ସମାଧାନ କରିବାକୁ ଚାହୁଛନ୍ତି,ସେମାନେ ଅଦାଲତର ଆଗୁଆ ଦ୍ଵାରସ୍ଥ ହୋଇ ଏହାର ଫଇସଲା କରିପାରିବେ ବୋଲି ସଚିବ ପ୍ରକାଶ କରିଛନ୍ତି । ଯଦି କୌଣସି କୋର୍ଟ କଚେରୀରେ ଆପଣଙ୍କର ମାମଲା ବିଚାରଧୀନ ଅଛି, ଅଥବା ଆପଣଙ୍କର କାହା ସହିତ ବିବାଦ ରହିଛି, ନତୁବା ଆପଣଙ୍କର କୌଣସି ଅଦାଲତରେ ମାମଲା ବିଚାରଧିନ ନଥାଇ ଆପଣ ନିଜ ନିଜର ବିବାଦର ପ୍ରାକ ମୋକଦ୍ଦମା ସମ୍ବନ୍ଧରେ ମାମଲାର ଦାୟର ଓ ଏହାର ଫଇସଲା କରିବା ପାଇଁ ଚ।ହୁଁଛନ୍ତି, ତାହେଲେ ନିକଟସ୍ଥ ଆଇନ ସେବା କାର୍ଯ୍ୟଳୟକୁ ଯାଇ ନିର୍ଦ୍ଧାରିତ ଆବେଦନ ଫର୍ମରେ ଆବେଦନ କରିପାରିବେ ବୋଲି ଜନସାଧାରଣଙ୍କୁ ସୂଚନା ଦିଆଯାଇଅଛି । ଉକ୍ତ ଲୋକ ଅଦାଲତରେ ମାମଲାର ଫଇସଲା ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେ ନ।ହିଁ ଓ ଲୋକ ଅଦାଲତର ରାୟ ଚୁଡାନ୍ତ ବୈଧ ଓ ଫଳପ୍ରଦ ଯୋଗ୍ୟ ଅଟେ । ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ସମାଧାନ ପାଇଁ ଅଥବା ନିଜନିଜ ମଧ୍ୟରେ ଥିବା ବିବାଦର ପ୍ରାକ ମୋକଦ୍ଦମା ସମ୍ବନ୍ଧୀୟ ମାମଲାର ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରିବାକୁ ସଚିବ ସୌଦାମିନୀ ସିଂ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।